ହିଞ୍ଜିଳିକାଟୁ ପ୍ରିମିଅର କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟ କ୍ୱାର୍ଟର ଫାଇନାଲରେ ଇଚ୍ଛାପୁର ଦଳ ୨୬ରନରେ ବିଜୟୀ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମର୍ଣିଂ କ୍ରିକେଟ କ୍ଳବ୍ ହିଞ୍ଜିଳିକାଟୁ ପକ୍ଷରୁ ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଆୟୋଜିତ ହିଞ୍ଜିଳିକାଟୁ ପ୍ରିମିଅର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ ମ୍ୟାଚରେ ଥାନେ ଷ୍ଟାର ଇଲେଭେନ ଦଳକୁ ୨ ୱିକେଟରେ ପରାସ୍ତ କରି ଇଛାପୁର ଦଳ ବିଜୟୀ ହୋଇଛି। ପ୍ରଥମେ ଟସ୍ ଜିତି ଇଚ୍ଛାପୁର ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୨ ଓଭରରେ ୫ ୱିକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା। ଜବାବରେ ପ୍ରତିପକ୍ଷ ପୁନେ ଷ୍ଟାର ଇଲେଭେନ୍ ଦଳ ନିର୍ଦ୍ଧାରିତ ୧୨ ଓଭରରେ ୯ ୱିକେଟ ହରାଇ ୧୩୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଫଳରେ ଇଚ୍ଛାପୁର ଦଳ ୨୬ ରନରେ ବିଜୟୀ ହୋଇଛି। ଇଚ୍ଛାପୁର ଦଳର ଖେଳାଳୀ ସାଇ କୁମାର ଧୂଆଁଧାର ବ୍ୟାଟିଂ କରି ସର୍ବାଧିକ ୬୩ ରନ କରି ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିବେଚିତ ହେଇଥିଲେ। ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ବି. ରାଜେଶ କୁମାର ସୁବୁଦ୍ଧି ଉପସ୍ଥିତ ରହି ସାଇ କୁମାରଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଆମ୍ପାୟର ଭାବେ ରାଜା ସାମଲ ଓ ବବୁଲୁ ଦାଇତ୍ୱ ନିର୍ବାହ କରିଥିଲେ।ସାଗର ପୃଷ୍ଟି ସ୍କୋରର ଥିବା ବେଳେ ଶ୍ରୀଧର ମହାରଣା ଧାରାବିବରଣୀ ପ୍ରଦାନ କରିଥିଲେ।କାହ୍ନ।,ଭଗବାନ, ମୁନା, ସୁଲଭ, ଜିତୁ, ସୁଭମ ଙ୍କ ସମେତ ଆୟୋଜକ ମଣିଙ୍ଗ କ୍ରିକେଟ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ।