ହାଟଡିହି ବ୍ଲକର ୪ଟି ପରୀକ୍ଷାକେନ୍ଦ୍ରରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ୪ଟି ପରୀକ୍ଷାକେନ୍ଦ୍ରରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାକେନ୍ଦ୍ର ଗୁଡିକରେ ଷ୍ଟେଜ-୧ ୬ଷ୍ଠ ଶ୍ରେଣୀର ୩୨୧ଜଣ ଓ ଷ୍ଟେଜ-୨ ନବମ ଶ୍ରେଣୀର ୨୭୧ଜଣ ଏପରି ମୋଟ ୫୯୨ଜଣ ପରୀକ୍ଷା ଦେଇଛନ୍ତି । ହାଟଡିହି ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ଷଷ୍ଠ ଶ୍ରେଣୀର ୧୫୨ଜଣ ପରୀକ୍ଷା ଦେଇଥିବାବେଳେ ମରୈଗାଁ ପରୀକ୍ଷା କେନ୍ଦ୍ରରେ ଷଷ୍ଠ ଶ୍ରେଣୀର ୪୧ଜଣ ଓ ନବମ ଶ୍ରେଣୀର ୯୯ଜଣ ପରୀକ୍ଷା ଦେଇଛନ୍ତି । ସେହିପରି ନନ୍ଦିପଦା ହାଟ ହାଇସ୍କୁଲରେ ଅନୁଷ୍ଠିତ ପରୀକ୍ଷାକେନ୍ଦ୍ରରେ ଷଷ୍ଠ ଶ୍ରେଣୀରେ ୫୮ଜଣ ଓ ନବମ ଶ୍ରେଣୀର ୮୩ଜଣ ବରାହୀ ହାଇସ୍କୁଲ ବଞ୍ଚୋରେ ଷଷ୍ଠ ଶ୍ରେଣୀର ୭୦ଜଣ ଓ ନବମ ଶ୍ରେଣୀର ୯୯ଜଣ ପରୀକ୍ଷା ଦେଇଥିବା ଜଣାଯାଇଛି । ହାଟଡିହି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଶିଶିର କୁମାର କର ପରୀକ୍ଷା ପରିଚାଳନା କରିଥିବାବେଳେ ବଞ୍ଚୋ ବରାହୀ ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଆଲମଣୀ ସେଠୀ, ମରୈଗାଁ ହାଇସ୍କୁଲରେ ପ୍ରଦାନଶିକ୍ଷକ ପ୍ରତାପ ଚନ୍ଦ୍ର ଜେନା ଓ ନନ୍ଦିପଦାହାଟ ହାଇସ୍କୁଲରେ ପ୍ରଧାନଶିକ୍ଷକ ବ୍ରହ୍ମାନନ୍ଦ ତ୍ରିପାଠୀ ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ । ମୋଟ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନଥିବା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ