ହିଞ୍ଜିଳି ପରିବା ମାର୍କେଟ ୯ ଦୋକାନରୁ ଲୁଟ୍  ଘଟଣାରେ ୨ ନାବାଳକ ଗିରଫ

ହିଂଜିଳିକାଟୁ,  (ଶେଷଦେବ ସାହୁ): ହିଞ୍ଜିଳି ପୋଲିସକୁ ମିଳିଛି  ସଫଳତା । ଗତ ଶନିବାର ପରିବା ମାର୍କେଟର ୯ ଦୋକାନରୁ  ଲୁଟ୍ ଘଟଣାର ୨୪ ଘଣ୍ଟା ନପୁରୁଣୁୁ  ୨ ନାବାଳକଙ୍କୁ ଗିରଫ କରିଛି ହିଞ୍ଜିଳି  ପୋଲିସ । ଗିରଫ ନାବାଳକ  ଦୁଇଜଣଙ୍କ ମଧ୍ୟରୁ ଜଣେ ହିଞ୍ଜିଳି ଥାନା ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ଆସିକା ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ଠାରୁ ନଗଦ ୩୩ ହଜାର ୨୪୦ ଟଙ୍କା ଜବତ କରିବା ସହ  ଶାବଳକୁ ଜବତ କରିଛି ପୋଲିସ । ମିଳିଥିବା ସୂୁଚନା ଅନୁଯାୟୀ ସୋମବାର ସକାଳେ ୨ ଜଣ ନାବାଳକ  ମୋବାଇଲ କ୍ରୟ କରିବାକ ୁଏକ ଦୋକାନକୁ ଆସିଥିବାବେଳେ କୈାଣସି  ସୂୁତ୍ରରୁ ଖବର ପାଇ ପୋଲିସ ଚଢାଉ କରି  ସେମାନଙ୍କୁ ଗିରଫ କରିବା ସହ ତାଙ୍କୁ  ପଚାରା  ଉଚାରା ସମୟରେ ନାବାଳକ ଦୁଇଜଣ  ଚୋରୀ କରିଥିବା କଥା ସ୍ୱୀକାର କରିବା ପରେ ସେମାନଙ୍କୁ ବ୍ରହ୍ମପୁର ଜୁଭେନାଲ କୋର୍ଟକୁ ଚାଲାଣ କରିଥିବା କଥା ଭାରପ୍ରାପ୍ତ ଥାନା ଅଧିକାରୀ ସାମ୍ବାଦିକ ସମ୍ମିଳନିରେ ସୂୁଚନା ଦେଇଛନ୍ତି । ପୋଲିସ ଥାନା ଠାରୁ  ମାତ୍ର ୧୦୦ ମିଟର ଦୂରତାରେ ପରିବା ମାର୍କେଟ ଓ ମହାପ୍ରଭୁଙ୍କ ସୁନାବେଶ ସମୟରେ ଚଳଚଞ୍ଚଳ ରହିଥିବା ବେଳେ ଓ  ବିଜୁ ପଟ୍ଟନାୟକ ଛକ ନିକଟରେ ରାତ୍ରରେ ହୋମଗାର୍ଡ ମାନେ ଜାଗ୍ରତ ପ୍ରହର କରୁଥିବା ସମୟରେ କିପରି ୨ ନାବାଳକ ଲୁଟ୍ କରି ଘଟଣା ସ୍ଥଳରୁ ଫେରାର ହେବା ଘଟଣା ପୋଲିସ ଉପରେ ଜନତାଙ୍କ ପ୍ରତିକ୍ରିୟା  ରହିଥିବାବେଳେ ୨୪ ଘଣ୍ଟା ମଧ୍ୟରେ ପୋଲିସକୁ ସଫଳତା ମିଳିଥିବାରୁ ବୁଦ୍ଧୀଜିବୀ ସମେତ ସାଧାରଣ ଜନତା ପ୍ରଂଶସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ