ହାତୀଓଟ ଓଏଭି ରେ ବିଧାୟକ ଓ ପ୍ରଶାସନିକ ଅଧିକାରୀ

ପୋଲସରା,( ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟ, ହାତୀଓଟ ସମଗ୍ର ଭାରତ ବର୍ଷରେ ପଞ୍ଚମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଘୋଷଣା ହେବାପରେ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ଆଗକୁ ଆହୁରି ଭଲ ସ୍ଥାନ ଅଧିକାର କରିବା ସହ ବିଦ୍ୟାଳୟକୁ ଆକର୍ଷଣୀୟ କରିବା ପାଇଁ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀ ବୃନ୍ଦ ଅଣ୍ଟା ଭିଡିଥିବା ଆଜି ଦେଖିବାକୁ ମିଳିଛି । ନଭେମ୍ବର ୧୬ ତାରିଖ ଦିନ ସ୍ଥାନୀୟ ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ପୋଲସରା ବ୍ଲକ ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ସୁକାନ୍ତ କୁମାର ମିଶ୍ର, ବିଇଓ ତ୍ରିଲୋଚନ ତ୍ରିପାଠୀ ପ୍ରମୁଖ ହାତୀଓଟ ଆଦର୍ଶ ବିଦ୍ୟାଳୟକୁ ଯାଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ସ୍ମିତା ନାଏକ ଙ୍କ ସହ ବିଦ୍ୟାଳୟର ବିଭିନ୍ନ ଅଭାବ ଅସୁବିଧା ବିଷୟ ନେଇ ଆଲୋଚନା କରିଥିଲେ । ବିଦ୍ୟାଳୟର ସମସ୍ତ କୋଠାକୁ ରଙ୍ଗ ଲିପିବା ସହ ବିଦ୍ୟାଳୟକୁ ରାସ୍ତା ନିର୍ମାଣ କରିବାକୁ ଠିକ କରାଗଲା । ବିଦ୍ୟାଳୟର ବିଦ୍ୟୁତ ଲୋ ଭୋଲ୍ଟେଜ ସମସ୍ୟା ତୁରନ୍ତ ସମାଧାନ କରିବାକୁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ବିଦ୍ୟାଳୟରେ ଜଳ ଯୋଗାଣରେ ଯେଉଁ ସବୁ ସମସ୍ୟା ଅଛି ତାହା ସୁବିଧା କରିବା ପାଇଁ ପାନୀୟ ଜଳଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଓ ପିଇଓ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ