ହିଞ୍ଜିଳିକାଟୁରେ ଭାରତ ବନ୍ଦ ଡାକରା ଆଂଶିକ ସଫଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ କ୍ରମେ ଭାରତ ବନ୍ଦ କୁ ସଫଳ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ସାମିଲ ହୋଇଛନ୍ତି। ହିଞ୍ଜିଳିକାଟୁ ଠାରେ ମଧ୍ୟ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା। ପୂର୍ବଦିନ ଏହି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା। ଏଥିରେ ଭାରତ କୃଷକ ସଭା,ଓଡିଶା କୃଷକ ସଭା, ଭାରତ ମହାସଭା, ଅଖିଳ ଭାରତ କ୍ଷେତ ମଜଦୂର କିଷାନ ସଭା,ଏଆଇକେକେଏସ ଓ ଏବିଏମ ସଙ୍ଗଠନର କର୍ମକର୍ତ୍ତାମାନେ ଏକାଠି ହୋଇ ସ୍ଥାନୀୟ ସହରରେ ଥିବା ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ, ନ୍ୟାୟାଳୟ, ପେଟ୍ରୋଲ ପମ୍ପ ସବୁ ବନ୍ଦ କରିଥିଲେ।ଛକ ଗୁଡିକରେ ପିକେଟିଂ କରିବା ସହ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ଵିଜୁ ପଟ୍ଟନାୟକ ଛକରେ ରାସ୍ତା ଅବରୋଧ କରିଥିଲେ।ଯାହାଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।ଯାତ୍ରୀ ପରିବହନ ସେବା ମଧ୍ୟ ବନ୍ଦ ରହିବା ସହ କିଛି ବ୍ୟବସାୟୀ ମାନେ ସ୍ୱତଃ ପ୍ରବୃତ୍ତ ଭାବେ ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରଖିଥିବା ବେଳେ କିଛି ବ୍ୟବସାୟୀ ନିଜ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରଖିଥିବା ଦେଖିବାକୁ ମିଳିଥିଲା। ଜରୁରୀ କାମରେ କେବଳ କେତେକ ଯାନବାହନ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଥିଲା। ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ସହରର ବିଭିନ୍ନ ସ୍ଥାନରେ ମୃତୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏଆଇଡିଏସଓ ଗଞ୍ଜାମ ଜିଲ୍ଲା କମିଟି ସମ୍ପାଦକ ନିମାଇଁ ଚରଣ ସାହୁ, ଜିଲ୍ଲା ସଂଗଠକ ନାରାୟଣ ସାହୁ, ଏଆଇକେକେଏସ ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ପି ପାର୍ବତୀ, ସଂଯୁକ୍ତା ନାୟକ, ଡି ତିରୁପତି ଦୋରା, ପପୁନ ସାହୁ, ସୈମ୍ୟରଞ୍ଜନ ଗଉଡ, ଅନିଲ ସାହୁ, ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ