ଏସିବି ଫାଉଣ୍ଡେସନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଏକଲବ୍ୟ ପୁରସ୍କାର-୨୦୨୨ ପ୍ରଦାନ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର କାହାଳିଆଗଡିଆ ଠାରେ ତôବା ଏସବି ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଗୁରୁଦିବସ ଉପଲକ୍ଷେ ଶୃଙ୍ଖଳା, ଭକ୍ତି ଓ କର୍ତ୍ତବ୍ୟନିଷ୍ଠ କ୍ଷେତ୍ରରେ ଓ ନୈତିକ ଗୁଣାବଳୀରେ ଅଗ୍ରଣୀ ଛାତ୍ରଛାତ୍ରୀ ମାନଙ୍କୁ ଏକଲବ୍ୟ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି । ପଢ଼ିଆରିପଲ୍ଲୀ ପଞ୍ଚାୟତର ରଟିଣା ପଞ୍ଚାୟତ, ଧନୁର୍ଜୟପୁର ପଞ୍ଚାୟତ, ହଦଗଡ ପଞ୍ଚାୟତ, କେ ବାଲିପାଳ ପଞ୍ଚାୟତ, ବାଙ୍ଗୋର ପଞ୍ଚାୟତ, ବାଲିବରେଇ ପଞ୍ଚାୟତ, ସୋସୋ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ୧୫୭ଜଣ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସିଦେ୍ଧଶ୍ୱର ଉପ୍ରା ବିଦ୍ୟାଳୟ ଓ ଧନୁର୍ଜୟପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଖଣ୍ଡା, ଅଚୁ୍ୟତାନନ୍ଦ ସେଠୀ ଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଶିକ୍ଷକ ଗୌରାଙ୍ଗ ଚନ୍ଦ୍ର ପଣ୍ଡି, ଭାଗିରଥି ପଲେଇ, ସତ୍ୟନାରାୟଣ ଜେନା, ରାଜେଶ କୁମାର ପଣ୍ଡା, ବିଶ୍ୱରଞ୍ଜନ ବେହେରା, ଠାକୁରୁ ଟୁଡୁ, ରଶ୍ମୀତା ପଣ୍ଡା, ଐଶ୍ୱର୍ଯ୍ୟା ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଏସବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା େଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏକଲବ୍ୟ-୨୦୨୨ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସିବି ଫାଉଣ୍ଡେସନର କର୍ମକତ୍ତା ସୁରେନ୍ଦ୍ର ବେହେରା, କେଶବ ବେହେରା, ବିଶ୍ୱ ରଞ୍ଜନ ସାହୁ, ସୁବାସ ସାହୁ, ଦୀପକ ମହାକୁଡ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


