ଋଥ ଉପରେ ଶ୍ରୀଜୀଉଙ୍କ ‘ସୁନାବେଶ’ ଦେଖିବାକୁ ପ୍ରବଳ ଜନସମାଗମ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ସିଂହଦ୍ୱାରରେ ମହାପ୍ରଭୁ ମାନଙ୍କ ରଥ ସନ୍ଧ୍ରା ସାଢେ ୭ ଟାରେ ପଂହଚିବା ପରେ ସାନ୍ଧ୍ୟ ଆଳତି ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ପରେ ବିଜେ ପ୍ରତିମା ଶ୍ରୀମଦନମୋହନ ବାଦ୍ୟବାଜଣା ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ୩ ଥର ରଥ ପରିକ୍ରମା କରିଥିଲେ । ସେବାଧିପତି ଲିଙ୍ଗରାଜ ସାହୁ ଓ ତାଙ୍କ ଧର୍ମପତ୍ନି ସସ୍ମିତା ସାହୁ ମହାଦୀପ ଧାରଣ କରିଥିଲେ । ଏହି ମହାଦୀପକୁ ରାତି ୯ ଟାରେ ମନ୍ଦିର ଚୂଡ଼ାରେ ସ୍ଥାପନ କରାଯାଇଥିଲା । ଶନିବାର ଠାକୁର ମାନଙ୍କ ରଥ ଉପରେ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଶୀତଳାପଲ୍ଲୀର ପ୍ରସିଦ୍ଧ ପୌରାଣିକ ନାଟକ ‘ରାମାୟଣ’ ପ୍ରଦର୍ଶିତ ହୋଇଥିଲା । ଶ୍ରୀଜୀଉ ମ।।ନଙ୍କ ସୁନାବେଶ ସାଙ୍ଗକୁ ପୌରାଣିକ ନାଟକ ଦର୍ଶନ ପାଇଁ ସ୍ଥାନୀୟ ସହର ସମେତ ନିକଟବର୍ତି ଅଂଚଳର ବହୁ ଜନସାଧାରଣଙ୍କ ଭିଡ଼ ଲାଗି ରହିଥିଲା । ରବିବାର ସନ୍ଧ୍ୟାରେ ମହାପ୍ରଭୁ ମାନଙ୍କ ଅଧରପଣା ନୀତି, ଆଳତି ପରେ ନିଳାଦ୍ରି ବିଜେ ଉତ୍ସବ ହେବ ବୋଲି ମନ୍ଦିର ପ୍ରୟଶାସନ ପକ୍ଷରୁ ସୂଚନା ମିଳିଛି ।


