ହାତ ଛାଡି ଶଙ୍ଖ ଧରିଲେ ପୂର୍ବତନ ଏନ.ଏ.ସି ଅଧ୍ୟକ୍ଷ

ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ) : ହାତ ଛାଡି ଶଙ୍ଖ ଧରିଲେ ଦିଗପହଣ୍ଡିର ପୂର୍ବତନ ଏନ.ଏ.ସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ନବୀନ ନିବାସରେ ସେ ବିଜେଡିରେ ଯୋଗ ଦେଇଥିଲେ । ରବି ରାଜୁଙ୍କ ସମେତ ଦିଗପହଣ୍ଡିର ୫୦୦ କଂଗ୍ରେସ କର୍ମୀ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସୁଚନାଯୋଗ୍ୟ, ନାରାୟଣ ରାଜୁ ୨୦୦୯ ମସିହାରେ କଂଗ୍ରେସରୁ ଟିକଟ ପାଇ ଦିଗପହଣ୍ଡିର ବିଧାୟକ ପାର୍ଥୀ ହୋଇଥିଲେ । ତେବେ ଭି. ରବି ବିଜେଡିର ନୀତି , ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିଥିବା କହଛନ୍ତି । ଅନ୍ୟପଟେ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନରେ ବିଜେଡି ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ