ହାଟଡିହି- ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ଠାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରି ସାଧାରଣତନ୍ତ୍ର ଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ହାଟଡିହି ବ୍ଲକର ଗରିବ, ଅସହାୟ ମାନଙ୍କୁ ସରକାରୀ ଯୋଜନାରେ କୌଣସି ପାତର ଅନ୍ତର ନକରିବାକୁ ସେ ପରାମର୍ଶ ଦଇଥିଲେ । ରାଜନୀତିରୁ ଉର୍ଦ୍ଧର୍ରେ ରହି ଆବାସ ଯୋଜନା, ଜାତୀୟ ସାମାଜିକ ସୁରକ୍ଷା ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ ତାଙ୍କ ବକ୍ତବ୍ୟରେ ହାଟଡିହି ବ୍ଲକକୁ ଜିଲ୍ଲାର ଏକ ନମ୍ବର ବ୍ଲକ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ବିଡିଓ ଜୟଦେବ ଦାସ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ବ୍ଲକର ବିକାଶୋନ୍ମୁକ୍ଷୀ କାର୍ଯ୍ୟକୁ ଆଗେଇ ନେବାରେ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ମତ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଇଂ ରବିନ୍ଦ୍ର କୁମାର ସାହୁ, ବୁଦ୍ଧଦେବ ଜେନା, ସୁଧାକର ଓଝା, ବାବୁଲି ପଟ୍ଟନାୟକ, ଗୋପାଳ ନାୟକ, କାମପାଳ ନାୟକ ପ୍ରମୁଖ ଯୋଗଦେଇ ଥିବାବେଳେ ବ୍ଲକର ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ହାଟଡିହି ପଞ୍ଚାୟତରେ ସରପଞ୍ଚ ଅନୁସୟା ସେଠୀ, ଜାତୀୟ ପତାକା ଉତ୍ତୋଳନ କରି ସରକାରଙ୍କ ଜନହୀତକର ଯୋଜନା ଗୁଡିକ କିପରି ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ପାରିବ ତାହା ଉପରେ ଆଲୋକପାତ କରିଥିଲେ । ସମାଜସେବୀ କଳ୍ପତରୁ ସେଠୀ, ଜିଆରଏସ ବିକାଶ କୁମାର ଜେନା, ନାଏବ ସରପଞ୍ଚ ମଧୁସୁଦନ ଘଡେଇ, ସମିତିସଭ୍ୟା କୁମୁଦୁନୀ ଜେନାଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଓ ବୁଦ୍ଧିଜିବୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ସେହିପରି ବଞ୍ଚୋ ପଞ୍ଚାୟତରେ ସରପଞ୍ଚ ଚମ୍ପାବତୀ ପୁହାଣ, ବଡରମ୍ପାସ ପଞ୍ଚାୟତରେ ସରପଞ୍ଚ କାବେରୀ ସାହୁ, ଅକରୁଆ ପଞ୍ଚାୟତରେ ସରପଞ୍ଚ କୌଶଲ୍ୟା ସେଠୀ, ଶାଳଣିଆଁ ପଞ୍ଚାୟତରେ ସରପଞ୍ଚ ଶ୍ରୀଧର ବେହେରା, ପନ୍ଦାଡୋ ପଞ୍ଚାୟତରେ ସରପଞ୍ଚ ଅନିରୁଦ୍ଧ ବେହେରା, କଳିଗାଁ ପଞ୍ଚାୟତରେ ସରପଞ୍ଚ ଅମରେନ୍ଦ୍ର ଧଳ, ଢ଼େଙ୍କାରେ ସରପଞ୍ଚ ନିମାଇଁ ସାମଲ, ଗେଡମାରେ ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ବାଲିବରେଇ ପଞ୍ଚାୟତରେ ସରପଞ୍ଚ ପ୍ରତିଭା ନାୟକ ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ । ଶାସଙ୍ଗ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବଞ୍ଚୋ ବରାହୀ ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଆଲମଣି ସେଠୀ, ହାଟଡିହି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଶିଶିର କୁମାର କର, ବାଇଧର ନୋଡାଲ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ କୁମୁଦୁନୀ ସାମଲ, ଆମ୍ବୋ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ହଳଧର ପଣ୍ଡା ପ୍ରମୁଖ ଜାତୀୟ ପତ୍ତାକା ଉତ୍ତୋଳନକରିଥିଲେ । ବଣିଆପଙ୍କ ସରକାରୀ ଉପ୍ରା ବିଦ୍ୟାଳୟରେ ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସ୍କୁଲରେ ଏକ ସ୍ଥାୟୀ ଫ୍ଲାଗପୋଷ୍ଟ ନିର୍ମାଣ କରିବାକୁ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ