ହିଂଜିଳିକାଟୁରେ ରାଷ୍ଟ୍ରୀୟ ଲୋକ ଅଦାଲତ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ଜେଏମଏଫସି ନ୍ୟାୟଳୟ ପରିସରରେ ଶନିବାର ଦିନ ବିଚାରପତି ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏତିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ଶାଖାର ପରିଚାଳକ ସତ୍ୟସିତ ପଟ୍ଟନାୟକ ଓ ପିଲ୍ଡ ଅଫିସର ଦୁର୍ଗାପ୍ରସାଦ ଦଳାଇ ଉପସ୍ଥିତ ରହି ୭ ଟି ମାମଲାର ଫଇସଲା କରିବା ସହ ୬୦ ହଜାର ଟଙ୍କା ଆଦାୟ କରିଥିଲେ । ସେହିପରି ୟୁକୋ ବ୍ୟାଙ୍କର ଗୋଟିଏ ମାମଲାର ଫଇସଲା କରି ୨୦ ହଜାର ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ହିଂଜିଳିକାଟୁ ଶାଖାର ୨ ଟି ମାମଲାର ଫଇସଲା କରି ୨୦ ହଜାର ଟଙ୍କା ଆଦାୟ କରାଯାଇଥିଲା । ଆଇନଜୀବି ରାମଚନ୍ଦ୍ର ମହାପାତ୍ର, ନୃସିଂହ ପ୍ରସାଦ ପଟ୍ଟନାୟକ, ନିର୍ମଳ ସାହୁ, ଦ୍ୱିତୀକୃଷ୍ଣ ସାବତ, ନିରଂଜନ ସାହୁ, ଏପିପି ଯିଶୁରାମ ବେହେରା, ପ୍ରମୋଦ କୁମାର ଦଳାଇ, ରୁଦ୍ରପ୍ରସାଦ ମହାପାତ୍ର, ମୁକ୍ତିରାମ ସାବତ, ମହେନ୍ଦ୍ର ପାତ୍ରଙ୍କ ସମେତ ବହୁ ସ୍ଥାନୀୟ ଓକିଲ ସଙ୍ଘର ଆଇନଜୀବି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ