ହିଞ୍ଜିଳିକାଟୁ ପୌରାଂଚଳରେ କୋଭିଡ଼ି ସ୍ଥିତି ଓ ସ୍ୱଚ୍ଛତା ପରଖିଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ବର୍ତମାନ ଗଞ୍ଜାମ ଜିଲ୍ଲାରେ ସ୍ଥିତି ନିନ୍ତ୍ରତଣାଧିନ ରହିଛି । ଗଞ୍ଜାମ ଜିଲ୍ଲାରୁ କରୋନା ବିପଦ ସମ୍ପୁର୍ଣ୍ଣ ଟଳିନଥିବା ବେଳେ ବର୍ତମାନ ସ୍ଥିତିରେ ଆମ୍ଭକୁ ସାବଧାନ ସହକାରେ କୋଭିଡ଼ ନିୟମ ମାନି ଚଳିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ୨୪ ତାରିଖ ଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କୋଭିଡ଼ ସପ୍ତାହ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କୋଭିଡ଼ ସପ୍ତାହ ପାଳନର ୬ଷ୍ଠ ଦିବସ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ପୌରାଂଚଳ ଗ୍ରସ୍ତରେ ଆସି ପୌରାଂଚଳର କୋଭିଡ଼ି ସ୍ଥିତି ଓ ସ୍ୱଚ୍ଛତା ପରଖିଥିଲେ । ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ହିଞ୍ଜିଳିକାଟୁରେ ପଂହଚି ମାର୍କେଟ କମ୍ପେ୍ଳକ୍ସ ନିର୍ଦ୍ଧାରିତ ସ୍ଥାନ ବୁଲି ଦେଖିବା ସହ ତୁରନ୍ତ ନିର୍ମାଣ ସକାଶେ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ନେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ପରେ ବସଷ୍ଟାଣ୍ଡ, ଲକ୍ଷ୍ମୀ ବଜାର, ପରିବା ବଜାର ବୁଲି ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କୁ ପଂଚସୂତ୍ରୀ ନିୟମ କଡ଼ାକଡ଼ିସ ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ପରେ ପୌରାଂଚଳର ଥାନା ସାହି, ବଡ଼ ରଙ୍ଗଣି ସାହି, ରଜା ସାହି, ଥାନା ସାହି ବୁଲି ସ୍ୱଛତା ବୁଲି ଦେଖିବା ସହ ଯେଉଁ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଆର୍ବଜନା ପଡ଼ି ଥିବାର ଦେଖିଥିଲେ ତୁରନ୍ତ ସଫା କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ । ଆର୍ବଜନାକୁ ରାସ୍ତା ଉପରେ ନପକାଇ ଡ଼ଷ୍ଟବିନରେ ରଖି ପ୍ରତ୍ୟହ ଆର୍ବଜନା ସଂଗ୍ରହ ଗାଡ଼ିରେ ଜମା ଦେବା ପାଇଁ କହିଥିଲେ । ଯେଉଁ ସାହି ବାସିନ୍ଦା ନିଜ ସାହିକୁ ସଫାସୁତୁରା ରଖୁନାହାନ୍ତି ପୌର ପରିଷଦ ପକ୍ଷରୁ ସଂପୃକ୍ତ ସାହିକୁ ପୌର ସଫେଇ କର୍ମଚାରୀଙ୍କୁ ସଫେଇ କାର୍ଯ୍ୟ ନକରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପଂଚସୂତ୍ରୀ ନିୟମ କାର୍ଯ୍ୟକାରୀ କରୁନାହାନ୍ତି କିମ୍ବା ସ୍ୱଚ୍ଛତାକୁ ଗୁରୁତ୍ୱ ପ୍ରଦାନ କରୁନାହାନ୍ତି ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରିବାକୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ୱାର୍ଡ଼ର ସ୍ୱଚ୍ଛତା ଲାଗି ସ୍ୱଚ୍ଛ ସାଥୀ ଓ ପରିବାରର ଜଣେ ସଦସ୍ୟଙ୍କୁ ନେଇ ବୈଠକ କରିବା ପାଇଁ ପରାମର୍ଶ ଦେଇଥିଲେ । ସ୍ୱଚ୍ଛତା ଦିଗରେ ହିଞ୍ଜିଳିକାଟୁ ପୌରାଂଚଳକୁ ରାଜ୍ୟର ୧ନଂ ସ୍ଥାନ ଅଧିକାର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଂଚଳବାସୀଙ୍କ ସହଯୋଗ କାମନା କରିଥିଲେ । ପରେ ପୌରାଂଚଳ ବେବର୍ତା ପୋଖରୀ ସୌନ୍ଦର୍ଯ୍ୟକରଣ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ପୋଖରୀ ହୁଡ଼ାରେ ବହୁ ପରିମାଣରେ ମଦ ବୋତଲ ଓ ଜରି ଗ୍ଳାସ ପଡ଼ିଥିବାର ଦେଖି କ୍ଷୁବ୍ଧ ହେବା ସହ ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ମଦ୍ୟପ ମାନଙ୍କୁ ଗିରଫ କରିବାକୁ କହିଥିଲେ । ସହର ମଧ୍ୟରେ ଥିବା ପବ୍ଳକି ଟଏଲଟ ଗୁଡ଼ିକୁ କମିଟି ଗଠନ କରି ସ୍ୱଚ୍ଛତା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଭାରପ୍ରାପ୍ତ ତହସିଲଦାର ଜନ୍ମେଞ୍ଜୟ ସାହୁ, ପୌର କନିଷ୍ଠନ୍ନ୍‌୍‌ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୌର କର୍ମଚାରୀ ବିବେକାନନ୍ଦ ମହାପାତ୍ର, ଅଶ୍ୱିନି ନାୟକ, ସୁବାଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ