ହିଂଜିଳି ଥାନା ଅଂଚଳରେ କବାଟ ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୁତ୍ତ

ହିଞ୍ଜିଳିକାଟୁୂ ,(ଯୁଗାବ୍ଦ ନ୍ୟୁଜ୍) : ହିଞ୍ଜିଳିଥାନା ଅନ୍ତର୍ଗତ କୋଳିଦାସପୁର ଗ୍ରାମର ଜଣେ ଯୁବକଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ କବାଟ ଭାଙ୍ଗି ୬ ଭରି ଅଳଙ୍କାର ସମେତ ନଗଦ ୯ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହିଞ୍ଜିଳିଥାନା ପୁରୁଷୋତ୍ତମପୁର ବ୍ଳକ କୋଳିଦାସପୁର ଗ୍ରାମର ପପୂର୍ବତନ ଡକିୟାର୍ଡ ଡ୍ରାଇଭର ସେଠୀ  ,ପରିବାର ରାତିରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ କବାଟ ତାଡି ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କାର ସଂପତ୍ତି ଲୁଟିନେଇଥିବା ଜଣାପଡିଛି । ଶର‌୍ୟ୍ୟାତ୍ୟାଗ କରିବା ପରେ କବାଟ ଭାଙ୍ଗିଥିବାର ଦେଖିବା ସହ ଆଲମାରି କବାଟ ଭାଙ୍ଗିଥିବା ଦେଖି ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ । ହିଞ୍ଜିଳିଥାନା ଅଂଚଳରେ ବାରମ୍ଭାର ଦୁର୍ବୁତ୍ତମାନେ ଲୁଟ କରିଚାଲିଛନ୍ତି । ତେଣୁ ଜନସାଧାରଣ ତରଫରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ଦାବି ହୋଇଛି । ଘଟଣା ନେଇ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରି ନଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ