ଖଦାଳସାହିରେ ଅଗ୍ନିକାଣ୍ଡ ,୪ ପରିବାର ଧ୍ୱଂସ

ଭଞ୍ଜନଗର , ( ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଭଂଜନଗର- ତାରାସିଂଗ ଥାନା ଅନ୍ତର୍ଗତ କୁଡୁତାଇ ଗ୍ରାମର ଖଦାଳସାହିରେ ମଙ୍ଗଳାବାର ଅଗ୍ନିକାଣ୍ଡ ଘଟି ଚାରି ପରିବାର ର ଚାରି ବଖରା ପୋଡି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ ତେବେ ଖବରପାଇ ବେଲଗୁଣ୍ଠା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡରେ ସାହିର କୁମାରୀ ନାଇକ,ରାଜେନ୍ଦ୍ର ନାଇକ, ହରି ନାଇକ,ବିନୋଦ ନାଇକଙ୍କ ଘର ଜଳିଯାଇଥିବା ଜଣାପଡିଛି । ଏମାନେ ଗରିବ ମଜୁରିଆ ଶ୍ରେଣୀର ହୋଇଥିବା କାରଣରୁ ସମସ୍ତେ କାମକରିବାକୁ ବାହାରକୁ ଚାଲିଯାଇଥିଲେ ଫଳରେ ଘରୁ କୌଣସି ଗୋଟିଏ ମଧ୍ୟ ଜିନିଷ ଉଧାର କରାଯାଇପାରି ନାହିଁ । ସରକାରୀ ସହାୟତା ସହ ଆବାସଯୋଜନା ରେ ଏହି ଚାରିପରିବାର କୁ ସାମିଲ କରିବା ପାଇଁ ସେମାନେ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ