ହାଟଡିହି ବ୍ଲକରେ ୧୧୧୪୧ଜଣଙ୍କୁ ମିଳିବ ଆବାସ ଯୋଜନା ଘର

ହାଟଡିହି, (ବିକାଶ ବିଶ୍ୱାଳ):ସରକାର ଏବେ ରାଜ୍ୟର ୯ଲକ୍ଷରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଆବାସ ଯୋଜନା ଗୃହ ବଣ୍ଟନ କରିବାକୁ ଲକ୍ଷ ରଖିଥିବାବେଳେ ହାଟଡିହି ବ୍ଲକର ୩୧ଟି ଯାକ ପଞ୍ଚାୟତରେ ୧୧୧୪୧ଜଣଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ତାଲିକା ପ୍ରସ୍ତୁତି ହୋଇଛି । ବିଶେଷକରି ଏସ.ଇ.ସି.ସି ତାଲିକାରୁ ବାଦ ପଡିବା ଯୋଗୁଁ ଆବାସ ଯୋଜନାରୁ ବଞ୍ଚିତ ଥିବା ଶାଳଣିଆଁ ପଞ୍ଚାୟତର ବିଷ୍ଣୁପୁର, ଚମାରତିରା ଅକରୁଆ ପଞ୍ଚାୟତର ଦଧିବାନପୁର, ଆମ୍ବଗଡିଆ, ପଞ୍ଚୁଗୋଛିଆ ପଞ୍ଚାୟତର ଟିକରାକୁ ଏଥର ସାମିଲ କରାଯାଇଛି । ଏହିସବୁ ଗ୍ରାମର ଲୋକମାନେ ଦୀର୍ଘ ବର୍ଷ ହେଲା ଆବାସ ଯୋଜନାରେ ସାମିଲ ହୋଇ ପାରୁନଥିବାରୁ ଭଙ୍ଗା ଘରେ ବସବାସ କରୁଥିଲେ । ଫନିକ୍ଷତିଗ୍ରସ୍ତ ତାଲିକାରେ ୧୯୯୧ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇ ଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୪୨୦ଜଣଙ୍କୁ ସାମିଲ କରାଯିବାକୁ ଲକ୍ଷ ରଖାଯାଇଛି । ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଏବେ ସୁଧା ୭୨୭୦ଜଣଙ୍କ ନାମ ଉଲେଖ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ ନାମ ସାମିଲ କରାଯିବ ବୋଲି ବ୍ଲକ କର୍ତ୍ତୁପକ୍ଷ ସୁଚନା ଦେଇଛନ୍ତି । ଆଇତିପୁର ପଞ୍ଚାୟତରେ ୨୩୨, ଅକରୁଆ ପଞ୍ଚାୟତରେ ୯୦୧, ଆମ୍ବୋରେ ୫୦୨, ଅଁରାରେ ୪୨୦, ବଡରମ୍ପାସରେ ୫୩୫, ବାଲିବରେଇରେ ୨୬୬, ବଞ୍ଚୋରେ ୨୭୫, ବାଙ୍ଗୋରରେ ୧୦୨, ଡଅଁରରେ ୨୭୭, ଧନୁର୍ଜୟପୁରରେ ୧୯୩, ଢ଼େଙ୍କାରେ ୪୮୬, ଗେଡମାରେ ୨୫୬, ହାବଳେଶ୍ୱରରେ ୩୨୮, ହଦଗଡରେ ୯୭, ହାଟଡିହିରେ ୪୦୦, ଇଞ୍ଚୋଳରେ ୩୮୬, ଜମ୍ଭୀରାରେ ୨୯୧, କଳିଗାଁରେ ୨୩୫, କେ. ବାଲିପାଳରେ ୪୨, ମରୈଗାଁରେ ୩୩୦, ଓରାଳିରେ ୨୬୮, ପଢ଼ିଆରିପଲ୍ଲୀରେ ୧୬୩, ପଞ୍ଚୁଗୋଛିଆରେ ୩୯୧, ପନ୍ଦାଡୋରେ ୨୬୪, ଷଡଙ୍ଗରେ ୩୬୩, ସଢ଼ାରେ ୨୭୫, ଶାଳଣିଆଁରେ ୩୦୩, ସମଣାରେ ୪୪୮, ଶାସଙ୍ଗରେ ୧୦୧, ସୋସୋରେ ୪୨, ସୁଳଣରେ ୨୪୮ ଜଣଙ୍କ ନାମ ପଞ୍ଜିକୃତ କରାଯାଇଥିବା ବିଭାଗ ପକ୍ଷରୁ ସୁଚନା ମିଳିଛି । ତାଲିକାରେ ପ୍ରକାଶିତ ହିତାଧିକାରୀଙ୍କ ବିରୁଦ୍ଧରେ ଯଦି କିଛି ଅଭିଯୋଗ ଅଛି ତେବେ ପ୍ରତି ପଞ୍ଚାୟତରେ ବସିଥିବା ଅଭିଯୋଗ ବାକ୍ସରେ ଅଭିଯୋଗ କରିବାକୁ ସୁଯୋଗ ଦିଆଯାଇଛି । ଏପରିକି ଅନଲାଇନ ମାଦ୍ୟମରେ ମଧ୍ୟ ଅଭିଯୋଗ କରାଯାଇ ପାରିବ । ଆଜି ସୁଧା ଅନଲାଇନ ମାଧ୍ୟମରେ ୫୩ଟି ଅଭିଯୋଗ ମିଳିଥିବା ବ୍ଲକ ପକ୍ଷରୁ ସୁଚନା ଦିଆଯାଇଛି । କିନ୍ତୁ ଅଯୋଗ୍ୟ ହେବାପାଇଁ ସରକାର କରିଥିବା ନୀତି ନିୟମକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । କାରଣ ଏବେ ଯେତେ ଗରିବ ଲୋକଟିଏ ହୋଇଥିଲେବି ଋଣ କରି ବାଇକ କିମ୍ବା ୧୦/୧୫ହଜାର ଟଙ୍କାର ପୁରୁଣା ବାଇକ କିମ୍ବା ସ୍କୁଟି ଏବେ ୮୦ଭାଗ ଲୋକଙ୍କ ପାଖରେ ଅଛି । ତେଣୁ ବାଇକ, ସ୍କୁଟିକୁ ନେଇ ସରକାରଙ୍କ ଅଯୋଗ୍ୟ ଘୋଷଣା ନିୟମକୁ ବାଦ ଦେବାପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ