ଜି.ଉଦୟଗିରିରେ ବଢି ଚାଲିଛି କଣ୍ଟେନ୍‌ମେଣ୍ଟଜୋନ ଅଞ୍ଚଳ ଚିନ୍ତାରେ ସହରବାସୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରିରେ କଣ୍ଟେନମେଣ୍ଟ ଜୋନ ଦିନକୁ ଦିନ ବଢି ଚାଲିଛି। ଅନେକ ସାହିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରଥମେ କିଛି ବ୍ୟାଙ୍କ କର୍ମଚାରୀ ଚିହ୍ନଟ ହେବା ପରେ ଷ୍ଟେଟ ବ୍ୟାଙ୍କ ସିଲ କରାଯାଇଥିଲା। ଏହାପରେ ମହାଗୁଡା ସାହି, କଚେରୀ ସାହି, ବରାଳିନୀ ସାହିରୁ ଅକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା । ମହାଗୁଡା ସାହିରୁ କଣ୍ଟେନମେଣ୍ଟ ଯୋନ ହଟିଥିବା ବେଳେ ଶୁକ୍ରବାର ଦିନ ସହରର ମୁଖ୍ୟ ବଜାର ଲକ୍ଷ୍ମୀ ବଜାରକୁ କଣ୍ଟେନମେଣ୍ଟ ଯୋନ କରାଯାଇଛି । ସେହି ବଜାର ସାହିରୁ ତିନି ଜଣ ଅକ୍ରାନ୍ତ ଚିହ୍ନଟ ହେବା ପରେ ଲକ୍ଷ୍ମୀ ବଜାରକୁ କଣ୍ଟେନମେଣ୍ଟ କରାଯାଇଛି। ବଜାର ଗାନ୍ଧୀ ଛକ ନିକଟରୁ ଆର୍‌ଆଇ ଅଫିସ ପର୍ଯ୍ୟନ୍ତ ବ୍ୟାରିକେଟ କରାଯାଇଛି । ସାହିକୁ ସାନିଟାଇଜ କରିବା ସହ ଘର ଘର ବୁଲି ଲୋକଙ୍କ ସ୍ବାସ୍ଥାବସ୍ଥା ଯାଞ୍ଚ କରାଯାଉଛି । ସେପରି ଗ୍ରେସିଙ୍ଗିଆ ପଞ୍ଚାୟତର ତିନୋଟି ଗ୍ରାମକୁ କଣ୍ଟେନମେଣ୍ଟ କରାଯାଇଛି ବୋଲି ବିଡିଓ ଶାନ୍ତନୁ କୁମାର ନାୟକ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ