ଟେଲି ଅଭିନେତା କୁଶଲ୍‌ ପଞ୍ଜାବୀଙ୍କ ଆତ୍ମହତ୍ୟା

ମୁମ୍ବାଇ : ଟେଲି ଅଭିନେତା କୁଶଲ୍‌ ପଞ୍ଜାବୀ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ମଧ୍ୟରାତ୍ରିରେ ତାଙ୍କ ଘରୁ କୁଶଲଙ୍କର ଝୁଲନ୍ତା ଶବ ଉଦ୍ଧାର ହୋଇଛି। ୩୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କୁଶଲଙ୍କ ଆକସ୍ମିକ ନିଧନରେ ଟିଭି କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନ ୧ଟାରେ ତାଙ୍କର ଶବ ସଂସ୍କାର କରାଯିବ । କୁଶଲ୍‌ ପଞ୍ଜାବୀଙ୍କ ମୃତ୍ୟୁରେ ଅଭିନେତା କରଣବୀର୍‌ ବୋହରା ଗଭୀର ଶୋକ ପ୍ରକଟ କରିବା ସହ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ତେବେ କୁଶଲଙ୍କ ଆତ୍ମହତ୍ୟା ପଛର କାରଣ ଏବେ ଜଣାପଡ଼ିନାହିଁ । କୁଶଲଙ୍କୁ ଶେଷ ଥର ପାଇଁ ସିରିୟଲ୍‌ ‘ଇସ୍କ ମେଁ ମରଜାଓ୍ବାଁ’ରେ ଦେଖିବାକୁ ମିଳିଥିଲା। ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା କୁଶଲ୍‌ ପରବର୍ତ୍ତୀ ସମୟରେ ଟେଲି ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ସେ ଅନେକ ଧାରାବାହିକ, ଫିଲ୍ମ ଓ ଶୋ’ରେ ମଧ୍ୟ କାମ କରିସାରିଛନ୍ତି। ୟୁରୋପିଆନ୍‌ ଯୁବତୀଙ୍କୁ ବିବାହ କରିଥିବାବେଳେ ତାଙ୍କର ୪ ବର୍ଷର ଏକ ପୁଅ ମଧ୍ୟ ଅଛି । ତେବେ ମିଳିଥିବ ସୂଚନା ଅନୁସାରେ ସେ ତାଙ୍କ ବୈବାହିକ ଜୀବନକୁ ନେଇ ଅସନ୍ତୁଷ୍ଟ ଥିଲେ। ପୋଲିସ ତାଙ୍କ ସୁଇସାଇଡ୍‌ ନୋଟ୍‌ ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ