ହିଞ୍ଜିଳିକାଟୁ ଅଞ୍ଚଳର ଗର୍ବ ଓ ଗୌରବ: ଶ୍ରେଷ୍ଠ ଚଳଚ୍ଚିତ୍ର ଆୱାର୍ଡ଼ ପାଇଲା ‘ଅଭିଳାଷ’

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବେଙ୍ଗା ଲ ଲକଡ଼ାଉନ ଅନଲାଇନ ପିଲ୍ମ ଫେଷ୍ଟିଭାଲରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳରେ ପ୍ରତିଷ୍ଟିତ ନୃତ୍ୟମ ଅନୁଷ୍ଠାନର କୁନି କଳାକାରଙ୍କ ପର୍ଦଶିତ ତଥା କୃଷ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେିଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ଶ୍ରେଷ୍ଟ ଚଳଚ୍ଚିତ୍ର ଆୱାର୍ଡ଼ ଗ୍ରହଣ କରିବା ସହ ପୁରସ୍କୃତ ହୋଇଛି । ଜୁନ୍ ମାସରେ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଜାତୀୟ ସ୍ତରରେ ପିଲ୍ମ ପେଷ୍ଟିଭାଲକୁ ମନୋନୀତ ହୋଇଥିଲା । ବୁଧବାର ରାତିରେ ଆୟୋଜକ କମିଟି ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’କୁ ଶ୍ରେଷ୍ଟ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି । ଆୱାର୍ଡ଼ ପାଇବା ପରେ ଅଂଚଳବାସୀ ଚଳଚ୍ଚିତ୍ର ସହିତ ଜଡ଼ିତ ସମସ୍ତ କଳାକାର ଓ ଟେକ୍ନିସିଆନ ମାନଙ୍କୁ ନିକଟକୁ ଅଭିନନ୍ଦନ ବାର୍ତାର ସୁଅ ଛୂଟିବାରେ ଲାଗିଛି । ପ୍ରକାଶ ଥାଉକି ଅନୁଷ୍ଠାନର ନିର୍ଦ୍ଦେଶକ ସାହୁ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରଟି ସମ୍ପୁର୍ଣ୍ଣ ଭାବେ ହିଞ୍ଜିଳିକାଟୁ ସହର ପରିସରରେ ହିଁ ନିର୍ମାଣ କରାଯାଇଥିଲା । ଶିଶୁ କଳାକାର ଶିବାଜୀ ଦାସ ସଂପୃକ୍ତ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ନିଭାଇଛନ୍ତି । ଚଳଚ୍ଚିତ୍ରର ସହକାରୀ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ, କ୍ୟାମରୋ ମ୍ୟାନ ଟି. ଶ୍ରୀନିବାସ ଦାସ, ସୁମନ ଦାସ, ଗୋପାଳ ମହାନ୍ତି, ରବିନ୍ଦ୍ର ସାହୁପ୍ରଭାତ ମହାରଣା, ଚିମନ କୁମାର ସାହୁ, ସେମାନାଥ ବେହେରା, କେଶବ ମହାରଣା, ହରି ଡ଼ାକୁଆ ପ୍ରମୁଖ ଚଳଚ୍ଚିତ୍ର ନିର୍ମାଣରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ