ହିଂଜିଳିକାଟୁର ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରା
(ହୀରକ ଜୟନ୍ତୀ ଅବସରରେ କିଛି ଅନାଲୋଚିତ ସତ୍ୟ)
ମହର୍ଷି ମନୁଙ୍କ ବିରଚିତ ମହାଗ୍ରନ୍ଥ ‘ମନୁଷ୍ମୃତି’ ଉକ୍ରୃଷ୍ଟ କଳାର ଦେଶ ଉକ୍ରଳର ଭୂୟସୀ ପ୍ରଶଂସା କରି ଉଦ୍ଧାମ କଣ୍ଠରେ କହେ – ‘ବର୍ଷାଣାଂ ଭାରତ ବର୍ଷ ଦେଶାରାଂ ଉକ୍ରଳ ଖ୍ୟାତ, ଉକ୍ରଳସ୍ୟ ସମଦେଶ , ଦେଶନାସ୍ତି ଧରାତଳେ ‘ । ଯର୍ଥାଥରେ ଭାରତ ବର୍ଷର ଅନ୍ୟାନ ପ୍ରଦେଶ ମାନଙ୍କ ତୁଳନାରେ ଉକ୍ରଳର ପ୍ରସିଦ୍ଧ ଅନନ୍ୟ ଓ ସ୍ୱତନ୍ତ୍ର । କେଉଁଠି ଏହାର ଦିଗନ୍ତ ବିସ୍ତାର ସମୁଦ୍ର ବକ୍ଷର ନୀଳଜଳ ରାଶି ତ କେଉଁଠି ସଂଚ ଘଂଚ ସବୁଜ ବନାନୀର ମନଲୋଭା ନୈସର୍ଗୀକ ସୌନ୍ଦର୍ଯ୍ୟ । କେଉଁଠି କୂଳନାଦିନୀ ତଟନୀର ଅପୂର୍ବ ରାଗିଣୀ ତ, କେଉଁଠି ନିର୍ଜୀବ ଶିଳାବୁକୁରେ କୁଶଳୀ ଶିଳ୍ପର ନିହାଣ ମୁନରେ ଖୋଦିତ ଲାସ୍ୟମହୀ, ହାସ୍ୟମୟୀ ନର୍ତକୀର ଜୀବନ୍ତ ଚାହାଣୀ, ଯୁଗ ଯୁଗ ଧରି ଦର୍ଶକର ଚିତକୁ କରିଛି ସମ୍ମୋହିତ । ବିଦେଶୀ ପର୍ଯ୍ୟଟକ ମାନଙ୍କୁ ସ୍ୱୀୟ ସୌନ୍ଦର୍ଯ୍ୟର ମାଦକତାରେ କରିଛି ଆକୃଷ୍ଟ । ପୁଣି ଦେଇଛି ଆତିତ୍ୟ ।
ମନ୍ଦିର ମାଳିନୀ ଉକ୍ରଳର ପଥର କଥା କହେ । ମନ୍ଦିର ଗାତ୍ରରେ ପ୍ରସ୍ପୁଟିତ ଶିଳା – ପଦ୍ମର ପ୍ରତିଟି ପାଖୁଡ଼ାରେ ଭିନ୍ନ ଭିନ୍ନ ମହକ । କେଉଁଠି ପୌରାଣିକ କଥାବସ୍ତୁର ସୁଗନ୍ଧରେ ସୁଗନ୍ଧିତ ହେଲାବେଳେ, କେଉଁଠି ଏତିହାସିକ ସତ୍ୟତାର ସୁରଭିରେ ସୁରଭିତ । ଆଉ କେଉଁଠି ଇଷ୍ଟଦେବୀଙ୍କ ସ୍ୱୀୟ ଆଲୋକିକ ମହିମାର ସୁବାସ ଭକ୍ତ ଜନ ମନରେ ଭରିଦେଇଛି ଅଜସ୍ର ବିଶ୍ୱାସ । ଯେଉଁ ବିଶ୍ୱାସକୁ ନେଇ ଗଢି ଉଠିଛି ଭବ୍ୟ ମନ୍ଦିର । ବର୍ଷ ବର୍ଷ ଧରି ପ୍ରଦର୍ଶିତ ହୋଇ ଆସୁଛି ଆଡ଼ମତବର ପୁର୍ଣ୍ଣ ମାତ୍ରାର ମହାର୍ଘ ବଜାର । ଷୋଡ଼ଶ ଉପଚାରରେ ପୂଜିତ ଶ୍ରୀ ବିଗ୍ରହଙ୍କ ଭୋଗ ଲାଗି ବ୍ୟବସ୍ଥା ହୋଇଛି ସୁମିଷ୍ଟ ବ୍ୟଂଜନର ଅପୂର୍ବ ସମ୍ଭାର । ଏମିତି ସ୍ୱୀୟ ମହିମାରେ ମହିମା ମଣ୍ଡିତ ତଥା ହିଂଜିଳିକାଟୁର ରାଜବପାଟୀରେ ପୂଜିତ ବିଗ୍ରହ ହେଲେ ଶ୍ରୀ ଲକ୍ଷ୍ମୀ ନୃସିଂହ ଆସନ୍ତୁ ଜାଣିବା ଏହି ପୀଠର ମହାତ୍ମ୍ୟ ମୂଳରେ ରହିଥିବା କିଛି ଅନାଲୋଚିତ ଗୋପନ ସତ୍ୟର ଅନୁଭବ ଓ ବିଶ୍ୱାସର ଶାଦ୍ଧ୍ଖଳ ଦଲିଲ୍କୁ ।
ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ମୂଳ ସ୍ୱରୁପ, ମୂଳ ଆସ୍ଥାନ ଓ ମୂଳ ସେବୀକା
ଆମ ହିନ୍ଦୁ ଧର୍ମରେ ଶିବଲିଙ୍ଗକୁ ଜ୍ୟୋତିସ୍ୱରୁପ ପରମାତ୍ମାଙ୍କ ପ୍ରତୀକ ରୂପେ ମାନ୍ୟତା ଦିଆଯାଏ । ଠିକ୍ ଅନୁରୂପ ଭାବରେ ଶାଳଗ୍ରାମକୁ ଶଅୀ ବିଷ୍ଣୁଙ୍କ ପ୍ରତୀକ ରୂପେ ସମ୍ମାନ ଦିଆଯାଏ । କାଟୁ ରାଜବାଟି ସ୍ଥିତ ପୂଜିତ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ମୂଳ ସ୍ୱରୁପ ବା ରୂପ ମଧ୍ୟ ଏକ ଗୋଲାକାର ମସୃଣ ଶିଳାଖଣ୍ଡ ବା ଶାଳଗ୍ରାମ । ଭାରତ ସ୍ବାଧିନତାର ପ୍ରାୟ ଏକ ଦଶନ୍ଧି ପୂର୍ବର କଥା । କାଟୁ ଗ୍ରାମ ଠାରୁ କାତ୍ର ତିନି କିଲୋମିଟର ଦୁର ଏବଂ ହିଂଜିଳି ଗ୍ରାମ ଅତି ନିକଟରେ ଥାଏ ଏକ ଛୋଟିଆ ଗ୍ରାମ । ନାଁ ତାର ନୂଆଁପଲ୍ଲୀ । ଏଠାରେ ଏକାକୀ ରହୁଥାନ୍ତି ବିଧବା ବୃଦ୍ଧା ବ୍ରାହ୍ମଣୀ ଜଣେ । ସେ ଭାରି ଧର୍ମପରାୟଣା ଓ ଭକ୍ତି ପରାୟଣା । ନିଜ ଠାକୁର ଘରେ ଏକ ଖଟୁଳିରେ ଶାଳ ଗ୍ରାମକୁ ସ୍ଥାନିତ କରାଇ ତାକୁ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ଜୀବନ୍ତ ବିଗ୍ରହ ଭାବେ ବିଶ୍ୱାସ କରୁଥାନ୍ତି । ତେଣୁ ସେ ପ୍ରତିଦିନ ପୂଜାର୍ଚ୍ଚନା ସହ ମଧ୍ୟାନ୍ନରେ ଅନ୍ନଭୋଗ ଲାଗି କରିଥାନ୍ତି । କିନ୍ତି ଦାରିଦ୍ର୍ୟ କାରଣରୁ ଅନ୍ନ ସଂଗ୍ରହ ପାଇଁ ତାଙ୍କୁ ଭିକ୍ଷା କରିବାକୁ ପଡ଼ିଥାଏ । ଭିକ୍ଷା ସଂଗ୍ରହ ପାଇଁ ବିଶେଷ କରି ସେ ହିଂଜିଳି ଅତିକ୍ରମ କରି କାଟୁ ଗ୍ରାମକୁ ଆସନ୍ତି । ସେତେବେଳେ କାଟୁ ଗ୍ରାମର କଳେବର ଥିଲା ଅତିକ୍ଷୁଦ୍ର । ଏହା କେବଳ ୫ ଗୋଟି ସାହି ମଧ୍ୟରେ ସୀମିତ ଥିଲା । ସେଥିରୁ ୩ ସାହି ତିଲା ଶାକାହାରୀ ରଙ୍ଗଣି ସମାଜର ସାହି । ଅନ୍ୟ ୨ ଟି ଥିଲା କୈବର୍ତ ସମାଜର ସାହି । ରଙ୍ଗଣି ସାହି କହିଲେ ବଡ଼ ରଙ୍ଗଣି ସାହି, ରଜା ସାହି ଓ ଥାନା ସାହିଙ୍କୁ ବୁଝାଉଥିଲା । ପରବର୍ତୀ କାଳରେ ଦେଓ ସାହି ମଧ୍ୟ ରଙ୍ଗଣି ସାହିର ଅର୍ନ୍ତଭୁକ୍ତ ହେଲା । ବୃଦ୍ଧା ବ୍ରାଂ୍ମଣୀ ବିଷ୍ଣୁ ଉପାସୀକା ଥିବା ହେତୁ ବୈଷ୍ଣବୀଙ୍କ ପରି ଅତି ସ୍ୱାତିକ ଜୀବନ ଯାପନ କରୁଥିଲେ । ରଙ୍ଗଣି ମାନେ ମଧ୍ୟ ଖାଦ୍ୟ ପାନୀୟରେ ସ୍ୱାତିକତା ସହ ବିଷ୍ଣୁ ଭକ୍ତ ଥିଲେ । ପ୍ରତିଦିନ ସନ୍ଧ୍ୟାରେ ନିଜ କୌଳିକ ବୃତି (ଲୁଗାବୁଣା)ରୁ ଅବସର ନେଇ ହରିନାମ ସହକୀର୍ତନ ଓ ଭକ୍ତି ଭାବନାରେ ବୁଡ଼ି ରହୁଥିଲେ । ଫଳରେ ରଙ୍ଗଣିଙ୍କର ଏତାଦୃଶ ଜୀବନଧାରା ବୁଢି ବ୍ରାହ୍ମଣ ମନରେ ଏକ ଧାର୍ମିକ ଆର୍କଶଣ ଏହି ଜାତିପ୍ରତି ସୃଷ୍ଟି ହୋଇଥିଲା । ତେଣୁ ସେ ବହୁଧା ରଙ୍ଗଣି ସାହି ପରିକ୍ରମା କରି ସେମାନଙ୍କଠାରୁ ଚାଉଳ, ପରିବା, ପଇସା ଆଦି ଯାହାବି ପାଉଥିଲା ଦ୍ୱିଧାହୀନ ଭାବେ ଶ୍ରଦ୍ଧାର ସହିତ ସ୍ୱୀକାର କରୁଥିଲା । ଅତଏବ ସଂକ୍ଷେପରେ ଏହା କୁହାଯାଇପାରେ ଯେ, ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ମୂଳ ସ୍ୱରୁପ – ଶାଳଗ୍ରମ । ମୂଳ ଆସ୍ଥାନ ନୂଆଁପଲ୍ଲୀ ଗ୍ରାମ । ମୂଳ ସେବୀକା ବିଧବା ବୃଦ୍ଧା ବ୍ରାହଣୀ ।
ଶାଳଗ୍ରାମ ରୂପି ଶ୍ରୀ ନୃସିଂହଙ୍କ କାଟୁ ଆଗମନର କାହାଣୀ
ଆମ ଜନଜୀବରେ ଏମିତି କିଛି ଆଲୋକିକ ଘଟଣା ବେଳେ ବେଳେ ଘଟିଥାଏ ଯାହା ଆମ ଭକ୍ତି ଭାବନାକୁ କରେ ଦୃଢିଭୁତ, ଧାର୍ମିକ ବିଶ୍ୱାସକୁ ଦିଏ ସତ୍ୟତାର ରୂପ । ଏହି ପରିପ୍ରେକ୍ଷିରେ ୧୯୪୨ ମସିହାରେ ସଙ୍ଘଠିତ ଏକ ଆଲୋକିକ ଘଟଣାର ଅବତାରଣା କରାଯାଇପାରେ । ପରାଧିନ ଭାରତର ଚିତ୍ର ଥିଲା ଦୁଃଖ ଦୈନ୍ୟ ନିପୀଡ଼ିତ ଏକ ସର୍ବହରାର ଚିତ୍ର । ଏଠାରେ ନା ଥିଲା ଚିକିତ୍ସା ବ୍ୟବସ୍ଥା, ନା ଥିଲା ଗମନାଗମନର ବ୍ୟବସ୍ଥା ନା ଥିଲା ଶିକ୍ଷାର ପ୍ରକାଶ । ଫଳରେ ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ବାଟ ପାଉନଥିବା ଦୁଃଖ ମଣିଷଟିଏ ପାଇଁ ଇଶ୍ୱର ହିଁ ଥିଲେ ଏକମାତ୍ର ଭରସା । ଏହି ଭରସା ହିଁ ତାଙ୍କୁ ଯୋଗାଉଥିଲା ବଂଚିବାର ପ୍ରେରଣା । ଜୀବନ – ମୃତ୍ୟୁର ବନ୍ଧୁର ପଥରେ ଚାଲି ଚାଲି ହାରିଯାଇଥିଲା ହିଂଜିଳି । ପାଳିଜ୍ୱର (ମ୍ୟାଲେରିଆ)ରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁର ଶିକାର ହୋଇଥିଲେ । ଏହାର ଭୟଙ୍କର ରୂପ ମନପରଦାରୁ ଲିଭିନାହିଁ । ପୁଣି ପ୍ରବେଶ କଲା ମହାମାରି ହଇଜା ନିକଟସ୍ଥ କାଟୁ ଗ୍ରାମରେ । ଦେଖୁ ଦେଖୁ ଦୁଇଟା ଦିନରେ ଚାଲିଗଲେ ପାଂଚ ଛଅ ଜଣ ଆରପାରିକୁ । ସମସ୍ତଙ୍କ ମନରେ ଭୟ ଓ ଭାଲେଣି । ଗାଁ ଦାଣ୍ଡ ଶୁନଶାନ୍ । ଘରେ ଘରେ ତାଟି କବାଟ । ଏମିତି ସମୟରେ ଉପସ୍ଥିତ ହେଲେ ଶାଳଗ୍ରାମ ରୂପି ନୃସିଂହଙ୍କ ପରମ ସେବିକା ସେହୀି ବିଧବା ବୃଦ୍ଧା ବ୍ରାହ୍ମଣୀ । ସେ ଗାଁ: ଲୋକଙ୍କୁ ଆଶାସ୍ୱନା ଦେଲେ । ଅଭୟ ବାଣି ଶୁଣାଇ କହିଲେ – ଆରେ ତମେ ସବୁ ଏ ଛାର କଥାଟାକୁ ଡ଼ରୁଛ କାହିଁକି । ମୋ ପାଖରେ ଯେଉଁ ଜୀବନ୍ତ ଠାକୁର ଅଛନ୍ତି, ତମେ ଯଦି ତାଙ୍କୁ ଶ୍ରଦ୍ଧା ଭକ୍ତିରେ ଆଣି ଗାଁ ଦାଣ୍ଡ ପରିକ୍ରମା କରାଇବ ନା ରୋଗ ବ୍ୟାଧି, ଭୂତ ପ୍ରେତ, ଗ୍ରହ ବିପାକ ସବୁ କ୍ଷଣିକରେ ଦୂରେଇଯିବ । ଧନ୍ୟ ଧାନ୍ୟ ସବୁଥିରେ ତମର କଲ୍ୟାଣ ବେ । ଏହା ଶୁଣି ଲୋକଙ୍କ ମନରେ ଆଶାର ସଂଚାର ହେଲା ଆସନ୍ନ ମୃତ୍ୟୁ ପରି ବିପଦରୁ ରକ୍ଷା ପାଇବାର ସହଜ ଉପାୟ ମିଳିଗଲା ।
ଏହାପରେ ରଙ୍ଗଣି ସାହି ଲୋକେ ଏକତ୍ର ହୋଇ ସଂକୀର୍ତନ କରି ଯଥାବିଧି ଭକ୍ତି ସହକାରେ ନୂଆଁପଲ୍ଲୀ ଗ୍ରାମରୁ ଡାକୁରଙ୍କୁ ଆଣଶି ନିଜ ଗ୍ରାମରେ ବିଜେ କରାଇଲେ । ସିତକୁ ସତ ଗ୍ରାମ ପରିକ୍ରମା କରାନ୍ତେ ଆଉ କେହି ଶ୍ମଶନକୁ ଫେରିଗଲେ ନାହିଁ । ପ୍ରାଣନାଶକ ମହାମାରି ଅଚିରେ ଦୂର ହୋଇଗଲା । ଫଳରେ ଗ୍ରାମବାସୀଙ୍କ ମନରେ ବିଶ୍ୱାସ ଦୃଢିଭୂତ ହେଲା । ଏହି ଶାଳଗ୍ରାମର ମହିମାରେ ବିମୋହିତ ହୋଇ ଗ୍ରାମବାସୀଙ୍କ ମନରେ ସ୍ୱାର୍ଥେ ଭାବନାର ସଂଚାର ହେଲା । ଗ୍ରାମର ମଙ୍ଗଳ ପାଇଁ ବୁଢି ବ୍ରାହ୍ମଣୀଙ୍କୁ ଶାଳଗ୍ରାମଟିକୁ ନଫେରାଇ ରଖିଦେବାର ଲୋଭ ସମ୍ବରଣ କରିପାରିଲେ ନାହିଁ । ତହୁଁ ରଙ୍ଗଣି ସମାଜ ତତ୍କାଳୀନ ରାଜା ସାହେବ ସ୍ୱର୍ଗତ ଲକ୍ଷ୍ମୀ ନୃସିଂହ ଭଂଜଦେଓଙ୍କୁ ଅନୁରୋଧ କରନ୍ତେ ରାଜା ନିଜର ନଅର ପରିସରରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କୁ ମଧ୍ୟ ବିଜେ କରାଇଲେ । ଘଟଣାର ସତ୍ୟତା ପ୍ରକାଶ ନକରିବା ପାଇଁ ସଭିଏଁ ସର୍ତକ ରହିଲେ ।
ଏହାର ତିନିଦିନ ପରେ ବୁଢି ବ୍ରାହ୍ମଣୀ ନିଜ ଠାକୁରଙ୍କୁ ଫେରାଇ ନେବା ପାଇଁ ପଂହଚିଲେ । କିନ୍ତୁ ଗ୍ରାମବାସୀ କିଛି ନଜାଣିବା , କିଛି ନଆଣିବାର ଅଭିନୟ କଲେ । ବୁଢି ଯେତେ ନେହୁରା ହେଲେ ବି କେହି କର୍ଣ୍ଣପାତ କଲେ ନାହିଁ । ଫଳରେ ବୁଢି ନିଜ ଆରାଧ୍ୟ ପ୍ରଭୁଙ୍କୁ ହରାଇ ପାଗଳୀପ୍ରାୟ କାନ୍ଦିବାକୁ ଲାଗିଲେ । କାନ୍ଦଶୁଣି ଜଣେ ବ୍ରିଟିଶ ଦାରୋଗା (ପୁଲିସ) ବୁଢୀଙ୍କୁ କାରଣ ପଚାରିଲେ । ବୁଢୀ, ରଙ୍ଗଣି ସାହି ଲୋକେ ମୋ ଠାକୁରଙ୍କୁ ଆଣି ଲୁଚାଇ ରଖିଥିବା ଅଭିଯୋଗ କଲେ । ଫଳରେ ଚୋରୀ ଅପରାଧରେ ରଙ୍ଗଣି ସାହିକୁ ପକ୍ଷଭୁକ୍ତ କରାଗଲା । କଥା ନ୍ୟାୟଳୟ ପର୍ଯ୍ୟନ୍ତ ଗଲା । ଶେଷରେ ବିଜୟ ମଧ୍ୟ ହେଲା । କିନ୍ତୁ ବିଜୟ ମୁଳରେ ଥିବା ରୋଚକ କାରଣଟିକୁ ଏଠାରେ ପ୍ରକାଶ କରିବା ଯର୍ଥାଥ ମନେହୁଏ । ତା ନହେଲେ ଏହା ହେବସ୍ତ୍ୟା ଅପଳାପ । ତତ୍କାଳୀନ କାଟୁ ଗ୍ରାମ କଳା ସଂସ୍କୃତିର ଏକ ପ୍ରାଣ କେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ରଙ୍ଗଣି ସମାଜର ପ୍ରତ୍ୟେକ ବ୍ୟକ୍ତି ଥିଲେ ଜଣେ ଜଣେ କୂଶଳୀ କଳାକାର । ଲକ୍ଷ୍ମୀପୁରାଣ, ରାଧାପ୍ରେମଲୀଳା, ସୁଶୀଳାମାଳତି, ବିଜୟକୁମାର ଆଦି ନାଟ୍ୟକଳା ସହିତ ଲୋକନୃତ୍ୟରେ ଦାସକାଠି, କାଠିନାଚ, ଧଙ୍ଗଡ଼ାଧାଙ୍ଗଡ଼ି ବ୍ୟତିତ ବନ୍ଧୁବିଦ୍ୟା ଅଥ;ାତ ସର୍କସ୍ ପ୍ରଦର୍ଶନରେ ଏହି ଗାଁ ଖ୍ୟାତି ଥିଲା ସୁଦୂରପ୍ରସାରୀ । ତେଣୁ ବହୁ ସମୟରେ ଏହି କଳାର ପରିବେଷଣ ପାଇଁ ଶେରଗଡ଼ର ରାଜା ଡ଼କାଇ ପଠାଉଥିଲେ । ବିଶେଷକରି ରାଧାପ୍ରେମଲୀଳାର ଗାୟନ ଓ ଅଭିନୟରେ ରାଜା ସାହେବ ନିଜେ ମନ୍ତ୍ର ମୁଗ୍ଧ ହୋଇପଡ଼ୁଥିଲେ । ଫଳରେ ରଙ୍ଗଣି ସମାଜ ଓ ଶେରଗଡ଼ ରାଜ ପରିବାର ମଧ୍ୟରେ ଥିଲା ସାଂସ୍କୃତିକ ସମ୍ପର୍କ । ଏ ସମ୍ପର୍କରେ ଫାଇଦା ନେଲେ ଚତୁର ରଙ୍ଗଣି ସମାଜ । ଶେଷରେ ବିଚାର ଦିନ ରଙ୍ଗଣି ମାନେ ଶେରଗଡ଼ ରାଜାଙ୍କ ଠାରୁ ମୁଲ୍ୟବାନ ପାଟବସ୍ତ୍ର ପରିଧାନ ପୂର୍ବକ ନାନା ସୁନା ଅଳଙ୍କାରରେ ମଣ୍ଡିତ ହୋଇ ନ୍ୟାୟଳୟରେ ହାଜର ହେଲେ । ବିଟ୍ରିଶ ବିଚାରପତି ଏମାନଙ୍କର ଧନାଢ୍ୟ ବେଶ ପରିପାଟୀ ଦେଖି ଆଶ୍ଚର୍ଯ୍ୟ ହେଲେ । ତାଙ୍କ ମନରେ ଭାବାନ୍ତର ସୃଷ୍ଟି ହେଲା ଯେ, ଏମାନେ କଦାପି ଚୋରୀ କରିନଥିବେ । ମିଛରେ କେବଳ ଫସାଇ ଦିଆଯାଇଛି । ତାହା ପୁଣି କୌଣସି ମୂଲ୍ୟବାନ ବସ୍ତୁକୁ ନୁହେଁ, ଗୋଟିଏ ମସୃଣ ଗୋଲାକାର ପଥର ଖଣ୍ଡକୁ । ଜଣେ ଖ୍ରୀଷ୍ଟିୟ ବିଚାରପତି ଶାଳଗ୍ରାମକୁ ବା କାହିଁକି ଶ୍ରୀ ବିଷ୍ରୁଙ୍କ ପ୍ରତୀକ ରୂପେ ମାନ୍ୟତା ଦେବେ ..? ତେଣୁ ସେ ଏହାକୁ କେବଳ ମୂଲ୍ୟହୀନ ବାଲିଗରଡ଼ ବୋଲି ବିବେଚନରା କଲେ । ଯାହାକି କେବେ କାହା ଦ୍ୱାରା ଚୋରି କଲାଭଳି ବସ୍ତୁ ହୋଇ ପାରିବ ନାହିଁ । ଏଣୁ ଏହା ଏକ ମିଥ୍ୟା ଅଭିଯୋଗ କହି ରଙ୍ଗଣି ସମାଜକୁ ନିର୍ଦ୍ଦୋଷ ଘୋଷଣା କଲେ ।
ରଙ୍ଗଣି ସମାଜ ତରଫରୁ ବୃଦ୍ଧା ବ୍ରାହ୍ମଣୀଙ୍କୁ ବାକି ଜୀବନ ଚଳିବା ପାଇଁ କିଛି ଆର୍ଥିକ ସାହାର୍ଯ୍ୟ କରାଗଲା । ତଥାପି ବ୍ରାହ୍ମଣୀ ନିଜ ଠାକୁରଙ୍କୁ ହରାଇ ଅବଶ ।ରୀର, ଭଙ୍ଗାମନ ଓ ଦୁଃଖର ଦୀର୍ଘଶ୍ୱାସ ଟିଳ ଟାଣି ଫେରିଗଲା ଯେ ଫେରିଗଲା । ଆଊ ଦିନମକ ପାଇଁ ବି କେହି ତାଙ୍କୁ କାଟୁ ଗ୍ରାମ କିମ୍ବା ରଙ୍ଗଣି ସାହିରେ ଦେଖିନାହାଁନ୍ତି । ସମୟର ଅନ୍ଧାର ଗଳିରେ ଠିକଣା ତାର ହଜିଗଲା । ସ୍ମୃତି ତାର ଲିଭିଗଲା । ତଥାପି ତାର ପ୍ରାଣର ଠାକୁର ଆଜି ବି ଶେଡ଼ଶ ଉପଚାରରେ ଭବ୍ୟ ମନ୍ଦିରରେ ରତ୍ନସିାଂସନରେ ବସି ପୂଜା ପାଉଛନ୍ତି । ପ୍ରତି ଜନ୍ମ ତିଥିରେ ମହା ଆନମ୍ବରରେ, ବାଦ୍ୟ ବାଜଣାେ. ବାଣ ରୋଷଣିରେ ମହାର୍ଘ ପଟୁଆରରେ ଦିବ୍ୟ ବିଭାନ ଚଢି ଆଲଟ ଚାମରରେ ଭକ୍ତ ଗହଣରେ ନଗର ପରିକ୍ରମା କରୁଛନ୍ତି । ଏଥି ପାଇଁ ବୃଦ୍ଧା ବ୍ରାହ୍ମଣୀର ଶ୍ରେୟ ସ୍ୱୀକାର୍ଯ୍ୟ ନୁହେଁ କି.. ?
କାଟୁ ରାଜ ପରିବାର ଭୂମିକା
ସେହି ଦିନ ଠାରୁ କାଟୁ ରାଜ ବାଟୀସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ନୃସିଂହଙ୍କୁ ମଧ୍ୟ ବିଜେ କରଭଗଲା । ପ୍ରତିଦିନର ସେବା, ଭୋଗନୀତି ପାଇଁ ରାଜା ସାହେବ ସ୍ୱର୍ଗତ ଲକ୍ଷ୍ମୀ ନୃସିଂହ ଭଂଜଦେଓଙ୍କ ତରପରୁ ସ୍ଥାୟୀ ବ୍ୟବସ୍ଥା କରାଗଲା । ଭୋଗଜନୀତିର ସୁ ପରିଚାଳନା ଭାର ନିଜେ ରାଣୀ ମା ବହନ କଲେ । ପୁରୁଷାନୁକ୍୍ରମରେ ସବୁ ବିଧି ବ୍ୟବସ୍ଥା ସୂଚାରୁ ରୂପେ ପାଳିତ ହୋଇ ଆସୁଛି । ଏଯାବତ୍ କୌଣସି ବ୍ୟତିକ୍ରମ ଦେଖାଯାଇନାହିଁ । ୧୯୪୨ ମସିହା ପରଠାରୁ ଏଯାବତ୍ ଦୁଇ ପୁରୁଷ ଅତିକ୍ରମ ହୋଇଗଲାଣି । ପ୍ରଥମ ସ୍ୱର୍ଗତ ଲକ୍ଷ୍ମୀ ନୃସିଂହ ଭଂଜଦେଓ, ଦ୍ୱିତୀୟରେ ତାଙ୍କରି ସୁଯୋଗ୍ୟ ପୁତ୍ର ସ୍ୱର୍ଗତ ଲଳିତ କିଶେର ଭଂଜଦେଓ । ବର୍ତମାନ ତୃତୀୟ ପୁରୁଷ ଭାବେ ରାଜା ଶ୍ରୀ ସୁଯୋଗ୍ୟ ପୁତ୍ର ଲଲାଟେନ୍ଦୁ କେଶରୀ ଭଂଜଦେଓ ଠାକୁରଙ୍କ ପ୍ରଥମ ଓ ପ୍ରଧାନ ସେବକ ଭାବେ ନିଜକୁ ଉର୍ତ୍ସଗ କରିଛନ୍ତି ।
ପ୍ରତିଦିନର ସେବାନୀତି
ପ୍ରଭାତ ୫ ଘଂଟାରେ ଅବକାଶ ନୀତି ପରେ ଚନ୍ଦନ ଳଶଗି କରାଯାଏ । ଚନ୍ଦନ ଲାଗି ପରେ ୧୦୮ ତୁଳସୀ ସମର୍ପଣ କରାଯାଏ । ସକାଳ ୭ ଯାରେ ପ୍ରଥମ ବାଳ ଭୋଗ ରାଜାଘର ତରଫରୁ ସମର୍ପିର୍ତ ହେବା ପରେ ଶ୍ରଦ୍ଧାଳ ଭକ୍ତ ମାନଙ୍କ ଦ୍ୱାରା ମଧ୍ୟ ଭୋଗଲାଗି କରାଯାଇଥାଏ । ପୂର୍ବାହ୍ନ ୧୧ ଟାରେ ଅନ୍ନଭୋଗ ଲାଗିଥାଏ । ପ୍ରତିଦିନର ଭୋଗରେ ସାଧାରଣତଃ ଦୁଇ ଅନା ପରିମାଣର ଚାଉଳରେ ପ୍ରସ୍ତୃତି ଭାତ, ନାଲି, ତରକାରୀ ଓ ଖଟା ପରଶା ଯାଇଥାଏ । ସନ୍ଧ୍ୟା ୫ ଟାରେ ମନ୍ଦିର ଦ୍ୱାରା ପୁନଶ୍ଚ ଭକ୍ତ ମାନଙ୍କ ଦର୍ଶନ ଲାଗି ଖୋଲାଯାଏ । ସନ୍ଧ୍ୟା ୬ ଟାରେ ଘଂଟ, ଭେରିତୁରୀ ଓ ନାଗରା ବାଦ୍ୟର ତାଳେ ତାଳେ ଆଳତୀ କାର୍ଯ୍ୟକ୍ରମ ହୋଇଥାଏ । ଆଳତୀ ଶେଷର କିଛି ସମୟ ପାଇଁ ନାମ ସଂକୀର୍ତନ କିମ୍ବା ଭଜନ ଜଣାଣ ପରିବେଷଣ ହୋଇଥାଏ । ରାତ୍ର ୭ ଟାରେ ମିଠା ଭୋଗ ଯଥା ପେଡ଼ା କିମ୍ବା ବଲ୍ଲଭ ୧୧ ଗୋଟି ଲଗାଯାଇଥାଏ । କିନ୍ତୁ କିଛି ଶ୍ରଦ୍ଧାଳୁ ଭକ୍ତଙ୍କ ଦୃଷ୍ଟିରେ ରଖି ବିକ୍ରି ଉଦ୍ୟେଶରେ କିଛି ଅଧିକା କରାଯାଇଥାଏ । ରାତ୍ର ୮ ଟାରେ ଠାକୁରଙ୍କ ପହୁଡ଼ କରାଇ ମନ୍ଦିର ଦ୍ୱାର ବନ୍ଦ ହୁଏ ।
ରାଜ ପରିବାରର ଇତିହାସ
ଇତିହାସରୁ ଜଣାଯାଏ ଯେ, ରସଲକୋଣ୍ଡାର ଭଂଜବଂଶୀୟ ରାଜା ମାନେ ଇଂରେଜୀ ସରକାରଙ୍କୁ ଦୃଢ ବିରୋଧ କରୁଥିଲେ । ଫଳରେ ଇଂରେଜୀ ମାନଙ୍କ ଦୃଷ୍ଟିରେ ଭଂଜ ରାଜ ପରିବାର ଥିଲା ସେମାନଙ୍କର ପରମ ଶତୃ । ତେଣୁ ଇଂରେଜୀ ମାନେ ଭଂଜ ରାଜ ପରିବାରକୁ ବିଭିନ୍ନ ସ୍ଥାନରେ ନଜରବନ୍ଦୀ କରି ରଖିଥିଲେ । ଏହି ରାଜ ପରିବାରକୁ ମଧ୍ୟ ରସଲକୋଣ୍ଡା ଅର୍ଥାତ ବର୍ତମାନ ଭଂଜନଗରରୁ ସ୍ଥାନାନ୍ତରିତ କରି ଅଖଣ୍ଡ ହିଂଜିଳି ଅଂଚଳରୁ କିଛି ଅଂଶ କାଟି ନଜରବନ୍ଦୀ ଭାବେ ୨ ଶହ ବର୍ଷରୁ ଅଧିକ ରଖିଥିବା ଜଣାଯାଏ । ତେଣୁ ଅବିଭକ୍ତ ହିଂଜିଳିରୁ ଏହା ବିଭକ୍ତ ବା କଟ୍ (ଉଟଞ)ହୋଇଥିବା ଯୋଗୁଁ ପରବର୍ତି ସମୟରେ ଏହା କାଟୁ ନାମରେ ଏକ ସ୍ୱତନ୍ତ୍ର ଗାଁ ରୂପେ ପରିଚିତ ହେଲା କାଳକ୍ରମେ ହିଂଜିଳିକାଟୁ ସହରକୁ କ୍ଷୁଦ୍ର ସହର(ପୌରପରିଷଦ)ା ମାନ୍ୟତା ମିଳିଛି । ୨ ଶହ ବର୍ଷ ଧରି ରାଜବାଟୀରେ କାଳାତିପାତ କରି ଆସିଥିବା ରାଜାଂ ମ।।ନେ ହେଲେ ଯଥାକ୍ରମେ ୧) ତ୍ରି ବିକ୍ରମ ଭଂଜଦେଓ, ୨ ) ବାସୁଦେବଶରଣ ଭଂଜଦେଓ, ୩) ଗୌରାଙ୍ଗ ଚରଣ ଭଂଜଦେଓ, ୪) ଲକ୍ଷ୍ମୀ ନୃସିଂହ ଭଂଜଦେଓ, ୫) ଲଲିତ କିଶୋର ଭଂଜଦେଓ,୬) ଲଲାଟେନ୍ଦୁ କିଶୋର ଭଂଜଦେଓ (ବର୍ତମାନର ରାଜା ସାହେବ) ସପ୍ତମ ପୁରୁଷ ହେଉଛନ୍ତି ରାଜକୁମାର ତ୍ରିବିକ୍ରମ ଭଂଜଦେଓ, ଉଜ୍ଜଳ ସମ୍ଭାବନାମୟ ଉତରାଧିକାରୀ ।
ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଯାତ୍ରା ବୀବରଣୀ
କାଟୁ ଗ୍ରାମ ପାଇଁ ବର୍ଷର ;ବ÷ଶାଖ ଶୁକ୍ଳ ଚତୁର୍ଦଶୀ, ପୁର୍ଣ୍ଣମୀ ଏବଂ ପ୍ରତିପଦା ଏହି ତିନିଦିନ ବିଶେଷ ମହତ୍ୱ ରଖେ । ଏହାକୁ ତ୍ରିଦିବସୀୟ ଶ୍ରୀ ନୃସିଂହ ଜନ୍ମୋତ୍ସବ ଭାବେ ମହା ଆଡ଼ମ୍ବରରେ ପାଳନ କରାଯାଏ । ଗ୍ରାମର ଆରାଧ୍ୟ ଦେବ ଶ୍ରୀ ନୃସିଂହ ଠାକୁର ହୋଇଥିବା ଯୋଗୁଁ ଘରେ ଘରେ ପାର୍ବଣର ବାତାବରଣ ଦେଖିବାକୁ ମିଳେ । ମିତ୍ର ସମ୍ବନ୍ଧ ବ୍ୟତୀତ ଦର୍ଶନାଭିଳାସୀ ଜନସାଧାରଣଙ୍କ ସମାଗମରେ ଗାଁ ଦାଣ୍ଡ ଉଛୁଳି ଉଠେ । ଏହି ତିନି ଦିନ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଚଳନ୍ତି ବିଗ୍ରହକୁ ସୁରମ୍ୟ ବିମାନରେ ବିଜେ କରାଇ ବିଧି ମୁତାବତ ଗ୍ରାମ ପରିକ୍ରମା ବା ଯାତ୍ରା କରାଯାଏ । ପ୍ରଥମ ଦିନ ଅର୍ଥାତ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଜନ୍ମ ତିଥିରେ ରାଜ ପରିବାର ପକ୍ଷରୁ ବିଶେଷ ଭୋଗ ରୂପେ ଖିରି, ଖେଚଡ଼ି, କାକରା ଆଦି ସୁମିଷ୍ଟ ବ୍ୟଂଜନର ବ୍ୟବସ୍ଥା କରାଯାଇଥାଏ । ଉକ୍ତ ଦିନର ସମସ୍ତ ନୀତି ଲାଗି ଆବଶ୍ୟକୀୟ ଖର୍ଚ୍ଚ ରାଜ ପରିବାର ହିଁ ବହନ କରିଥାନ୍ତି । କିନ୍ତୁ ପୁର୍ଣ୍ଣମି ଓ ପ୍ରତିପଦା ଏହି ଦୁଇ ଦିନର ଖର୍ଚ୍ଚ କୈବର୍ତ ଓ ରଙ୍ଗଣି ସାହି ଦ୍ୱାରା ଦିନେଦିନେ ବହନ କରାଯାଇଥାଏ । କିନ୍ତୁ ଯେଉଁ ବର୍ଷ ପଟୁଆର ସହ ବିମାନ ପରିକ୍ରମାରେ ରଙ୍ଗଣି ସାହିର ଲୋକେ ରାଜ ପରିବାରକୁ ସହଯୋଗ କରିଥାନ୍ତି, ସେହି ବର୍ଷ ସାଧାରଣ ଦର୍ଶକ ଭାବିଥାନ୍ତି ଯେ, ଏହି ବର୍ଷ ରଙ୍ଗଣି ସାହିର ଦୁଇ ଦିନ ଯାତ୍ରା । ଅନୁରୂପ ଭାବେ ଯେଉଁ ବର୍ଷ ପଟୁଆର ସହ ବିମାନ ପରିକ୍ରମାରେ କୈବର୍ତ ସାହିର ଲୋକେ ରାଜ ପରିବାରକୁ ସହଯୋଗ କରିଥାନ୍ତି, ସେହି ବର୍ଷ ସାଧାରଣ ଦର୍ଶକ ଭାବିଥାନ୍ତି ଯେ, ଏହି ବର୍ଷ କୈବର୍ତ ସାହିର ଦୁଇ ଦିନ ଯାତ୍ରା । କିନ୍ତୁ ପ୍ରକୃତ ପକ୍ଷେ ରାଜ ପରିବାର, ରଙ୍ଗଣି ସମାଜ, କୈବର୍ତ ସମାଜର ଗୋଟିଏ ଦିନ କ୍ରମରେ ତିନିଦିନ ଯାତ୍ରା ସଂଙ୍ଗଠିତ ହୋିଥାଏ । ଅନୁରୂପ ଭାବେ ପ୍ରଥମ ଦିନ ଅର୍ଥାତ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଜନ୍ମ ତିଥିରେ ସ୍ଥାନୀୟ ପୌରାଂଚଳର ପାଟଣା ସାହିରେ ମଧ୍ୟ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ପୂଜିତ େହୋଇ ଆସୁଥିବାର ପ୍ରଥମ ଦିବସ ପାଟଣା ସାହିରେ ମଧ୍ୟ୍ୱହା ଆଡ଼ମ୍ବର ସହକାରେ ଯାତ୍ରା ତ୍ସୋବ ପାଳନ କରାଯାଇଥାଏ ।
ପ୍ରକୃତରେ ଏହି ଯାତ୍ରା କେବଳ ଦୁି ସମାଜର ନୁହେଁ । ବାସ୍ତବରେ କାଟୁ ଗ୍ରାମର ମୂଳ ଅଧିବାସୀ ରୂପେ ବସତି ସ୍ଥାପନ କରିୀଥିବା ପ୍ରତ୍ୟେକ ଜାତି, କୂଳ ବା ସମାଜର ଅଟେ । ଏଥିରେ ସମସ୍ତଙ୍କର ସମାନ ଅଧିକାର ରହିଥାଏ । ସମସ୍ତଙ୍କ ସହଯୋଗରେ ଯାତ୍ରା ହୁଏ ସର୍ବାଭ୍ଗ ସୁନ୍ଦର ଓ ଭକ୍ତି ରସମୟ ।
ଯାତ୍ରା ସୁପରିଚାଳନା
ଯାତ୍ରା ପରିଚାଳନରେ ସମସ୍ତଙ୍କ ଭୂମିକା ରହିଥିଲେ ମଧ୍ୟ ଯାତ୍ରାକୁ ଶୃଙ୍ଖଳିତ ତଥା ସମୟ ନିର୍ଘଂଟ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମର ତଦାରଖ ପାଇଁ ଜଣକୁ ଅଧିକାର ଦିଆଯାିଥାଏ । ଯେଉଁ ବ୍ୟକ୍ତି ଏହି ଦାୟିତ୍ୱକୁ ଗ୍ରହଣ କରିଥାନ୍ତି, ତାଙ୍କୁ ଯାତ୍ରା ଅଧିକାରୀ ଭାବରେ ସମ୍ମାନ ଦିଆଯାଇଥାଏ । ରଙ୍ଗରି ସମାଜ ତରଫରୁ ପୁରୁଷାନୁକ୍ରମେ ସ୍ୱର୍ଗତ ସାରଥି ସାହୁ, ସ୍ୱର୍ଗତ ବାଉରିବନ୍ଧୁ ସାହୁ ଏବଂ ବର୍ତମାନର ବଂଶୀଧର ସାହୁ ରଙ୍ଗଣି ସମାଜରୁ ଯାତ୍ରାଧିକାରୀ ପଦବୀରେ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରି ଆସୁଛନ୍ତି ।
କୈବର୍ତ ସାହିରେ କିନ୍ତି ଏହାର ବ୍ୟତିକ୍ରମ ଦେଖାଯାଏ । ସେଠାରେ ଯାତ୍ରାଧିକାରୀ ଭାବେ ପଦବୀ ପୁରୁଷାନୁକ୍ରମେୂ ପିତା ଠାରୁ ପୁତ୍ରକୁ ମିଳିନଥାଏ । ଜନ ସାଧାରଣଙ୍କ ଦ୍ୱାରା ମନେନେୀତ ବ୍ୟକ୍ତି ଏହି ପଦବୀରେ ଦାୟିତ୍ୱ ଓ କ୍ଷମତାକୁ ଉପଭୋଗ କରିଥାନ୍ତି । ପ୍ରଥମ ଅଧିକାରୀ ଭାବରେ ସ୍ୱର୍ଗତ ଗଣପତି ବେହେରା, ଦ୍ୱିତୀୟରେ ସ୍ୱର୍ଗତ ନାଥ ବେହେରା ଦାୟିତ୍ୱ ସମ୍ପାଦନା କରିବା ପରେ ଅଧିକାରୀ ପଦବୀକୁ ଉଛେଦ କରାି ସଭାପତି ପଦବୀକୁ ସ୍ୱୀକୃତି ଦେଲେ । ଫଳରେ ପ୍ରଥମ ସଭାପତି ଭାବେ ସ୍ୱର୍ଗତ ସାହେବ ବେହେରା ୧୯୬୮ ମସିହା ଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଦୀର୍ଘ ୪୪ ବର୍ଷ ଯାତ୍ରା ପରିଚାଳନାର ଗୁରୁ ଦାୟିତ୍ୱ ମୁଣ୍ଡାଇ ଜଣେ ସଫଳ ସଭାପତିର ପରିଚୟ ଛାଡ଼ି ଯାଇଛନ୍ତି । ତାଙ୍କରି ତିରୋଧାନପରେ ୨୦୧୨ ମସିହା ପରଠାରୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭୀମସେନ ବେହେରା ସଭାପତି ପଦ ଅଳଙ୍କୃତ କରି ଯାତ୍ରା ପରିଚାଳନାରେ ବ୍ରତୀ ଅଛନ୍ତି ।
>ଯାତ୍ରାର ବିଶେଷ ଆକର୍ଷଣ<
ଦୂରଦୂରାନ୍ତରର ରୁ ବହୁ ଭକ୍ତଙ୍କୁ କାଟୁ ଯାତ୍ରା ଆକର୍ଷଣ କରିବାର ମୂଳ କାରଣ ହେଲା ହୃଦୟରେ ଅଙ୍କୁରିତ ଆଲୋକିକ ବିଶ୍ୱାସ, ଭକ୍ତି ଏବଂ ଅନୁଭୂତି ଭରା ଦିବ୍ୟ ଦର୍ଶନ । ସମସ୍ତଙ୍କ ଅନୁଭବକୁ ଯଦି ଲିପିବଦ୍ଧ କରି ପୁସ୍ତକର ରୂପ ଦିଆଯାଏ ତେବେ ଏହା ହେବ ଅନ୍ୟ ଏକ ମହାଭାରତ ଗ୍ରନ୍ଥ । ଏହାର ଦ୍ୱିତୀୟ କାରଣ ହେଲା ମନବାାଂଛା ପୁର୍ଣ୍ରକାରୀ – ଶ୍ର ହରୀ । ତେଣୁ ସକାମୀ ଭକ୍ତଙ୍କ ଭିତରେ ଯାତ୍ରା ହୁଏ ଋଦ୍ଧିମନ୍ତ । ମାନସିକ ଧାରୀ ବେଶଙ୍କ ଦ୍ୱାରା ଯାତ୍ରା ହୁଏ ରମଣୀୟ । ଏହାର ତୃତୀୟ କାରଣଟି ହେଲା ମନୋରଂଜନ । ଉଭୟ ସାହି (ରଙ୍ଗଣି ଓ କୈବର୍ତ)ର ବିଭିନ୍ନ ଭାମ୍ୟମାଣ ବେଶ ସାଭ୍ଗକୁ ସ୍ତାୟୀ ରଥ ଯଥା – : ରାମ, ପର୍ଶୁରାମ, ବୀର ଅର୍ଜୁନ, ଇନ୍ଦ୍ରଜିତ, ଗରୁଡ଼ ବାହାନେ ବିଷ୍ଣୁ, ନଟରାଜ ଆଦି କାଠ ନିର୍ମିତ ବିଶାଳ ରଥ ବୋ ଆକର୍ଷଣୀୟ । ଏହା ଛଡ଼ା କୁଶଳୀ ଶିଲ୍ପୀର ହାତଗଢା କଳାକୁଂଜ, ଆଲୋଜ୍ଜ୍ା, ନୃତ୍ୟ ବିଚିତ୍ରା, ସଙ୍ଗୀତ ସନ୍ଧ୍ୟା, ଆତସବାଜୀ (ବାଣ) ପ୍ରଦର୍ଶନ ଜନମନକୁ କରେ ହରଣ, କମନୀୟ, ନମନୀୟ ଓ ଭକ୍ତି ରସାପ୍ଳୁତ । ଏମିତି ବ୍ୟୟ ବହୁଳ ବାର୍ଷିକ ଯାତ୍ରା କାଟୁ ଗ୍ରାମ ବ୍ୟତୀତ ଅନ୍ୟ କେଉଁଠି ଦେଖାଯାଏ ନାହିଁ । କେଉଁ ଠାରେ ପ୍ରତି ଦୁଇ ବର୍ଷରେ ଥରେ ତ କେଉଁ ଠାେ ପନ୍ରତି ୫ ବର୍ଷରେ ଥରେ ତ କେଉଁଠି ୭ ବର୍ଷରେ ତରେ ତ କେଉଁଠି ୧୨ ବର୍ଷରେ ଥରେ ଯାତ୍ରା ଅନୁଷ୍ଠିତ ହୋଇଥାଏ । ୧୯୪୨ ମସିହା ଠାରୁ ୨୦୧୮ ଦୀର୍ଘ ୭୬ ବର୍ଷ ପୁର୍ଣ୍ଣ କରି ହୀରକି ଜୟନ୍ତି ପାଳନର ଗୌରବ ସାଙ୍ଗକୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଠରାକୁରଙ୍କ ପତିତପାବନ ଧ୍ୱଜାକୁ ଉଡ଼ାଇ ଆସିଛି । ଏହା ଦୁଇ ସାହିର ଅଟଳ ଭକ୍ତି, ବିଭୁ ବିଶ୍ୱାସ, ଏକତା ଓ ଭାତୃତ୍ୱର ପରିଚୟ ଦେଇ ଆସିଛି । ଯାହାକି ଅନ୍ୟ ମାନଙ୍କ ପାଇଁ ଅନୁକରଣୀୟ ଆଦର୍ଶ ଅଟେ । ଚଳିତ ବର୍ଷ ଶ୍ରୀ ଲକ୍ଷ୍ମୀ ନୃସିଂହ ଠରାକୁରଙ୍କ ୭୭ତମ ବର୍ଷ ତ୍ରିଦିନାତ୍ମକ ଯାତ୍ରା ମଇ ୧୭ ତାରିକ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ପରିଶେଷରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠରାକୁରଙ୍କ ଚରଣ କମଳରେ ପ୍ରଣିପାତ ଜଣାଇ ଆପଣଙ୍କୁ ଥରେ ଏହି ଯାତ୍ରା ଓ ବିଭୁ ଦର୍ଶନ ପାଇଁ ସ୍ୱାଗତ ଜଣାଉଛି ।
ଉପସ୍ଥାପନା – ନିତ୍ୟାନନ୍ଦ ସାହୁ, ଭଂଜମାର୍ଗ, ହିଂଜିଳିକାଟୁ ଓ
ଶେଷଦେବ ସାହୁ, ହିଂଜିଳିକାଟୁ ପ୍ରତିନିଧି, ହିଂଜିଳିକାଟୁ, ଗଂଜାମ, ଦୁରଭାଷ – ୯୪୩୮୩୨୮୩୫୮


