ହିଂଜିଳିକାଟୁ ବ୍ଳକରେ ଗଡ଼ିଲା ବିକାଶ ରଥ

ହିଂଜିଳିକାଟୁ(ଶେଷଦେବ ସାହୁ): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଛତ୍ରବୁର ଆନୁକୂଲ୍ୟରେ ହିଂଜିଳିକାଟୁ ବ୍ଳକରେ ବିକାଶ ରଥର ଶୁଭାରମ୍ଭ କରାଯାଇଛି ।ସ୍ଥାନୀୟ ବବ୍ଳକ ପଲ୍ଲୀପଦ୍ମନାଭପୁର ଗ୍ରାମରେ ମକରଝୋଳ ପିଇଓ ପ୍ରତାପ କୁମାର ସାହୁଙ୍କ୍ରଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ସରଂପଚ ଜି. ଏରମା, ସେବା ସମବାୟ ସମିତି ସଭାପତି ଜି. ମୋହନ, ଏପିଓ ବିଶ୍ୱନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ର ଅତିଥି ଭାେ ଆନୁଷ୍ଠାନିକ ଭାବେ ବିକାଶ ରଥର ଶୁଭାରମ୍ଭ କରିଥିଲେ । ପରବର୍ତି ସମୟରେ ଏକ ସଭାର ଆୟୋଜନ ହୋଇଥିଲା । ଆୟୋଜିତ ସଭାରେ ଅତିଥି ମାନେ, ରାଜ୍ୟ ସରକାରଙ୍କ ଦ୍ୱାରା ପଂଚାୟତ ସ୍ତରରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନା ଯଥା- ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସ୍ୱଛ ଓଡ଼ିଶ- ସୁସ୍ଥ ଓଡ଼ିଶା, ଜୀବିକା ମିଶନ, ଗ୍ରାମ୍ୟ ଓ ଗୃହ ନିର୍ମାଣ, ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନାରେ ଶିକ୍ଷିତ ଯୁବବକ, ଯୁବତୀ ମାନଙ୍କୁ ନିଯୁକ୍ତ ସୁଯୋଗ ରହିଛି ୋଲି ମତବ୍ୟକ୍ତ କରିଥିଲେ । ଅନୁରୂପ ଭାବେ ସ୍ଥାନୀୟ ବ୍ଳକ ପୋଚିଲିମା, ବଡ଼ଖଣ୍ଡିରେ ବବିକାଶ ରଥର ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ପୋଚିଲିମା ସରଂପଚ ଭାଣ୍ଡି ରବିନ୍ଦ୍ର, ବଡ଼କଣ୍ଡି ସରଂପଚ କେ. ଦୁର୍ଗାପ୍ରସାଦ ଆଚାରୀ , କନିଷ୍ଠଯନ୍ତ୍ରୀ ସିମାଂଚଳ, ଜିଆରଏସ ମାନଓ ସାହୁ, ପି. କୃଷ୍ଣମୂର୍ତିଙ୍କ ସମେତ ସଂପୃକ୍ତ ଅଂଚଳର ଗାଁ ସାଥୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ