ହାରାମଣି କମ୍ପେ୍ଲକ୍ସରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ୟୁନିଟ୍‌-୩ ଖାରବେଳ ନଗରସ୍ଥିତ ହାରାମଣି କମ୍ପେ୍ଲକ୍ସରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସକାଳ ୯ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ସୁଭି କାଫେର ନାଭି ମହାନ୍ତି, ବି ଜୁମ୍ କମୁନିକେଶନର ନିରଞ୍ଜନ ନାୟକ, ସୁବାସ କୁମାର ତାରଣିଆଁ, ଡ଼ିଭାଇନ୍‌ର ସୁମିତ୍ରା ମହାପାତ୍ର, ମେଡ଼ିପ୍ଲସର ନିର୍ମଳ କୁମାର, ଶୁଭଶ୍ରୀ ସାହୁ, ଜେନିକ୍ସ କ୍ରଷ୍ଣା ଭେନୁଗୋପାଳ, ଦୁର୍ଗାପ୍ରସାଦ ସାହୁ, ପ୍ରଜ୍ଞା ବେହେରା ଏବଂ କମ୍ପେ୍ଲକ୍ସର ଡ଼ି. କ୍ରିଷ୍ଣା ପ୍ରମୁଖ ଯୋଗଦେଇ ସମୂହ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ଏବଂ ଆମ ଦେଶ ଓ ଜାତି ପାଇଁ ପ୍ରାଣବଳି ଦେଇଥିବା ମହାପୁରୁଷମାନଙ୍କ ବିଷୟରେ ବିଶଦ ଭାବେ ଆଲୋଚନା କରାଯିବା ସହିତ ଭାରତ ମାତା କି ଜୟ, ବନ୍ଦେ ମାତରଂ ଆଦି ସ୍ଲୋଗାନ ଦିଆଯାଇଥିଲା । ଶେଷରେ ଉପସ୍ଥିତ ଥିବା ସମସ୍ତଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ