ହାବଳେଶ୍ୱର ପଞ୍ଚାୟତ ବୈଠକକୁ ନେଇ ଉତ୍ତେଜନା : ଦିନକୁ ଦିନ ବିବାଦ ନେଉଛି ଉଗ୍ର ରୁପ

ହାଟଡିହି, (ବିକାଶ ବିଶ୍ୱାଳ) :-ହାବଳେଶ୍ୱର ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଦିନକୁ ଦିନ ବିବାଦ ଉଗ୍ରରୁପ ଧାରଣ କରୁଥିବାବେଳେ ପ୍ରଶାସନ ଏହାର ସମାଧାନ ପାଇଁ କୌଣସି ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି । ଆଜି ଏହି ପଞ୍ଚାୟତର ମାସିକିଆ ବୈଠକ ଡକାଯାଇଥିଲା । ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟକୁ ନଡାକି ସେଠାରୁ ତିନି କିଲୋମିଟର ଦୁର ମଝିଗାଁ ସ୍କୁଲକୁ ବୈଠକ ଡାକିବାକୁ ନେଇ ୱାର୍ଡସଭ୍ୟ ସଭ୍ୟାଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା । ଏପରିକି ଆଜି ୱାର୍ଡସଭ୍ୟା ଚାନ୍ଦ ମୁଣ୍ଡା ଙ୍କ ସାମେତ ଆଉ ତିନିଜଣ ସଭ୍ୟ ମଝିଗାଁ ସ୍କୁଲକୁ ଯିବାରୁ ସେଠାରେ ଠେଙ୍ଗାବାଡି ଧରି ଉପସ୍ଥିତ ଥିବା କିଛି ବ୍ୟକ୍ତି ତାଙ୍କୁ ପୁରାଇ ଦେଇ ନଥିଲେ । ଫଳରେ ସେମାନେ ତାଙ୍କ ସମର୍ଥକ ମାନଙ୍କୁ ଜରାଇବାରୁ ତାଙ୍କର ସମର୍ଥକ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଫଳରେ ଚାନ୍ଦ ମୁଣ୍ଡାଙ୍କ ସମେତ ସାଙ୍ଗରେ ଯାଇଥିବା ୱାର୍ଡସଭ୍ୟ ସଭ୍ୟା ମାନେ ଫେରି ଆସିଥିଲେ । ସରପଞ୍ଚ ରମାକାନ୍ତ ନାୟକ ଆଜିର ବୈଠକ ହୋଇଥିବା ଦାବି କରୁଥିବାବେଳେ ପିଇଓ ବୈଠକରେ କୋରମ ହୋଇ ନଥିବା କହୁଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତ ନାଏବ ସରପଞ୍ଚ ନିର୍ବାଚନରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଗୋଟିଏ ଗୋଷ୍ଠୀ ଚାନ୍ଦ ମୁଣ୍ଡାଙ୍କୁ ନାଏବ ସରପଞ୍ଚ ଭାବେ ବିଜୟୀ ହେଉଥବବା କହୁତବବାବେଳେ ଅନ୍ୟ ଗୋଷ୍ଠୀ ନିର୍ବାଚନ ହୋଇ ନଥିବା କହି କୋର୍ଟ ପର୍ଯ୍ୟନ୍ତ ମାମଲା ଯାଇଛି । ଆଜି ପର୍ଯ୍ୟନ୍ତ ପଞ୍ଚାୟତର ବୈଠକ ବସିପାରୁ ନଥିବାବେଳେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ମଧ୍ୟ ବାଧା ଉପୁଜିଛି । ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବିବାଦର ସମାଧାନ କରିବା ସହିତ ପଞ୍ଚାୟତର ବିକାଶ ପାଇଁ ସହଯୋଗ କରିବାକୁ ସ୍ଥାନୀୟ ବୁଦ୍ଧିଜିବୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ