ହାଟଡିହି- ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ହାଟଡ଼ିହି (ସୌମ୍ୟରଞନ) : ହାଟଡିହି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୩ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ଠାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରି ସ୍ୱାଧିନତା ଦିବସ ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ହାଟଡିହି ବ୍ଲକକୁ ଏକନମ୍ବର ବ୍ଲକ ଭାବେ ଗଢ଼ି ତୋଳିବାକୁ ସମସ୍ତେ ସହଯୋଗର ହାତ ବଢ଼ନ୍ତୁ ବୋଲି ଶ୍ରୀ ସେଠୀ ଆହ୍ୱାନ ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ବିଡିଓ ସୁଶାନ୍ତ କୁମାର ବାରିକ, ତହସିଲଦାର ଗାୟତ୍ରୀ ସୋରେନ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ବ୍ଲକର ବିକାଶୋନ୍ମୁକ୍ଷୀ କାର୍ଯ୍ୟକୁ ଆଗେଇ ନେବାରେ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ମତ ଦେଇଥିଲେ । ଏଥିରେ ସମିତିସଭ୍ୟ ମନୋଜ ଜେନା, ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ଜେନା, ସୁଧାକର ଓଝା, କୁଳମଣି ରାଉତ, ଆନନ୍ଦ ଚନ୍ଦ୍ର ନାୟକ, ଗୋପାଳ ନାୟକ, କାମପାଳ ନାୟକ, ଜଗନ୍ନାଥ ନାୟକ ପ୍ରମୁଖ ଯୋଗଦେଇ ଥିବାବେଳେ ସହକାରୀ ଯନ୍ତ୍ରୀ ସୁଶିଲ କୁମାର ସେଠ, ବରିଷ୍ଠ କିରାଣୀ ପ୍ରମୋଦ ନାୟକ, ହର କୁମାର ନାୟକ, କନିଷ୍ଠଯନ୍ତ୍ରୀ ରତିକାନ୍ତ ଲେଙ୍କା, ନରହରି ନାୟକ, ପ୍ରଶାନ୍ତ କୁମାର ସେଠୀ, ବିନୋଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ହାଟଡିହି ପଞ୍ଚାୟତରେ ସରପଞ୍ଚ ଅନୁସୟା ସେଠୀ, ଜାତୀୟ ପତାକା ଉତ୍ତୋଳନ କରି ସରକାରଙ୍କ ଜନହୀତକର ଯୋଜନା ଗୁଡିକ କିପରି ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ପାରିବ ତାହା ଉପରେ ଆଲୋକପାତ କରିଥିଲେ । ସମାଜସେବୀ କଳ୍ପତରୁ ସେଠୀ, ପିଇଓ ଶରତ କୁମାର ବେଜ, ଜିଆରଏସ ବିକାଶ କୁମାର ଜେନା, ନାଏବ ସରପଞ୍ଚ ମଧୁସୁଦନ ଘଡେଇ, ସମିତିସଭ୍ୟା କୁମୁଦୁନୀ ଜେନାଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଓ ବୁଦ୍ଧିଜିବୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ସେହିପରି ହାଟଡିହି ବିକାଶ ମଞ୍ଚ ପକ୍ଷରୁ ନବ ନିର୍ମିତ କୋର୍ଟ ଘର ପରିସରରେ ସଭାପତି ନିତ୍ୟାନନ୍ଦ ପହିଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ୱାଧୀନତା ଦିବସରେ ତୁଳସୀ ଗୋଲାମ ଦେବତା ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ୮ଜଣ ପ୍ରତିଭାଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା । ସେହିପରି ବଞ୍ଚୋ ପଞ୍ଚାୟତରେ ସରପଞ୍ଚ ଚମ୍ପାବତୀ ପୁହାଣ, ବଡରମ୍ପାସ ପଞ୍ଚାୟତରେ ସରପଞ୍ଚ କାବେରୀ ସାହୁ, ଅକରୁଆ ପଞ୍ଚାୟତରେ ସରପଞ୍ଚ କୌଶଲ୍ୟା ସେଠୀ, ଶାଳଣିଆଁ ପଞ୍ଚାୟତରେ ସରପଞ୍ଚ ଶ୍ରୀଧର ବେହେରା, ପନ୍ଦାଡୋ ପଞ୍ଚାୟତରେ ସରପଞ୍ଚ ଅନିରୁଦ୍ଧ ବେହେରା, କଳିଗାଁ ପଞ୍ଚାୟତରେ ସରପଞ୍ଚ ଅମରେନ୍ଦ୍ର ଧଳ, ଢ଼େଙ୍କାରେ ସରପଞ୍ଚ ନିମାଇଁ ସାମଲ, ସୋସୋ ପଞ୍ଚାୟତରେ ସରପଞ୍ଚ କାଞ୍ଚନ ନାଇକ, ଗେଡମାରେ ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ । ଶାସଙ୍ଗ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବଞ୍ଚୋ ବରାହୀ ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଆଲାମଣି ସେଠୀ, ହାଟଡିହି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଶିଶିର କୁମାର କର, ବାଇଧର ନୋଡାଲ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ କୁମୁଦୁନୀ ସାମଲ, ଆମ୍ବୋ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ହଳଧର ପଣ୍ଡା ପ୍ରମୁଖ ଜାତୀୟ ପତ୍ତାକା ଉତ୍ତୋଳନକରିଥିଲେ ।