ହିଂଜିଳିକାଟୁ ବିଇଓ ଭାବେ ଦାୟିତ୍ୱ ଗ୍ରହଣ କଲେ ବସନ୍ତ ପଣ୍ଡା

ହିଂଜିଳିକାଟୁ, ୨୩ା୮ (ଶେଷଦେବ ସାହୁ): ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ପଣ୍ଡା ସୋରଡ଼ା ବ୍ଳକ ଗୋପାଳପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । କାର୍ଯ୍ୟରେ ଯୋଗଦାନ ପରେ ବ୍ଳକରେ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି । ଗୁରୁବାର କାର୍ଯ୍ୟରେ ଯୋଗଦାନ ପରେ ହିଂଜିଳିକାଟୁ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରକାଶ ଥାଉକି, ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରେ ତକ୍ରାଳୀନ ଗୋଷ୍ଠୀ ଶିକ୍ଷାଧିକାରୀ ଉମାଚରଣ ତ୍ରିପାଠି ଅବସର ଗ୍ରହଣ କରିବା ପରେ କୁକୁଡ଼ାଖଣ୍ଡି ବିଇଓ ଏସ. ଗିରିଧାରୀଙ୍କୁ ହିଂଜିଳିକାଟୁ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।\nଫଟୋ- ବିଇଓ ବସନ୍ତ ପଣ୍ଡାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଞାପନ କରାଯାଉଛି\

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ