ହିଜରି କ୍ୟାଲେଣ୍ଡର
ଇସଲାମ ଧର୍ମର କ୍ୟାଲେଣ୍ଡର ହିଜରି ସାଲ ନାମରେ ପରିଚିତ । ଏହି କ୍ୟାଲେଣ୍ଡରକୁ ମୁସଲିମ ଦେଶମାନଙ୍କ ସହ ସମଗ୍ର ବିଶ୍ୱରେ ବାସ କରୁଥିବା ଇସଲାମ ଧର୍ମାବଲମ୍ବୀମାନେ ବ୍ୟବହାର କରିଥା’ନ୍ତି । ଏହା ଅନୁସାରେ ମହରମ ମାସର ପ୍ରଥମ ଦିନ ନୂଆବର୍ଷ । ପ୍ରୟଗମ୍ବର ହଜରତ ମହମ୍ମଦ ୬୨୨ରେ ମକ୍କାରୁ ମଦିନାକୁ ପ୍ରବାସ ବା ହିଜରତ କରିଥିଲେ । ସେହିଦିନଠାରୁ ଇସଲାମୀୟ ଚାନ୍ଦ୍ର ପଂଜିକାର ହିଜରୀ ସମ୍ବତର ଗଣନା ଆରମ୍ଭ ହୋଇଛି ।


