ରାସ୍ତାକଡରେ ଶିଶୁକନ୍ୟାକୁ ଜନ୍ମଦେଲେ ମହିଳା

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାର ଗର୍ଭବତୀ ମହିଳା ମାନଙ୍କ ପାଇଁ ଜନନୀ ଏକ୍ସପ୍ରେସ ଠାରୁ ଆରମ୍ଭ କରି ମମତା ଯୋଜନା ଅନେକ ମାତୃକଲ୍ୟାଣ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ସେଗୁଡିକର ସଠିକ କାର୍ଯ୍ୟକାରୀ ହୋଇପାରୁନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରେଶମ ସହର ବ୍ରହ୍ମପୁରରେ । ସୁଚନାନୁସାରେ , ପାତ୍ରପୁର ଅଞ୍ଚଳର ଏକ ଜୈନିକ ମହିଳା ନିଜର ୪ବର୍ଷର ଶିଶୁ ପୁତ୍ର ସହ ଏମକେସିଜି ମେଡିକାଲକୁ ପ୍ରସବ ନମନ୍ତେ ଅଟୋରେ ଯାଉଥିବା ସମୟରେ କୋର୍ଟପେଟା ଛକ ନିକଟରେ ଅଟୋଚାଳକ ମହିଳାଙ୍କୁ ଓହ୍ଲାଇଦେଇଥିଲେ । ପରେ ମହିଳାଙ୍କ ପ୍ରସବ ବେଦନା ଅଧିକ ହେବାରୁ ରାଜରାସ୍ତାରେ ସ୍ଥାନୀୟ ଘରୋଇ ଚିକିତ୍ସାଳୟର ନର୍ସଙ୍କ ସହାୟତାରେ ସେ ଏକ ଶିଶୁକନ୍ୟା ଜନ୍ମଦେଇଥିଲେ । ପରେ ଆମ୍ବୁଲାନ୍ସ ପ୍ରସୁତି ମହିଳାଙ୍କୁ ଏମକେସିଜି ଡାକ୍ତରଖାନାକୁ ନେଇ ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଭର୍ତ୍ତି କରାଯାଇଥିଲା । ଉଭୟ ମା ଓ ନବଜାତ ଶିଶୁଟି ସୁସ୍ଥ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ