ହାଟଡିହି ବ୍ଲକରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ, ବଢ଼ୁଛି ଜନ ଅସନ୍ତୋଷ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅଞ୍ଚଳରେ ସ୍ୱସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇ ପଡିଛି । ଜିଲ୍ଲା ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଏବେ ବ୍ଲକ ଅଞ୍ଚଳରେ ଥିବା ଡାକ୍ତରଖାନା ଗୁଡିକ ସ୍ଥାଣୁ ପାଲଟି ଯାଇଛି । ଏଠାରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୭ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨୨ଟି ସବ ସେଣ୍ଟର ରହିଛି । କିନ୍ତୁ ଡାକ୍ତରଖାନା ଗୁଡିକରେ ଡାକ୍ତର ନିଯୁକ୍ତି ନଥିବାରୁ ଅଧିକାଶଂ ଡାକ୍ତରଖାନାରେ ରୋଗୀ ସେବା ଏକ ରକମ ବନ୍ଦ ହୋଇଯାଇଛି । କେବଳ ଫାର୍ମାସିଷ୍ଟଙ୍କ ଦ୍ୱାରା କିଛି ରୋଗୀଙ୍କୁ ଔଷଧ ପତ୍ର ଟିକିଏ ଦିଆଯାଉଥିବାବେଳେ ସମସ୍ତଙ୍କୁ ଆନନ୍ଦପୁର ରେଫର କରାଯାଉଛି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୮ଟି ପଞ୍ଚାୟତ ନିର୍ଭର କରୁଥିବାବେଳେ ଏଠାରେ୧୦ଜଣ ଡାକ୍ତରଙ୍କ ନିଯୁକ୍ତି ସ୍ଥଳେ ମାତ୍ର ୪ଜଣ ଡାକ୍ତର ଅଛନ୍ତି । ତନ୍ମଧ୍ୟରୁ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଅଫିସ କାର୍ଯ୍ୟ ସହିତ ସଭା ସମିତିରେ ଯୋଗଦେଉଥିବାରୁ ତିନିଜଣ ଡାକ୍ତରଙ୍କୁ ନେଇ ଚାଲିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ମିଳିପାରୁନି ଉପଯୁକ୍ତ ଚିକିତ୍ସା । ତେଣେ ୩ଟି ଷ୍ଟାଫ ନର୍ସଙ୍କ ପଦବୀ ଖାଲି ପଡିଥିବାବେଳେ ଗୋଷ୍ଠୀ ସଂପ୍ରସାରଣ ଅଧିକାରୀ ଓ ପରିସଂଖ୍ୟାନ ଅଦôକାରୀ ପଦବୀ ଖାଲି ପଡିଛି । ସେହିଭଳି ହାଟଡିହି ଡାକ୍ତରଖାନାଟି ବ୍ଲକର କେନ୍ଦ୍ର ସ୍ଥଳରେ ଥିବାବେଳେ ଏଠାରେ ବର୍ଷ ବର୍ଷ ଧରି ଡାକ୍ତର ନାହାନ୍ତି । କେବଳ ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ସ୍ୱାସ୍ଥ୍ୟସେବା । ଏବେ ଅନ୍ୟ ଏକ ଡାକ୍ତରଖାନାରୁ ଜଣେ ଡାକ୍ତରଙ୍କୁ ଦୁଇଦିନ ପାଇଁ ଡେପୁଟେସନରେ ଅଣାଯାଇ ରୋଗୀ ଦେଖା ଯାଉଛି । ଫଳରେ ଉପଯୁକ୍ତ ସ୍ୱାସ୍ତ୍ୟସେବା ପାିବାରୁ ବଞ୍ଚିତ ହୋଇଛନ୍ତି ଆଖପାଖ ପଞ୍ଚାୟତର ଲୋକମାନେ । ଏହି ଡାକ୍ତରଖାନାଟି ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥର କଡରେ ତôବାବେଳେ ଅଧିକାଶଂ ସମୟ କେବଳ ଦୁର୍ଘଟଣାଗ୍ରସ୍ଥ ରୋଗୀମାନେ ହିଁ ଭିଡ ଜମାଇଥାନ୍ତି । କିନ୍ତୁ ଡାକ୍ତର ନଥବବାରୁ ଅନେକ ସମୟରେ ରୋଗୀଙ୍କ ମୃତୁ୍ୟ ଘଟୁଥିବା ମଦ୍ୟ ନଜିର ରହିଛି । ସେହିଭଳି ଓରାଳି, ମୁଗୁପୁର ଓ ଟୁକୁଣାରେ ମଧ୍ୟ ସମାନ ଅବସ୍ଥା । ଏଠାରେ ଡାକ୍ତର ନିଯୁକ୍ତି ନଥିବାରୁ ଏକ ପ୍ରକାର ବନ୍ଦ ହୋଇ ଯାଇଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ସରକାର ଡାକ୍ତରଖାନା ପରିସରକୁ ଚାକଚକ୍ୟ କରିଦେଲେ ଯେ ରୋଗୀ ସେବା ହୋଇଯିବ ତାହା ସରକାର ପ୍ରାୟତ ଭାବିଛନ୍ତି । ସବୁ ଡାକ୍ତରଖାନା ଗୁଡିକୁ ସୌନ୍ଦର୍ଯ୍ୟ କରଣ କରାଯାଇ ଚକାଚକ କରାଯାଇଥିବାବେଳେ ଡାକ୍ତର ଅଭାବରୁ ଡାକ୍ତରଖାନା ଗୁଡିକ ଜନତାଙ୍କ ପାଇଁ ଅଲୋଡା ହୋଇ ପଡିଛି । ଏଣୁ ରାଜ୍ୟ ସରକାର ଏହି ଡାକ୍ତରଖାନା ଗୁଡିକରେ ତୁରନ୍ତ ଡାକ୍ତର ନିଯୁକ୍ତି କରିବାକୁ ଦାବି ହୋଇଛି ।