ହିଞ୍ଜିଳିରେ “ସୁନେତ୍ର ” କାର୍ଯ୍ୟକ୍ରମର ଶୁଭାରମ୍ଭ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ସରକାର ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ପାଇଁ ସର୍ବାଧିକ ଆଗ୍ରହ ପ୍ରକାଶ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ସ୍କୁଲ ଛାତ୍ର-ଛାତ୍ରୀମାନଙ୍କ ଚକ୍ଷୁଗତ ସମସ୍ୟାର ସମାଧାନରେ ଚକ୍ଷୁର ସୁରକ୍ଷା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଗଣଶିକ୍ଷା ବିଭାଗର ମିଳିତ ପ୍ରାୟସରେ ମୁଖ୍ୟମନ୍ତ୍ରୀ ଚକ୍ଷୁଯତ୍ନ “ସୁନେତ୍ର” ନାମରେ ଏକନୂତନ ଯୋଜନା ସମଗ୍ରଶିକ୍ଷା – ଗଞ୍ଜାମ, ଛତ୍ରପୁର ସଂଯୋଜନାରେ ହିଞ୍ଜିଳି ବ୍ଲକରେ କାର୍ଯ୍ୟକାରୀ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ମଙ୍ଗଳବାର ହିଞ୍ଜିଳିକାଟୁ ପୌରାଞ୍ଚଳ ଲଷ୍ମୀନୃସିଂହ ପ୍ରାଥମିକ ବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି l ଲଷ୍ମୀନୃସିଂହ କଳା ମନ୍ଦିର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳକୃଷ୍ଣ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଅନ୍ୟାନ୍ୟ ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ନମିତା ସାମନ୍ତରାୟ, ଝୁନା ମିଶ୍ର, ମୁଖ୍ୟ କିରାଣୀ ପ୍ରକାଶ ଚନ୍ଦ୍ର ବେହେରା,, ଦିଲ୍ଲୀପ ସାହୁ, ରବୀନ୍ଦ୍ରନାଥ ପୋଲାଈ, ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବରିଷ୍ଠ ଚକ୍ଷୁ ଚିକିତ୍ସକ ଡ଼ ସିଲ୍ଲା ସୀତାରାମ, ଚକ୍ଷୁ ଚିକିତ୍ସା ସହାୟକ ଅକ୍ଷୟ କୁମାର ମହାପାତ୍ର, ସୋମନାଥ ବେହେରା, ରମେଶ ଚନ୍ଦ୍ର ଦଳାଇ ପ୍ରମୁଖ ଯୋଗଦେଇ ଚିକିତ୍ସା ସେବା ଯୋଗାଇଦେଇଥିଲେ l ମୁଖ୍ୟମନ୍ତ୍ରୀ ଚକ୍ଷୁଯତ୍ନ “ସୁନେତ୍ର “କାର୍ଯ୍ୟକ୍ରମ ମାଧ୍ୟମରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ସ୍ଥାନୀୟ ବ୍ଳକର ନନ୍ଦିକ, ବୁରୁପଡା ଓ ସିକିରି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଚକ୍ଷୁ ବାଧିତ ଶତାଧିକ ଛାତ୍ର-ଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା l ଯେଉଁ ଛାତ୍ର-ଛାତ୍ରୀ ମାନଙ୍କୁ ଚଷମା ଆବଶ୍ୟକ ସେମାନଙ୍କୁ ଚଷମା ଯୋଗାଇ ଦିଆଯିବବୋଲି ପ୍ରୟୋଜକ ମାନଙ୍କଠାରୁ ପ୍ରକାଶ l ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ରଘୁନାଥ ସାହୁ ଓ ପ୍ରସନ୍ନ କୁମାର ସେଠୀ, ଶିକ୍ଷୟିତ୍ରୀ ଡି ଗୈାରୀ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ