ଇତିହାସ ବିଭାଗର ସ୍ୱାଗତ ସମାରୋହ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଉଭିଦ ବିଜ୍ଞାନ ବିଭାଗର ସ୍ନାତକ ଓ ସ୍ନାତୋକତର ଶ୍ରେଣୀ ପ୍ରଥମ ବର୍ଷ ଶିକ୍ଷାର୍ଥୀ ମାନଙ୍କୁ ସ୍ୱାଗତ କରିବା ପାଇଁ ଗୁରୁବାର ମହାବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏଚ. ଚନ୍ଦ୍ରଶେଖର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଅଶୋକ କୁମାର ପାଣିଗ୍ରାହୀ ଯୋଗଦେଇ ଶିକ୍ଷାର୍ଥୀ ମାନେ କିପରି ଉତମ ଶୃଙ୍ଖଳିତ ଜୀବନ ଯାପନ କରିପାରିବେ ସେ ନେଇ ମତବ୍ୟକ୍ତ କରିଥିଲେ । ପ୍ରାଧ୍ୟାପକ ଡ଼ଃ. ସୁଶିଲ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡଃ. ବନ୍ଦନା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଉଭିଦ ବିଜ୍ଞାନ ବିଭାଗୀୟ ଶେଷ ବର୍ଷ ଛାତ୍ରୀ ପି. ଶ୍ରିୟାସ୍ୱେତା ପାତ୍ର ପରିଚାଳନା କରିଥିଲେ । ଅନୁରୂପ ଭାବେ ଶୁକ୍ରବାର ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗର ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏଚ. ଚନ୍ଦ୍ରଶେଖର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପୁର୍ବତନ ଇତିହାସ ବିଭାଗୀୟ ପ୍ରାଧ୍ୟାପକ ଡ଼ଃ, ବୃନ୍ଦାବନ ମିଶ୍ର ଯୋଗଦେଇ ମୁଲ୍ୟବୋଧ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅକ୍ଷୟ କୁମାର ପ୍ରଧାନ ମଂଚାସିନ ଥିଲେ । ବିଭାଗୀୟ ଛାତ୍ରୀ ସୁନିତା ପାଇଗ୍ରାହୀ, ଶୁଭଶ୍ରୀ ପଟ୍ଟନାୟକ, ରାନୁ ଗୌଡ଼, ସସ୍ମିତା ସ୍ୱାଇଁ, ସୁନେଲି ମାର୍ଥା, ପ୍ରିୟଙ୍କା ବେହେରା କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ମତବ୍ୟକ୍ତ କରିଥିଲେ କ଼ାର୍ଯ୍ୟମକ୍ରମ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼ଃ. ସୁନିଲକାନ୍ତ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଜୟନ୍ତି ସ୍ୱାଇଁ, କାଳୁ ଚରଣ ବେହେରା, ସୁଶାନ୍ତ ବେହେରା, ବିଶାଖା ପ୍ରହରାଜ, ରଂଜିତା ସ୍ୱାଇଁ, ଲକ୍ଷ୍ମୀ ପାତ୍ର, ଗିତାଂଜଳି ପାତ୍ର, ସୁନିଲ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ