ହାଟଡିହି ବ୍ଲକରେ ୮ କରୋନା ଆକ୍ରାନ୍ତ
ହାଟଡିହି,(ଓ୍ବାଇଏନ୍ଏସ୍): ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରେ ମୋଟ ୫୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ ହାଟଡିହି ବ୍ଲକର । ଜମ୍ଭୀରା ଗ୍ରାମରେ ୪ଜଣ, ମରୈଗାଁ ପଞ୍ଚାୟତରେ ଜଣେ, ପନ୍ଦାଡୋରେ ଜଣେ, ଷଡଙ୍ଗରେ ଜଣେ ଓ ଶାସଙ୍ଗରେ ଜଣେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୬ଜଣ ରେ ପହଞ୍ଚିଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି ।