ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ରସଗୋଲା ମହୋତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟସ୍ତରୀୟ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ହାପି ଲିଭିଙ୍ଗ ଫାଉଣ୍ଡେସନ, ଦୀର୍ଘ ୧୭ବର୍ଷ ଧରି ଜନସାଧାରଣଙ୍କ ସୁଖସ୍ୱାଚ୍ଛନ୍ଦ ପାଇଁ ବାସ୍ତୁ ପରାମର୍ଶ ଦେବା ସହ ଅର୍ଥନୈତିକ ଦୃଷ୍ଟିକୋଣରୁ ଅସୁବିଧା ଭିତରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଦେଇ ଆସିଛି । ଦୈବୀ ଦୁର୍ବିପାକ ସମୟରେ ପ୍ରପୀଡ଼ିତ ଜନତାଙ୍କ ନିକଟରେ ପହଞ୍ôଚ ରନ୍ଧାଖାଦ୍ୟ ଦେବାର ବହୁ ଉଦାହରଣ ରହିଛି ।ବିଭିନ୍ନ ସମୟରେ ରାଜଧାନୀରେ ବିଭିନ୍ନ ସାଂସ୍କୃତିକ ଧାର୍ମିକ କାର୍ଯ୍ୟକ୍ରମ ଦ୍ୱାରା ପରିବାରରେ ଶାନ୍ତି ତଥା ବିଶ୍ୱଶାନ୍ତି ପାଇଁ ସାମୂହିକ ଦୀପଦାନ, ବିଶେଷଭାବେ ଦେବ ଦୀପାବଳି ଓ ରଜପର୍ବକୁ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରିବା ସହ ନିମ୍ନ ମଧ୍ୟବିତ୍ତବର୍ଗଙ୍କୁ ଏଭଳି କାର୍ଯ୍ୟକ୍ରମରେ ସାମିଲ କରିଚାଲିଛି ।ଆସନ୍ତା କାଲି ଓଡ଼ିଶାର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ ନିଳାଦ୍ରୀ ବିଜେ କରିବେ ଓ ପରମ୍ପରାକ୍ରମେ “ମା” ସାଆନ୍ତାଣିଙ୍କୁ ରସଗୋଲା ଖାଇବାକୁ ଦେଇ ଖୁସି କରାଇ ଶ୍ରୀମନ୍ଦିର ପ୍ରବେଶ କରିବେ । ଓଡ଼ିଆ ଅସ୍ମିତାର ଏହି ମହାନ ପର୍ବକୁ ପାଳନ କରିବା ପାଇଁ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଆସନ୍ତା କାଲି ତା ୧୯.୦୭.୨୦୨୪ରିଖ ଅପରାହ୍ନ ୪ ଘଟିକା ସମୟରେ ହାଉସିଂ ବୋର୍ଡ ଛକପାଖ ବୁଦ୍ଧ ମନ୍ଦିର ନୂତନ ସଭାଗୃହରେ ରସଗୋଲା ମହୋତ୍ସବ ମହାସମାରୋହରେ ପାଳନ କରାଯିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ବାସ୍ତୁବିତ ଡଃ ମନୋଜ ଲେଙ୍କା, ରାମ ମନ୍ଦିରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟନ କରିବେ ବୋଲି ଆବାହକ ବେଦବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ପ୍ରଭାତ ନାୟକ ଉପସ୍ଥିତ ଥିଲେ ।