ହାପି ବାର୍ଥ ଡେ ସଲୁ ମିଆଁ
ଆଜି ହେଉଛି ବଲିଉଡର ଭାଇଜାନ “ସଲମାନ ଖାନ” ଙ୍କ ୫୪ତମ ଜନ୍ମଦିନ । ସେ ୧୯୬୫ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଭାଇଜନ ସମ୍ପର୍କରେ କିଛି ଅଜଣା କଥା –
ଜନ୍ମଦିନ ଉପଲକ୍ଷେ ବଲିଉଡ୍ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଚଳିତଥର ସଲମାନ ନିଜ ପସନ୍ଦର ସ୍ଥାନ ପନଓ୍ବେଲ ଫାର୍ମ ବଦଳରେ ଭାଇ ସୋହେଲ ଖାଁଙ୍କ ମୁମ୍ବାଇ ସ୍ଥିତ ଘରେ ପାଲି ହିଲ୍ରେ ରାତି ୧୨ଟାରେ ଜନ୍ମଦିନ ସେଲିବ୍ରେଟ କରିଥିଲେ। ଏଥିରେ ପରିବାରଲୋକଙ୍କ ସହ ଭଉଣୀ ଅର୍ପିତା ଖାଁ ଓ ବଲିଉଡ୍ର କିଛି କଳାକାର ସାମିଲ ହୋଇଥିଲେ।
-ପ୍ରତିବର୍ଷ ସଲ୍ମାନ୍ ନିଜର ଜନ୍ମଦିନକୁ ପନ୍ଭେଲ୍ସ୍ଥିତ ତାଙ୍କ ଫାର୍ମ ହାଉସ୍ରେ ପାଳନ କରନ୍ତି। ଏଥିରେ ତାଙ୍କ ପରିବାର ଲୋକେ ଓ କିଛି ନିକଟତର ବନ୍ଧୁ ମଧ୍ୟ ସାମିଲ ହୁଅନ୍ତୁ। ଏଥର କିନ୍ତୁ ସେ ନିଜ ପାର୍ଟି ପ୍ଲାନ୍ ବଦଳେଇ ଦେଇଛନ୍ତି। ସଲ୍ମାନ୍ ଏଥର ଫାର୍ମ ହାଉସ୍ ବଦଳରେ ତାଙ୍କ ଭାଇ ସୋହେଲ୍ ଖାନ୍ଙ୍କ ଘରେ ଜନ୍ମଦିନ ପାର୍ଟି ରଖିଛନ୍ତି।
– ସଲମାନଙ୍କ ପ୍ରକୃତ ନାଁ ପ୍ରକୃତ ନାମ ଅବଦୁଲ ରଶିଦ ସଲିମ ସଲମାନ ଖାନ। ତେବେ ସେ ତାଙ୍କର ଫ୍ୟାନ ମାନଙ୍କ ମଧ୍ୟରେ ସଲ୍ଲୁ, ସଲ୍ଲୁ ମିୟାଁ ଓ ଭାଇଜାନ୍ ନାମରେ ଅଧିକ ଜଣାଶୁଣା ।
– ସେ ୧୯୮୮ରେ ‘ବିୱି ହୋ ତୋ ଐସି’ ଚଳଚ୍ଚିତ୍ରରୁ ନିଜର ବଲିଉଡ଼ ଯତ୍ରୋ ଆରମ୍ଭ କରିଥିଲେ। ପରେ ୧୯୮୯ରେ ସୁରଜ ବଡଜାତ୍ୟାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ ଚଳଚ୍ଚିତ୍ର କରିଥିଲେ। ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରକୁ ପ୍ରମୁଖ ମୋଡ଼ ଦେଇଥିଲା।
– ସଲମାନ ଖାନ ନିଜ ପ୍ରେମ ସଂପର୍କରେ ଖୁଲାସା କରି ଏକ ସୋ’ରେ କହିଥିଲେ ଯେ, ସ୍କୁଲ୍ରେ ପଢ଼ୁଥିବା ବେଳେ ତାଙ୍କର ଜଣେ ଶିକ୍ଷୟିତ୍ରୀଙ୍କୁ ସେ ଖୁବ୍ ଭଲ ପାଉଥିଲେ। ସଲମାନ୍ ସେହି ଶିକ୍ଷୟିତ୍ରୀଙ୍କୁ ନିଜର ସାଇକେଲ୍ରେ ବସାଇ ମଧ୍ୟ ଘରକୁ ନେଉଥିଲେ। ଏଥିପାଇଁ ସଲମାନ୍ ଖାନ୍ ନିଜ ସାଇକେଲ୍ ଆଗରେ ଥିବା ବାସ୍କେଟ୍କୁ କାଢ଼ି ଦେଇଥିଲେ। ସେହି ଶିକ୍ଷୟିତ୍ରୀଙ୍କୁ ନିଜର ପ୍ରଥମ ପ୍ରେମ ବୋଲି କହିବାକୁ ଆଦୌ ସଙ୍କୋଚ କରନ୍ତି ନାହିଁ ସଲମାନ୍ ଖାନ୍।
-ସଲମାନ୍ ପରବର୍ତ୍ତୀ ସମୟରେ ସୋମି ଅଲ୍ଲୀ, ସଙ୍ଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟ, କାଟ୍ରିନା କୈଫ୍ ଓ ଲୁଲିଆଙ୍କ ଭଳି ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। କିନ୍ତୁ ଏଯାଏଁ ପ୍ରେମରେ ସଫଳ ହୋଇ ନାହାନ୍ତି ବୋଲି କୁହାଯାଇପାରେ।
-କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଯୋଧପୁର ସେସନ୍ସ କୋର୍ଟ। ଫଳରେ ସଲମାନ ଯୋଧପୁରର ସେଣ୍ଟ୍ରାଲ ଜେଲରେ ରହିଥିଲେ।
– ତାଙ୍କୁ ଜାମିନ ମିଳିବା ପରେ ସଲମାନଙ୍କ ପ୍ରଶଂସକ ନାଚି, ଗାଇ ଖୁସି ମନାଇଥିଲେ। ଯୋଧପୁର କୋର୍ଟ ବାହାରେ ସଲମାନଙ୍କ ପ୍ରଶଂସକ ଗୋଲାପ ଫୁଲ ବିଛାଇଥିଲେ। ସଲମାନ ଜେଲରୁ ମୁକୁଳିବା ଦିନ ଜେଲ ବାହାରେ ବି ପ୍ରଶଂସକମାନେ ଭିଡ ଜମାଇଥିଲେ। ଜେଲ ବାହାରେ ଥିବା ରାସ୍ତାରେ ପ୍ରଶଂସକମାନେ ଗୋଲାପ ଫୁଲ ବିଛାଇ ସଲମାନଙ୍କୁ ଅପେକ୍ଷା କରିଥିଲେ। ଚାରିଆଡେ ପୋଷ୍ଟର ମାରି ଭାଇଜାନଙ୍କୁ ସ୍ବାଗତ କରିଥିଲେ।
– ସଲମାନଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ‘ହମ୍ ଆପକେ ହୈଁ କୌନ୍’ , ‘କରନ୍ ଅର୍ଜୁନ୍’ , ‘ବିୱି ନଂ ୧’ , ‘ହମ୍ ସାଥ୍ ସାଥ୍ ହୈଁ’ , ‘ଦବଙ୍ଗ’, ‘ବଡ଼ିଗାର୍ଡ଼’ , ‘ଏକ୍ ଥା ଟାଇଗର୍’ , ‘କିକ୍’ , ‘ବଜରଙ୍ଗୀ ଭାଇଜାନ୍’ ,’ପ୍ରେମ୍ ରତନ୍ ଧନ୍ ପାୟୋ’ , ‘ସୁଲତାନ୍’ ‘ଭରତ’ , ” ସୁଲତାନ ” , ” ଦବଙ୍ଗ” ଆଦି ବକ୍ସ ଅଫିସରେ ଦମଦାର କଲେକ୍ସନ କରିଛି ।
– ୨୦୧୮ରେ ତାଙ୍କର ଦୁଇଟି ମୁଭି ମଧ୍ୟରୁ ଟାଇଗର ଜିନ୍ଦା ହୈ ହିଟ୍ ହୋଇଥିଲା। ମାତ୍ର ‘ରେସ୍ ଥ୍ରୀ’ ଦର୍ଶକଙ୍କୁ ଆକୃଷ୍ଟ କରିପାରିନଥିଲା। ସେହିପରି ତାଙ୍କ ଅଭିନୀତ ଟ୍ୟୁବ ଲାଇଟ’ ଫିଲ୍ମ ଫ୍ଲପ୍ ହୋଇଥିଲା ବେଳେ ଏବେ ‘ଦବଙ୍ଗ ୩’କୁ ମଧ୍ୟ ଦର୍ଶକ ଏତେଟା ପସନ୍ଦ କରିନାହାନ୍ତି।
-ଆଜି ଜନ୍ମଦିନରେ ସଲ୍ମାନ୍ ତାଙ୍କ ଭଉଣୀ ଅର୍ପିତାଙ୍କ ଠାରୁ ଏକ ବଡ଼ ଉପହାର ପାଇପାରନ୍ତି। ଗର୍ଭବତୀ ଥିବା ଅର୍ପିତା ଆଜି ପ୍ରସବ କରିପାରନ୍ତି। ସି-ସେକ୍ସନ୍ ବା ସିଜରିଆନ୍ ଡେଲିଭରୀ ପାଇଁ ଅର୍ପିତା ଆଜିର ଦିନଟିକୁ ହିଁ ବାଛିଛନ୍ତି।ଏଥିପାଇଁ ସେ ହସ୍ପିଟାଲ୍ରେ ଆଡ୍ମିଟ୍ ମଧ୍ୟ ହୋଇସାରିଛନ୍ତି। ଫଳରେ ମାମୁ ହେବେ ସଲ୍ମାନ୍। ଅର୍ପିତା ଆଡ୍ମିଟ୍ ହୋଇଥିବା ହସ୍ପିଟାଲ୍ ପାଖରେ ସୋହେଲ୍ଙ୍କ ଘର। ତେଣୁ ସଲ୍ମାନ୍ ସେଠାରେ ନିଜ ଜନ୍ମଦିନ ପାର୍ଟି ରଖିଛନ୍ତି।
– ସିନେମା ଜଗତକୁ ତାଙ୍କର ଅବଦାନ ଲାଗି ତାଙ୍କୁ ମନୋରଞ୍ଜନରେ ରାଜୀବ ଗାନ୍ଧୀ ପୁରସ୍କାର ମଧ୍ୟ ମିଳିଛି। ଅଭିନେତା ହେବା ଛଡ଼ା ସେ ମଧ୍ୟ ଜଣେ ମାନବତାବାଦୀ ଓ ପରୋପକାରୀ ବ୍ୟକ୍ତି। ତାଙ୍କ ସଙ୍ଗଠନ “ବିଇଙ୍ଗ ହ୍ୟୁମାନ” ମାଧ୍ୟମରେ ସେ ଅନେକ ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରିଆସିଛନ୍ତି।