ହାତୀଆସୁଣୀ ବାବାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ସାଲିଆସାହି ସ୍ଥିତ ହାତୀଆସୁଣୀ ଠାରେ ମହାନ ପୂଜ୍ୟ ଗୁରୁ, ଆଧ୍ୟାତ୍ମିକ ସନ୍ଥ ବାବା ସ୍ବର୍ଗତ ଲକ୍ଷ୍ମୀଧର ଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ କଣ୍ଡୁରୀ ମହାଜନ ଟ୍ରଷ୍ଟ ପକ୍ଷରୁ ସଭାପତି ବିଜୟ କୁମାର ପ୍ରଧାନ,ମୁଖ୍ୟ ଅତିଥିଭାବେ ସାରସ୍ୱତ ଗୁରୁ ବାବା ହରିଓମ,ସମ୍ମାନିତ ଅତିଥି ଭାବେ ପୂଜ୍ୟ ପୂଜା ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଭାଷା ପ୍ରାଣ ନବ କିଶୋର ପ୍ରଧାନ, ସମାଜସେବୀ ସାଧୁ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହିବା ସହିତ ବର୍ତ୍ତମାନ ସମୟରେ ଆଧ୍ୟାତ୍ମିକବାଦ, ସତ୍ୟ, ଅହିଁସା ପରୋପକାର, ବିଶ୍ୱ ଭାତୃତ୍ୱ ର ବହୁ ପ୍ରାସଙ୍ଗିକତା ବୋଲି ମତବ୍ୟକ୍ତ କରିଥିଲେ. ଆସନ୍ତା ଜାନୁଆରୀ 25 ରୁ ଏକ ବୃହତ ସାଧୁସନ୍ଥ ସମ୍ମିଳନୀ, ପୌରାଣିକ ଚର୍ଚ୍ଚା, ହାତୀଆସୁଣୀ ପୀଠ ର ସାମଗ୍ରିକ ବିକାଶ ସହ ସାରା ଜିଲାରେ କାର୍ଯ୍ୟକ୍ରମ ମାନ କରାଯିବ ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଥିଲେ. ଏଥିପାଇଁ ଆନୁଷ୍ଠାନିକ ଭାବେ ଏକ ପ୍ରଚାର ରଥ କୁ ହରି ଓମ ବାବା ଉଦଘାଟନ କରିଥିଲେ. କାର୍ଯ୍ୟକ୍ରମ କୁ ପ୍ରମୁଖ ହାତୀଆସୁଣୀ ପୀଠ ର ମା ମାନଙ୍କ ସହିତ ବାବୁଲା ଘଡେଇ, କାଳିନ୍ଦୀ ପ୍ରଧାନ, କୁସୁମଲତା ପତି, ଅମ୍ବିକା ମହାନ୍ତି ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ