ହାପି ବାର୍ଥ ଡେ ଦୀୟା ମିର୍ଜା

ପୁର୍ବତନ ମିସ ଏସିଆ ପେସୋଫିକ ଦୀୟା ମିର୍ଜା ଆଜି ୩୭ ବର୍ଷ ବୟସରେ ପାଦ ଥାପିଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ତଥ୍ୟ –

– ଦୀୟା ମିର୍ଜା ୧୯୮୧ ମସିହା ଆଜିର ଦିନରେ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଫୈଂକ ହୈଂଡରିଚ ଜର୍ମାନୀରେ ଜଣେ ଗ୍ରାଫିକ ଡିଜାଇନର ଓ ତାଙ୍କ ମା ଦୀପା ବଙ୍ଗାଳୀ ହିନ୍ଦୁ ଅଟନ୍ତି । ଦୀୟାଙ୍କ ବାପାଙ୍କର ମୃତ୍ୟୁପରେ ତାଙ୍କ ମା ଅହମଦ ମିର୍ଜାଙ୍କୁ ଦ୍ୱିତୀୟ ବିବାହ କରିଥିବାରୁ ଦୀୟାଙ୍କ ନାମରେ ମିର୍ଜା ଯୋଡିଗଲା ।

– ଦୀୟାଙ୍କୁ ପିଲାବେଳରୁ ଅଭିନୟ , ମଡେଲିଂ ପ୍ରତି ରୁଚି ଥିଲା । ସେ ଟଲେିଭିଜନର ଆଡରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ୨୦୦୦ ମସିହାରେ ଦୀୟା ଏସିଆ ପେସୋଫିକଟାଇଟେଲ ଜିତିଥିଲେ । ସେହି ବର୍ଷ ଦୀୟା ବିୟୁଟିଫୁଲ ସ୍ମାଇଲ ଓ କ୍ଲୋଜାଅପ ସ୍ମାଇଲର ଟାଇଟେଲ ମଧ୍ୟ ହାତେଇଥିଲେ ।

– ଦିୟା ମିର୍ଜା ବଲିଉଡରେ ରେହେନା ହୈ ତେରେ ଦିଲ ମେଁ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ କରିଥିଲେ ।

– ଦିବାନାପନ , ତୁମକୋ ନା ଭୁଲ ପାୟେଁଗେ, ତୁମସା ନେହିଁ ଦେଖା , ପରିଣୀତା , ଲଗେ ରହୋ ମୁନ୍ନା ଭାଇ , ସୁଟ ଆଉଟ ଏଟ ବଡାଲା , ଲବ ବ୍ରେକଅପ ଜିନ୍ଦେଗୀ , ପ୍ରାଣ ଜାଏ ପର ସାନ ନା ଜାଏ , କୈଶ , କ୍ରେଜି-୪ , ଦଶ କାହାନିଆଁ , କୋଇ ମେରା ଦିଲ ମେଁ ହେ , ତହଜିବ ପ୍ରମୁଖ ଫିଲ୍ମରେ ଦୀୟାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା ।

– ବର୍ତ୍ତମାନ ଦୀୟା ଫିଲ୍ମ ଦୁନିଆରେ ସେତେ ସକ୍ରିୟ ନଥିଲେ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟ ଓ ବିୟୁଟି ଇଭେଣ୍ଟରେ ତାଙ୍କୁ ଦେଖିବାକୁ ମିଳିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ