ହାସିନପୁରରେ ରାଧାକୃଷ୍ଣଙ୍କ ବାର୍ଷିକ ପୂଜା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଜେନା ସାହିରେ ୩ଦିନ ଧରି ଅଷ୍ଟପ୍ରହର ନାମଯଜ୍ଞ ସହ ରାଧାକୃଷ୍ଣଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନିକଟସ୍ଥ ମହାଦେବ ପୁସ୍କରିଣୀରୁ ୧୩ଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ୩ ଦିନ ଧରି ଅଧିବାସ, ନାମଯଜ୍ଞ, ନଗରକୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅଶୋକ ଜେନା, ଶ୍ରୀକାନ୍ତ ଜେନା, ବିକାଶ ଜେନା, କାଳନ୍ଦି ଜେନା, ସାଉଁଣ୍ଟି ଜେନା, ନାରାୟଣ ଜେନା, ଲକ୍ଷ୍ମଣ ଜେନା, ସୁନନ୍ଦ ଜେନା, ବନମାଳୀ ଜେନା, କାହ୍ନୁ ଜେନାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଉକ୍ତ ସାହିରେ ୫୦ ବର୍ଷ ଧରି ଏହି ପୂଜା ଅନୁଷ୍ଠିତ ହୋଇଆସୁଥିବା ଗ୍ରାମବାସୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ