ହିଞ୍ଜିଳିରେ ଅକ୍ସିଜେନସ୍ତର ଯାଂଚ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସମଗ୍ର ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ଠାରୁ ଘରକୁ ଘର ବୁଲି ଅକ୍ସିଜେନସ୍ତର ଯାଂଚ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପ୍ରକ୍ରିୟା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଗଠିତ ସ୍ୱାସ୍ଥ୍ୟ ଟିମ୍ ସହାୟତାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଅକ୍ସିଜେନସ୍ତର ଯାଂଚ କରିବେ । ଏହା ଦ୍ୱାରା ଲକ୍ଷଣ ରହିଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ ସହ ସେମାଙ୍କ୍ର ଠିକ୍ ସମୟରେ ଚିକିତ୍ସା କରାଯାଇପାରିବ । ଏଥିସହ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କୁ ମେଡ଼ିକାଲ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ । ଅକ୍ସିଜେନସ୍ତର ଯାଂଚ କରିବା ଦ୍ୱାରା ପ୍ରତ୍ୟେକଙ୍କ ବିଭିନ୍ନ ରୋଗରେ ଆକ୍ରାନ୍ତ ସହଜରେ ଚିହ୍ନଟ ହୋଇପାରିବେ । ପୂର୍ବରୁ ସ୍ଥାନୀୟ ଅଂଚଳରେ ବହୁବାର ସ୍ୱାସ୍ଥ୍ୟ ଯାଂଚ କାର୍ଯ୍ୟକ୍ରମ କରାଯାଇ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ସହ ସଂକ୍ରମଣ ବୃଦ୍ଧି ହାରକୁ ରୋକାଯାଇ ପାରିଥିଲା । ସ୍ଥାନୀୟ ଅଂଚଳରେ କରୋନା ଆକ୍ରାନ୍ତ ଶୁନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଳକର ପୋଚିଲିମା ଗ୍ରାମ ପଂଚାୟତରେ ଅକ୍ସିଜେନସ୍ତର ଯାଂଚ ପ୍ରକ୍ରିୟା କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁଭାରମ୍ଭ କରିଛନ୍ତି । ଅକ୍ସିଜେନସ୍ତର ୯୨%ରୁ କମ୍ ରହିଲେ ଚିକିତ୍ସା ପାଇଁ କୋଭିଡ଼ କେୟାର ହସପିଟାଲରେ ଭର୍ତି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ହିଞ୍ଜିଳିକାଟୁ ବ୍ଳକରେ ଅକ୍ସିଜେନସ୍ତର ଯାଂଚ କରିବା ସକାଶେ ୧୮୩ଟି ଟିମ୍ ଓ ରାପିଡ଼ ରେସପନ୍ସ ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ରେ ଅଙ୍ଗନୱାଡ଼ି, ଆଶା କର୍ମୀ ଓ ଜଣେ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି କରାଯାଇଛି ଓ ସେମାନଙ୍କୁ ଗାଇଡ଼ କରିବା ଲାଗି ଏଏନଏମଙ୍କୁ ନିଯୁକ୍ତି ଦିଆଯାଇଛି । କୌଣସି ବ୍ୟକ୍ତି/ ପରିବାର ସଦସ୍ୟଙ୍କ ଅକ୍ସିଜେନ ସ୍ତର ୯୨%ରୁ କମ୍ ରହିଲେ, ସଂପୃକ୍ତ ଟିମ୍ ରାପିଡ଼ ରେସପନ୍ସ ଟିମ୍ଙ୍କୁ ସୂଚନା ପ୍ରଦାନ କରିବା ପାଇର୍ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତି ସମୟରେ ହିଞ୍ଜିଳି ବିଡ଼ିଓଙ୍କ ତତ୍ୱାଡଧାନରେ ସାରୁ ଓ ବଡ଼ଖଣ୍ଡି ପଂଚାୟତରେ ଅକ୍ସିଜେନ ସ୍ତର ଯାଂଚ ପକ୍ରିୟା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ପୋଚିଲିମା ସରଂପଚ ଭାଣ୍ଡି ରଘୁନାଥ, ବିଡ଼ିଓ ପ୍ରସନ କୁମାର ପାତ୍ର, ଆଶା, ଅଙ୍ଗନୱାଡ଼ି କର୍ମୀ, ପିଇଓ, ଏଏନଏମ ପ୍ରମୁଖ ଉପସ୍ଥିତ ଥିଲେ ।