ହାତୀପଲଙ୍କ ଉପଦ୍ରବ, ଉଜାଡ଼ି ଦେଲେ ଏକର ଏକର ଧାନ ଫସଲ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକ କରଡ଼ା ପଞ୍ଚାୟତର ସୋନାପୋଲି ଗ୍ରାମରେ ହାତୀପଲଙ୍କ ଉପଦ୍ରବ। ଏକର ଏକର ଧାନ ଫସଲ ଉଜାଡି ଦେଲେ ହାତୀପଲ। ପ୍ରକାଶ ଯେ, ସୋନାପୋଲି ଗାଁରେ ପ୍ରାୟ ୭ ରୁ ୮ଟି ହାତୀ ପଶି ୧୦ ରୁ ୧୨ ଏକର ଧାନ ଫସଲ ଉଜାଡ଼ି ନଷ୍ଟ କରି ଦେଇଛନ୍ତି। ବର୍ଷ ଯାକର ଫସଲ ଉଜୁଡ଼ି ଯିବାରୁ ଏବେ ଚିନ୍ତାରେ ଚାଷୀ। ଆଉ କିଛି ଦିନ ପରେ ଧାନ ଫସଲ କଟା ଯାଇଥାନ୍ତା। ହେଲେ ହାତୀପଲ ବିଲରେ ପଶି ଫସଲ ସବୁ ନଷ୍ଟ କରିଦେଇଛନ୍ତି। ଫଳରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୋନାପାଲି ଗ୍ରାମର ନୟନି ପ୍ରଧାନ, ସାନ୍ତନୁ ପ୍ରଧାନ , ଜୟକୃଷ୍ଣ ପ୍ରଧାନ ଓ ଶଙ୍କର ପ୍ରଧାନଙ୍କ ବିଲରେ ଗତ ୩ ଦିନ ହେଲା ହାତୀପଲ ପଶି କ୍ଷୟକ୍ଷତି କରିଛନ୍ତି । ସେପଟେ ବନ ବିଭାଗ ଏ ଖବର ପାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଚାଷୀ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।