ହାଟଡିହି ବ୍ଲକ ଜିପିଓଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଜିପିଓ ନବୀନ ଚନ୍ଦ୍ର ନାୟକଙ୍କୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିଲାଗି ଗଡଚଣ୍ଡୀ ପୀଠ ଠାରେ ଆୟୋଜିତ ଏକ ସଭାରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡିଓ ବିନିତା ବିଜୟିନୀ, ପୁର୍ବତନ ଭାରପ୍ରାପ୍ତ ବିଡିଓ ବିଚିତ୍ର କୁମାର କର, ସହକାରୀ ନିର୍ବାହୀ ଯନ୍ତ୍ରୀ ସପନ କୁମାର ପଲେଇ, ଯୋଗାଣ ନିରିକ୍ଷକ ଦିଲ୍ଲିପ କୁମାର ସାହୁ, ଏକାଉଣ୍ଟାଣ୍ଟ ଲକ୍ଷ୍ମଣ ସୋରେନ, ଯୁବ ସମାଜସେବୀ ଅଭିମନୁ୍ୟ ସେଠୀ ପ୍ରମୁଖ ଯୋଗଦେଇ ବ୍ଲକର ଜିପିଓ ନବୀନ ଚନ୍ଦ୍ର ନାୟକଙ୍କ କର୍ମମୟ ଜିବନୀ ଉପରେ ଆଲୋକପାତ କରିଥିଲେ । ସେ ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଓ ପରୋପକାରୀ, ମିଷ୍ଠଭାଷୀ ବ୍ୟକ୍ତି ଭାବେ କାର୍ଯ୍ୟକରି ସମସ୍ତଙ୍କ ପ୍ରୀୟପାତ୍ର ହୋଇପାରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହିତ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ । ପୁର୍ବତନ ଭାରପ୍ରାପ୍ତ ବିଡିଓ ଏକ ସୁନ୍ଦର ସଂଗୀତ ଗାନକରି ତାଙ୍କୁ ବାଦୟ ସମ୍ବର୍ଦ୍ଧନା ଜଣାଇବା ସଭାରେ ଏକ ଭାବଗମ୍ଭୀର ପରିବେଶ ସୃଷ୍ଟି କରିଥିଲା । ବ୍ଲକର କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ସାହୁ, ଏସିପି ପ୍ରଶାନ୍ତ କୁମାର ସେଠୀ, ବିସିପି ନିରଞ୍ଜନ ବାରିକ, ପିଇଓ ନାରାୟଣ ଜେନା ପ୍ରମୁଖ ଅବସରପ୍ରାପ୍ତ ଜିପିଓଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିବା ସହିତ ତାଙ୍କର ବ୍ଲକ ପ୍ରତି ଥିବା କର୍ତ୍ତବ୍ୟନିଷ୍ଠା ଓ କର୍ମଚାରୀଙ୍କ ପ୍ରତି ସୁସମ୍ପର୍କ ଉପରେ ମତବ୍ୟକ୍ତ କରିତôଲେ । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜି.ଆର.ଏସ ପଙ୍କଜ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବାବେଳେ ପିଇଓ ଜିତେନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଥିରେ କନିଷ୍ଠଯନ୍ତ୍ରୀ ସଂଯୁକ୍ତା ବେହୁରିଆ, ଅବନ୍ତୀ ନାୟକ, ସି.ପି ସୁବ୍ରତ ନାୟକ, କିରାଣୀ ଅବିନାଶ ପତି, ହେଶ୍ୱର ମଲ୍ଲିକ, ମାନସୀ ନାୟକ, ଜୀବନ ନାୟକ, ଭାରପ୍ରାପ୍ତ ଜିପିଓ ନରହରି ନାୟକ, ପିଇଓ କୋଦଣ୍ଡଧର ପଣ୍ଡା, ସୁରେଶ ସେଠୀ, ଶରତ କୁମାର ବେଜ, ଅମୁଲ୍ୟ ପହି, ଉମାକାନ୍ତ ସା, ରମେଶ ମାଝୀ, ମହେଶ୍ୱର ସାହୁ, ମଧୁସ୍ମୀତା ମହାନ୍ତି, ଜିଆରଏସ ବିନୟ ମଲ୍ଲିକ, ବିକାଶ ଜେନା, ସତ୍ୟେନ୍ଦ୍ର ପାଗଳ, ପୁର୍ଣ୍ଣେନ୍ଦୁ ଥାଟୋଇ, ଜିତନ ଖାତୁନ, ସସ୍ମିତା ବେହେରା, ସୁଦର୍ଶନ ଘଡେଇଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।


