ପ୍ରଶାସନର ହସ୍ତକ୍ଷେପ ପରେ ସମାଧାନ ହେଲା ପଞ୍ଚାୟତ ଗୃହ ଜମି ବିବାଦ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଡିଓଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା ପଞ୍ଚାୟତ ଗୃହ ଜମି ବିବାଦ।ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ଗୃହ ୫୦ ବର୍ଷ ପୁରୁଣା ହୋଇଥିବା ଯୋଗୁ ଉକ୍ତ ଗୃହକୁ ବ୍ଲକ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଉକ୍ତ ପଞ୍ଚାୟତ ଜମିକୁ ଗ୍ରାମର ବାସିନ୍ଦା ପ୍ରଶାନ୍ତ ଖମାରୀ ପୈତୃକ ଜମି ଦର୍ଶାଇ ଆଇନର ସହାୟତା ନେଇ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଥିଲେ। ଫଳରେ ଗତ ତିନି ମାସ ହେବ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ତେବେ ବିଡିଓ ଶରତ କୁମାର ପାତ୍ର, ତହସିଲଦାର ଏବଂ ଆର.ଆଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଉକ୍ତ ଜମି ତହସିଲଦାର ମୌଜା ଅଧିନରେ ଥିବା ଜାଣି ପାରିଥିଲେ। ଏହା ପରେ ଅଭିଯୋଗ କରିଥିବା ବ୍ୟକ୍ତି ସହ ଆଲୋଚନା କରି ଜମି ବିବାଦକୁ ସମାଧାନ କରିଥିଲେ। ଅଭିଯୋଗକାରୀଙ୍କ ଅଭିଯୋଗ ଗୁଡିକ ଭିତ୍ତିହୀନ ଦର୍ଶାଇ ତୁରନ୍ତ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯାନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୁଡୁତୁଲି ସରପଞ୍ଚ ଶ୍ରୀଚନ୍ଦ୍ର ମଲିକ ଓ ଗ୍ରାମବାସୀ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ