ହିଞ୍ଜିଳିରେ କରୋନା ଟିକା ଗ୍ରହଣ କରିନଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଓ ଯାଞ୍ଚ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଭଳି ତୃତୀୟ ଲହର ର ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି । ସମ୍ଭାବ୍ୟ କରୋନାର ତୃତୀୟ ଲହର ବିଶେଷ କରି ଶିଶୁ ଓ କିଶୋର ମାନଙ୍କୁ ଅଧିକ ଆକ୍ରାନ୍ତ କରିବା ନେଇ ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି ।ଶିଶୁ ମାନଙ୍କ ନିମନ୍ତେ ଆଗାମୀ ଦିନରେ ଟିକା ତିଆଯିବା ନେଇ ଖସଡା ପ୍ରସ୍ତୁତ ହୋଇଯାଇଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟିକା ନେଇ ନଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ ସହ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଶେଷ ଟିକା ନେଇନଥିବା ବ୍ୟକ୍ତି ଚିହ୍ନଟ ନିମନ୍ତେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ହୋଇଛି।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳ ୫ନମ୍ବର ଓ୍ବାର୍ଡରେ ଅଙ୍ଗନୱାଡି କର୍ମୀ ସୁଜତା ପଣ୍ଡା ଙ୍କ ଉପସ୍ଥିତିରେ ଘରକୁ ଘର ଵୁଲି ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଥମ ଦିବସରେ ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହି, ଧୋବା ସାହି ,ତାରାତାରିଣୀ ରୋଡ, ଭଗବାନ ମାର୍ଗ, ବନମାଳୀ ନଗର ଭଳି ସାହି ମାନଙ୍କରେ ଘରକୁ ଘର ବୁଲି ଯାଞ୍ଚ କରୁଛନ୍ତି ।ହିଞ୍ଜିଳିକାଟୁ ପୌରପରିଷଦ ଅଙ୍ଗନବାଡି କର୍ମୀ, ସହାୟକ ଓ ଆଶା କର୍ମୀ ୱାର୍ଡ଼ ନଂ୫ ରେ ୩୦ ଜଣ ଵ୍ୟକ୍ତି ଦ୍ୱିତୀୟ ଡୋଜ ଗ୍ରହଣ କରିନଥିବା ବେଳେ ୧୨ ପ୍ରଥମ ଡୋଜ ଗ୍ରହଣ କରିନଥିବା ଅଙ୍ଗନୱାଡି କର୍ମୀ ସୁଜତା ପଣ୍ଡା ସୁଚନା ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯାଞ୍ଚ କରାଯିବା ପରେ ଏହାର ରିପୋର୍ଟକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।