ହିଞ୍ଜିଳିରେ ପୁଣି ୫ କରୋନା ଯୋଦ୍ଧା ସଂକ୍ରମିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରେନା ଭୁତାଣୁ ସଂକ୍ରମଣ ଯୋଗୁଁ ଦେଶବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ରାଜ୍ୟର ସର୍ବାଧିକ କରେନା ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ହିଞ୍ଜିଳିକାଟୁ ବ୍ଳକ ସମେତ ପୌରାଂଚଳରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନାର ମୁକାବିଲା ସକାଶେ ସରକାର ଓ ପ୍ରଶାସନପକ୍ଷରୁ ବହୁ କଟକଣା ଜାରି କରାଯାଇଛି ।ଜୁଲାଇ ମାସେ ଶେଷ ଭାଗରେ ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା । ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ବହୁ ସଂକ୍ରମିତ ସୁସ୍ଥ ହୋଇ ଫେରୁଥିବା ଜଣାପଡ଼ିଛି । ହେଲେ ଶନିବାର ହିଞ୍ଜିଳିକାଟୁ ଅଂଚଳର ୫ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ଅସମର୍ଥୀତ ସୁତ୍ରରୁ ସୂଚନା ମିଳିଛି । ହିଞ୍ଜିଳି ଥାନାର ୨ ଅଧିକାରୀଙ୍କ ସମେତ ୨ କର୍ମଚାରୀ ଓ ଜଣେ ହୋମଗାର୍ଡ଼ ପୂର୍ବରୁ ସ୍ୱାବ ଟେଷ୍ଟ କରିଥିବା ବେଳେ ଶନିବାର ପଜିଟିଭ ଥିବା ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ମିଳିବା ପରେ ହିଞ୍ଜିଳି ଥାନାର କର୍ମଚାରୀଙ୍‌କ ମଧ୍ୟରେ ଭୟର ଆତଙ୍କ ଦେଖାଦେଇଛି । ପ୍ରକାଶ ଥାଉକି ପୂର୍ବରୁ ହିଞ୍ଜିଳିକାଟୁ ପୌରାଂଚଳର ବହୁ କରୋନା ଯୋଦ୍ଧା ଯଥା ଡ଼ାକ୍ତର, ପୌର ଅଧିକାରୀ, କର୍ମଚାରୀ, ଥାନା କର୍ମଚାରୀ, ସ୍ୱମନିତ ଶିଶୁ ବିକାଶ କାର୍ଯ୍ୟାଳୟ କର୍ମଚାରୀଙ୍କ ସମେତ ବହୁ କରୋନା ଯୋଦ୍ଧା ସଂକ୍ରମିତ ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ଅନ୍ୟ କିଛି କରୋନା ଯୋଦ୍ଧା ଚିକିତ୍ସିତ ହେଉଥିବା ବେଳେ କିଛି ହୋମ୍ କ୍ୱରେଂଟାଇନରେ ରହିଥିବା ଜଣାପଡ଼ିଛି । ତେବେ ଘଟଣା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ