ହିଞ୍ଜିଳିକାଟୁରେ ଷଠିଓଷା ଵ୍ରତ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୈାରଞ୍ଚଳ ଘୋଡାହଡ ନଦୀ ପଠାରେ ରଵିଵାର ପୂର୍ବାହ୍ନରେ ମା ମାନେ ନିରାଡମ୍ଵର ସହକାରେ ଷଠି ଓଷାବ୍ରତ ପାଳନ କରିଛନ୍ତି ।ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଵିଭିନ୍ନ ସାହିରୁ ମହିଳା ମାନେ ମେଳି ହୋଇ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା’ମାନେ ଷଠି ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା’ମାନେ ଷଠି ମାଁଙ୍କୁ ପୂଜିଥାନ୍ତି ।ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ଵା ଗଣେଶ ପୂଜାର ଦୁଇ ଦିନ ପରେ ଷଠି ଓଷା ପାଳନ ହୁଏ । ଭାତ, ଡାଲି, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା’ ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା’ ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା’ ପାଖରେ ଥୁଆ ହୁଏ । ତା’ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି।ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷା ବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ଧୀରେ ଧୀରେ ଆଘାତ କରନ୍ତି ଏହାକୁ ଷଠିବାଡ଼ିଆ କହନ୍ତି ଏତଦ୍ୱାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ୱାସ । ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି: “ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ – ବଜ୍ର ହୋ ! ବଜ୍ର ହୋଇ ରହିଥା। ସେହିପରି ଆଖ ପାଖ ଅଞ୍ଚଳରେ ମାଁ ମାନେ ତୁଳସୀ ମଣ୍ଡପ ଗୁଡିକରେ ଏକାଠିହୋଇ ପିଠା ଖିରି ତରକାରୀ ଆଦି ନେଇ କଣ୍ଟିଆଳି ରେ ଦୁଵ ବାନ୍ଧି ଶିଳପୁଆରେ ହଳଦି ଲଗାଇ ଫୁଲ ଫଳ ଦେଇ ରିତି ନିତି ଅନୁସାରେ ପୂଜା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ