ହିଂଜିଳିକାଟୁ ପୌରାଂଚଳର ସ୍ୱଛତା ପରଖିଲେ ସ୍ୱଛ ଭାରତ ଟିମ୍

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁି ପୌରାଂଚଳକୁ ଗୁରୁବାର ସ୍ୱଛ ଭାରତର ଏକ ଟିମ ଗ୍ରସ୍ତ କରି ସହରର ବିଭିନ୍ନ ସ୍ଥାନର ସ୍ୱଛତା ପରଖିଛନ୍ତି । ସ୍ୱଛ ଭାରତ ଟିମ୍ର ଲିଡ଼ର ସମିର କୁମାର ପଣ୍ଡା ଭୁବନେଶ୍ୱରରୁ ଆସି ସ୍ଥାନୀୟ ପୌରାଂଚଳରେ ପ୍ରତ୍ୟେହ ଘରକୁ ଘର ବୁଲି ସଂଗ୍ରହ ମଇଳା କରାଯାଉଥିବା କାର୍ଯ୍ୟ ଶୈଳୀ ପରଖିବା ସହ ଅର୍ବଜନା ସଂଗ୍ରହ କରୁଥିବା ଗାଡ଼ିର ରୁଟ୍ ମ୍ୟାପକୁ ଦେଖିଥିଲେ । ପୌରାଂଚଳର ୨ ଟି ସ୍ଥାନରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ବୁଲି ଦେଖିବା ସହ କିପରି କାର୍ଯ୍ୟକାରୀ କରାଯାଉଛି ଏବଂ ଏଥି ସକାଶେ ଅନ୍ୟ କଣ କଣ ଆବଶ୍ୟକତା ରହିଛି ସେ ନେଇ ପଚାରି ବୁଝିଥିଲେ । ପୌରାଂଚଳର ପରିମଳ ଓ ସ୍ୱଛତା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ପୌରାଂଚଳର ଜନସଂଖ୍ୟା ଓ ସହରର ଆବର୍ଜନାକୁ କିପରି ପୁନଃଚକ୍ରିକରଣ କରାଯାଉଛି ସେ ନେଇ ପୌରପରିଷଦର କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ । ପରବର୍ତି ସମୟରେ ଆହାର କେନ୍ଦ୍ର ନିକଟସ୍ଥ ଅଂଚଳର ପରିମଳ ବ୍ୟବସ୍ଥା ବୁଲି ଦେଖିବା ସହ ପୌରାଂଚଳକୁ ଅଧିକ ସୁନ୍ଦର କରିବା ଓ ସ୍ୱଛତା ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ସ୍ୱଛ ଭାରତ ଟିମ୍ର ଲିଡ଼ର ପଣ୍ଡାଙ୍କ ଗ୍ରସ୍ତ ସମୟରେ ପୌରପରିଷଦର ନିର୍ବାହୀ ଅଧିକାରୀ ଅଶେଶକ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ମାନସ ରଂଜଦ ଦାଶ, ଦିଲ୍ଲିପ କୁମାର ମିଶ୍ର, ପରିମଳ ମାର୍ଗଦର୍ଶକ ସୁବାସ ପଟ୍ଟନାୟକ, ବିବେକାନନ୍ଦ ମହାପାତ୍ର, କୈଳାସ ଚନ୍ଦ୍ର ସାବତ, ମୋହନ ରାଓଙ୍କ ସମେତ ପୌରପରିଷଦର ଅନ୍ୟାନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ