ହିଂଜିଳିକାଟୁରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ସମନ୍ନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ବ୍ଳକ ଚୈତନ୍ୟପଡ଼ା ଗ୍ରାମରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗଦେଇ ପ୍ରଦିପ ପ୍ରଜ୍ଜଳନ ପୁର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ଶିଶୁ କନ୍ୟା ବିକଶିତ ହେଲେ ଦେଶ ବିକଶିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୋଚିଲିମା ସରଂପଚ ଭାଣ୍ଡି ରବିନ୍ଦ୍ର, କଂଚୁରୁ ସରଂପଚ ପି. ବାସନ୍ତି, କଂଚୁରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ , ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, କଂଚୁରୁ ୱାର୍ଡ଼ ସଭ୍ୟ ସଦାନନ୍ଦ ଦାସ ପ୍ରମୁଖ ମଂଚାସିନ ଥିଲେ । କନ୍ୟା ଭୃଣ ହତ୍ୟା ଏକ ଦଣ୍ଡନୀୟ ଅପରାଧ । କନ୍ୟା ଭୃଣ ହତ୍ୟା ନକରିବା ସହ ଏହାର ସୁରକ୍ଷା ସକାଶେ ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରାଇବା , ପୁଅ ଝିଅଙ୍କ ସଂଖୃା ସମାନୁପାତ ରଖିବା ଏବଂ ଶିଶୁ କନ୍ୟାକୁ ବଂଚାଇ ରଖିବା ସହ ତାର ସମସ୍ତ ଅଧିକାର ବଜାୟ ରଖିବା ଦିଗରେ ସଚେତନ ହେବା ଏକାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରରେ ୨ ଶିଶୁଙ୍କୁ ସୁକନ୍ୟା ଯୋଜନାରେ ବ୍ୟାଙ୍କରେ ଜମା ଖାତା ଖୋଲିବା ସକାଶେ ୨ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ୪ ଶିଶୁ କନ୍ୟାର ମା ମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ୩ ଶହରୁ ଉଦ୍ଧ୍ୱର୍ ମା , ଆଶାକର୍ମୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି ସୁପରଭାଇଜର ବନଜା ବେହେରା, ପରିଚାଳନା କରିଥିବା ବେଳେ ବହୁ ଅଙ୍ଗନୱାଡ଼ି କର୍ମୀ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ