ହିଂଜିଳିରେ ୨ ଡ଼େଙ୍ଗୁ ରୋଗୀ ଚିହ୍ନଟ
ହିଂଜିଳିକାଟୁ , (ଯୁଗାବ୍ଦ ନ୍ୟୁଜ): ଗଂଜାମ ଜିଲ୍ାରେ ଦିନକୁ ଦିନ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଶୁକ୍ରବାର ସୁଦ୍ଧା ଜିଲ୍ଲାରେ ୭୨ ଜଣ ଡ଼େଙ୍ଗୁ ରୋଗୀ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିହ୍ନଟ ହୋଇଛନ୍ତି । ଡ଼ାକ୍ତରଖାନାର ମାଇକ୍ରୋ ବାୟୋଲଜି ବିଭାଗ ପକ୍ଷରୁ ଶୁକ୍ରବାର ସୁଦ୍ଧା ୭୯୪ ଜଣ ରୋଗୀଙ୍କ ରକ୍ତ ନମୁନାରୁ ୭୨ ଜଣ ରୋଗୀଙ୍କ ଦେହରେ ଡ଼େଙ୍ଗୁ ପଜିଟିଭ୍ ଥିବା ପ୍ରକାଶ ପାଇଛି । ଶୁକ୍ରବାର ହିଂଜିଳି ଥାନା ଚାନ୍ଦୁଲି ଓ ଠୁରୁବୁରାଇ ଗ୍ରାମର ୨ଜଣଙ୍କ ଦେହରେ ଡ଼େଙ୍ଗୁ ରୋଗ ଥିବା ଚିହ୍ନଟ ହୋଇଛି । ସେମାନେ ହେଲେ ଚାନ୍ଦୁଲି ଗ୍ରାମର ହୃଷିକେଶ ସାହୁ (୧୯) ଓ ଠୁରୁବୁରାଇ ଗ୍ରାମର ନାରାୟଣ ସ୍ୱାଇଁ (୧୮) । ଆକ୍ରାନ୍ତ ୨ଜଣଙ୍କୁ ବଡ଼଼ ଡ଼ାକ୍ତରଖାନାର ୪ନଂ ଡ଼େଙ୍ଗୁ ୱାର୍ଡ଼ରେ ଚିକିତ୍ସିତ କରାଯାଉଛି । ହୃଷିକେଷ ଚେନ୍ନାଇରେ ଓ ନାରାୟଣ ମୁ୍ମ୍ବାଇ ଯାଇଥିବା ପ୍ରକାଶ ।