ହିଞ୍ଜିଳିରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଦିବସ ମହୋତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ମଙ୍ଗଳ ବାର ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଏହି ଦିନ ଚାଷୀ ଅଖୁମୁଠି ଅନୁକୂଳ କରି ବର୍ଷର ଚାଷ କାମ ଆରମ୍ଭ କରିଥାନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ଚାଷୀ ପୂଜା ସାମଗ୍ରୀ ନେଇ ଚାଷ କ୍ଷେତକୁ ଯାଇଥାଏ ।ବିଲରେ ବିହନ ବୁଣି ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଐଶାନ୍ୟ କୋଣରେ ହଳ ବୁଲାଇବା ସହ ମୁଠା ମୁଠା ଧାନବିହନ କ୍ଷେତରେ ବୁଣିଥାନ୍ତି । ଏହାକୁ ଅଖ୍ୟମୁଠି ବୋଲି କୁହାଯାଏ । ଏହି ଅବସରରେ  କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ,ଛତ୍ରପୁର ପକ୍ଷରୁ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ୍ ସାରୁ ଗୋଶାଳା ପ୍ରକଳ୍ପ ନିକଟରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା (କୃଷକ ଦିବସ) ମହୋତ୍ସବ ଅନୁଷ୍ଠିତ ହୋଇଛି  ।   ହିଞ୍ଜିଳିକାଟୁ ଗୋଷ୍ଠୀ କୃଷି ଅଧିକାରୀ ବଳରାମ ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ହିଞ୍ଜିଳିକାଟୁ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୂର୍ଯ୍ୟୋଧନ ପତଙ୍ଗ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଦେବରାଜ ବେହେରା, ଜଳଛାୟା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ଦାଶ, ଜିଲ୍ଲା ମତ୍ସ୍ୟ ଅଧିକାରୀ ନିମାଇଁ ଚରଣ ବସ୍ତିଆ ଓ ଉଦ୍ୟାନ ଉପ ନିର୍ଦ୍ଦେଶକ ଶରତ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।ଚାଷୀ ଭିକାରୀ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।  କୃଷକଙ୍କ ଉନ୍ନତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ବିଧ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରି ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ ।ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ବହୁ ଚାଷୀ ଉପକୃତ ହୋଇଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଏହି ଅବସରରେ  ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକଙ୍କ ଆର୍ଥିକ ଉନ୍ନତି ନିମନ୍ତେ  ୯ ଟି କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଥିଲେ। ପରେ ଜିଲ୍ଲାପାଳ ଶ୍ରୀ କୁଳାଙ୍ଗେ ହଳ ଲଙ୍ଗଳ ଧରି ଧାନ ବୁଣି ଅକ୍ଷିମୂଠି ଅନୁକୂଳ କରିଥିଲେ ।କାର୍ଯ୍ୟକ୍ରମରେ ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ,ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ଅଗ୍ନିଶମ ବିଭାଗ ଷ୍ଟେସନ ଅଧିକାରୀ ଗୌତମ କୁମାର ସାହୁ,ପିଇଓ ଏସ ରାଜେଶ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଏନ୍ ରଘୁନାଥ, ଜିଲ୍ଲା ବିଜେଡି ଉପ ସଭାପତି ଡି. ବିଶ୍ୱନାଥ,ଦାରୁଭଦ୍ରା,ସାରୁ,ଶିକିରି, ନନ୍ଦିକ,କଞ୍ଚୁରୁ ଓ ଖରିଡା ସରପଞ୍ଚଙ୍କ ପ୍ରତିନିଧି ଉପସ୍ଥିତ ଥିଲେ।ହିଞ୍ଜିଳିରେ ଆୟୋଜିତ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ମହୋତ୍ସବ କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି, ୩ ଜିଲ୍ଲା ପରିଷଦ ସଭ୍ୟ,ହିଞ୍ଜିଳି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ ସଂଖ୍ୟାଧିକ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଅନୁପସ୍ଥିତି ଥିବା ପରିଲକ୍ଷିତ ହୋଇଛି। ସ୍ଥାନୀୟ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗର ଅଭାବ ପରିଲକ୍ଷିତ ହୋଇ ଦିନକୁ ଦିନ ବ୍ୟବଧାନ ବୃଦ୍ଧି ପାଉଥିବା  ଆଲୋଚନା ବେଳେ ସୂଚନା ମିଳିଛି। ଏଭଳି ପରିସ୍ଥିତିରେ ଜାରି ରହିଲେ  ଆଗାମୀ ଦିନରେ ରାଜ୍ୟ ମୁଖିଆଙ୍କ ଗଡ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ  ଶାସକ ଦଳର ଗୋଷ୍ଠୀ କନ୍ଦଳ ପଦାରେ ପଡିବା ନେଇ ଜଳଜଳ ଦେଖାଯାଉଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ