ହିଞ୍ଜିଳିରେ କଂଗ୍ରେସ ପକ୍ଷରୁ ବନ୍ଧୁ ମିଳନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ଖରିଡା ଗ୍ରାମ ସ୍ଥିତ କରେଇଶୁଣି ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ହିଞ୍ଜିଳି କଂଗ୍ରେସ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମକୁ କଂଗ୍ରେସ ବ୍ଳକ ସଭାପତି ପଦ୍ମଚରଣ ସାହୁଙ୍କ ସଭାପତିତ୍ୱରେ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ବନ୍ଧୁ ମିଳନ ଶୁଭାରମ୍ଭ ହୋଇଥିଲା ।ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳ ଧୀମାଇ ଯାଇଥିବା ଚର୍ଚ୍ଚାର ବିଷୟ ହୋଇଥିଲା ।ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଭାର ସମ୍ଭାଳିବାକୁ ଏବେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଦାଇତ୍ୱ ଦିଆଯାଇଛି । ବିଧାୟକ ଶ୍ରୀ ଜେନା ଆରମ୍ଭ କରିଛନ୍ତି ତାଙ୍କ ଦଳ କିପରି ଶକ୍ତ ରହି ଆଗାମୀ ନିର୍ବାଚନ ରେ ଦୃଢ ଜବାବ ଦେବ । ସମସ୍ତ ବ୍ଳକର ବ୍ଳକ ସଭାପତିଙ୍କ ସହ ମିଶି ଦଳକୁ ମଜବୁତ ସକାଶେ ମୂଳମନ୍ତ୍ର ଦେଇଛନ୍ତି ।ଏନେଇ ୮ ତାରିଖରେ କରେଇଶୁଣି ମନ୍ଦିର ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଯାଇଛି ।ଏହି ବନ୍ଧୁ ମିଳନର ଉଦ୍ଦେଶ୍ୟ ଥିଲା ଆଗାମୀ ଦିନରେ ଦଳକୁ କିପରି ସଂଗଠିତ କରାଯିବ ଏବଂ ପୋୖର ପରିଷଦ ଓ ବ୍ଳକର ସମସ୍ତ ପଞ୍ଚାୟତରେ ଦଳ ତରଫରୁ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ଏହି ବନ୍ଧୁ ମିଳନ ରେ ରାମନାରାୟଣ ବିଶ୍ୱାସରାୟ, ମନୋଜ କୁମାର ସ୍ୱାଇଁ, ସୁରେନ୍ଦ୍ର ସାହୁ, ଲଷ୍ମୀ ସାମନ୍ତରାୟ, ବଟ ବେହେରା ,ସୁଭାଷ ଦଳାଇ, ରାଜେନ୍ଦ୍ର ପ୍ରଧାନ, ସୁରେଶ ପାଣିଗ୍ରାହୀ, ଆନନ୍ଦ ପାଢ଼ୀ, ନିଳାଞ୍ଚଳ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ