ହିଞ୍ଜିଳି ଓ ଗଞ୍ଜାମର ବିକାଶ ଓଡିଶାରେ ନୂଆଁ ଅଧ୍ୟାୟ ସୃଷ୍ଟି କରିବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରବିବାର ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଗସ୍ତରେ ଆସି ବହୁ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ ,ଗ୍ରାମକଣ୍ଠକ ପଟ୍ଟା ବଣ୍ଟନ କରିବା ସହ ମିଶନଶକ୍ତି ମହିଳା ଗୋଷ୍ଠୀଙ୍କୁ ଋଣ ସହାୟତା ପ୍ରଦାନ କରିଛନ୍ତି । ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ନିକଟ ମେଘମାଳ ତୋଟା ପରିସରରେ ଆୟୋଜିତ ଏକ ବିଶାଳ ଜନ ସମାବେଶରେ ହିଞ୍ଜିଳି ଓ ଗଞ୍ଜାମର ବିକାଶ ଓଡିଶାରେ ଏକ ନୂଆଁ ଅଧ୍ୟାୟ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ଏଥି ସହ ମିଶନଶକ୍ତି ମହିଳାଙ୍କୁ ଋଣ ସହାୟତା ପ୍ରଦାନ କରି ଏସଏଚଜି ଗୃପରୁ ଏସଏମଇରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଧାରିତ ସମୟର ୧୦ ମିନଟ ପୂର୍ବରୁ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ପଶୁନୃତ୍ୟ, ଯୋଡିଶଙ୍ଖ ଓ ହୁଳହୁଳି ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗୃହ ଓ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ମଞ୍ଚାସିନ ଥିଲେ । ନବୀନ ବାବୁଙ୍କୁ ହ ୬ଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ମିଶନଶକ୍ତି ମହିଳାଙ୍କୁ ସାଂସଦ ବିଷୋୟୀ ଆହ୍ୱାନ ଦେଇଥିଲେ । ମହିଳା ମାନେ ଆଗକୁ ଆସିଲେ ଦେଶ ଆଗେଇବ ବୋଲି ମନ୍ତ୍ରୀ ଉଦବୋଧନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ ବ୍ଳକର ୧୯୮୬.୭୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୬୧ ଉନ୍ନୟନ ପ୍ରକଳ୍ପ ଓ ପୌରାଞ୍ଚଳ ସକାଶେ ୫୬୯.୮୧ ଲକ୍ଷ ଟଙ୍କା ବ୍ୟୟରେ ୨୩ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ସେହିପରି ସ୍ଥାନୀୟ ବ୍ଳକର ୨୮୩୮.୭୨ ଲକ୍ଷ ଟଙ୍କା ବ୍ୟୟରେ ୨୪ଟି ପ୍ରକଳ୍ପ ସକାଶେ ଶିଳାନ୍ୟାସ କରିଥିଲେ । ୨୦ଟି ଏସଏଚଜି ଗୋଷ୍ଠୀର ୨୧୧ ମିଶନଶକ୍ତି ମହିଳାଙ୍କୁ । ବିନାସୁଧରେ ୭୫ଲକ୍ଷ ଟଙ୍କ ଋଣ ସହାୟତା ପ୍ରଦାନ କରାଯାଇଥିଲା । ୬୬୩ ହିତାଧିକାରୀଙ୍କୁ ଗ୍ରାମକଣ୍ଟକ ପଟ୍ଟା, ୩୬ ହିତାଧିକାରୀଙ୍କୁ ବେ- ବନ୍ଦୋବସ୍ତ,୨୭୮ ହିତାଧିକାରୀଙ୍କୁ ୨ୟ ଖାନା ସଂଶୋଧନ,୧୦ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ଜାଗା ପ୍ରଦାନ ଓ ୭ଟି ବିଦ୍ୟାଳୟକୁ ଜମିପଟ୍ଟା ପ୍ରଦାନ କରିଥିଲେ । ମିଶନଶକ୍ତି ଗୋଷ୍ଠୀଙ୍କୁ ବିଦ୍ୟୁତ୍ ଚାଳିତ ୫ଟି ଫାର୍ମ ଫେସ୍ ଅଟୋ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ପୌରାଞ୍ଚଳ ଗସ୍ତ କରି ଲକ୍ଷ୍ମୀ ବଜାର ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ପହଞ୍ଚି ମଧ୍ୟାନ୍ନ ଭୋଜନ କରିଥିଲେ । କିଛି ସମୟ ବିଶ୍ରାମ ପରେ ଅପରାହ୍ନ ୩ଟାରେ ସଡକ ପଥ ଦେଇ ସମରଝୋଳ ନିକଟସ୍ଥ ମେଘମାଳା ତୋଟା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଛତ୍ରପୁର ଅଭିମୁଖେ ଯାତ୍ରା କରିଥିଲେ । ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ତଥା ୫ଟି ସଚିବ ଭି. କାର୍ତ୍ତିକେୟାନ ପାଣ୍ଡିଆନ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆପାଙ୍ଗ ଆଓ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳାଇ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଓଡିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ପ୍ରମୁଖ ସଚିବ ସୁରେନ୍ଦ୍ର ନାଥ ପ୍ରଧାନ,ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା, ଆସିକା ଏସଡିପିଓ ଉମାଶଙ୍କର ସିଂ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା,ହିଞ୍ଜିଳି ଥାନାଆଇଆଇସି ଅଭିମନ୍ୟୁ ଦାସ, ଓଏଚଆରଡିସି ଅଧ୍ୟକ୍ଷ ଡି ବିଶ୍ବନାଥ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବ୍ଳକ ଅଧ୍ୟକ୍ଷା ସରସ୍ଵତୀ ସେଠି, ପୌର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ନଗର ବିଜେଡି ସଭାପତି ଭୀମସେନ ବେହେରା, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ମନୋଜ ସାବତ, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ବାଇ ଗୀତାଞ୍ଜଳି, ପ୍ରତି ସାହୁ, ଓଡ଼ିଶା ମୋ ପରିବାର ସମ୍ପାଦକ ନୀଳମଣି ପଟ୍ଟନାୟକ, ବହୁ ସରପଞ୍ଚ, ସମିତି ସଭ୍ୟ, କାଉନସିଲରଙ୍କ ସମେତ ୨୦ ହଜାରରୁ ଉର୍ଦ୍ଧ୍ୱ ମିଶନଶକ୍ତି ମହିଳା,ବହୁ ଜନପ୍ରତିନିଧି, ଦଳୀୟ କର୍ମୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ସୁରକ୍ଷା ବ୍ୟବସ୍ଥା ସକାଶେ ୨ ଏଏସପି, ୭ ଡିଏସପି, ୨ଶହରୁ ଉର୍ଦ୍ଧ୍ୱ ପୁଲିସ ଅଧିକାରୀଙ୍କ ସମେତ ୨୦ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ