ହିଂଜିଳିକାଟୁରେ ରାମଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଶୁଭାରମ୍ଭ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ପାଟଣା ସାହି ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ସ୍ଥାନୀୟ ଭାଗବତ କଥା ବିତରଣ ପରିଷଦ ପକ୍ଷରୁ ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଗତ ୧୯ ତାରିଖରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା ପରେ ୨୦ ତାରିଖ ଠାରୁ ସକାଳ ସମୟରେ ପାରାୟଣ ଓ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଛି । ପ୍ରବଚକ ଭାବେ କଟକ ଜିଲ୍ଲାର ପଣ୍ଡିତ ରାମାୟଣୀ ସୂର୍ଯ୍ୟକାନ୍ତ ଶର୍ମା ଓ ସହାୟକ ଭାବେବଳରାମ ପରିଡ଼ା, ନିରଂଜନ ଦାଶ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଭୁ ଶ୍ରୀରାମଙ୍କ ଅମୃତବାଣୀ ଶୁଣାଉଛନ୍ତି ।ବ୍ୟାସ ଭାବେ ପଣ୍ଡିତ ପଦ୍ମ ଚରଣ ଦାଶ, ଧାରକ ସନ୍ୟାସି ସାହୁ, ସାହେବ ସାହୁ ଯେ୍ଧଜ୍ଞ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମ ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପାରାୟଣ ଓ ପ୍ରବଚନ ଶୁଣିବା ନିମନ୍ତେ ପ୍ରତ୍ୟେହ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବହୁ ମହିଳା ଓ ପୁରୁଷ ଶ୍ରୋତା ଆସୁଥିବାର ଦେଖିବାକୁ ମିଳୁଛି କ୍କ୍ କାର୍ଯ୍ୟକ୍ରମକୁ ପାରିଷଦର ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ମନୋଜ ସାହୁ, ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, କୋଷାଧ୍ୟକ୍ଷ ନୀଳ ମାଧବ ଦ୍ୟାନସାମନ୍ତ, ବ୍ୟବସ୍ଥାପକ ଶିକ୍ଷକ ଏ. ଶଙ୍କର ପ୍ରସାଦ ଆଚାରୀ, ରୋହିତ ପାଢି, ପ୍ରଫେସର ରମେଶ ଚନ୍ଦ୍ର ଚୌଧୁରୀ, ହରିହର ଚୌଧୁରୀ, ଅରବିନ୍ଦ ପଣ୍ଡା, ଡ଼ଃ. ଗଦାଧର ବେହେରା, ନାରାୟଣ ପାଢି, ତରୁଣ କୁମାର ପଣ୍ଡା, ପୂଣ୍ଣବାସୀ ପାଣିଗ୍ରାହୀ, ନିରୁପମା ସାହୁ, ଭାଗ୍ୟ ଲକ୍ଷ୍ମୀ ପାଢି, ଶକୁନ୍ତଳା ସାହୁ, ଜୟନ୍ତି ବେହେରା, ଝୁନୁ ଚୌଧୁରୀ, ସଂଯୁକ୍ତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।
ପ୍ରକାଶ ଥାଉକି, ପାରିଷଦ ପକ୍ଷରୁ ଦୀର୍ଘ ୨୦ ବର୍ଷ ଧରି ସ୍ଥାନୀୟ ଜନମାନସରେ ଆଧ୍ୟାତ୍ମିକ, ଦେଶାତ୍ମବୋଧ ଚେତନାର ଜାଗରଣ ପାଇଁ ନିରନ୍ତର ପ୍ରୟାସ ଜାରୀ କରିଆସୁଛି । ପରିବେଷର ସୁରକ୍ଷା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ଶିବିର, ସ୍ୱାସ୍ଥ୍ୟ ଶିବିର, ମେଧାବୀ ଶିକ୍ଷାର୍ଥୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ବର୍ଷତମାମ ବହୁ ପ୍ରକାରର କାର୍ଯ୍ୟକ୍ରମ କରାଯାଉଛି ।