ହିଞ୍ଜିଳି ପୁଲିସର ମାସ୍କ ଓ ହେଲମେଟ୍ ପରିଧାନ ସ୍ପେଶାଲ ଡ଼୍ରାଇଭ

୨୪ହଜାର ୫ଶହ ଟଙ୍କା ଜରିମାନା ଆଦାୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବର୍ତମାନା ସାରା ଦେଶରେ କରେନାର ଦ୍ୱିତୀୟ ଲହର ଦେଖାଦେଇଛି । ବୁଧବାର ରାଜ୍ୟରେ ୮୭୯ ଜଣ ସଂକ୍ରମିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜନସାଧାରଣଙ୍କୁ ସର୍ତକ କରାଇବା ପାଇଁ ଏନଫୋର୍ସମେଂଟ ପ୍ରତି ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଲିସି ଡ଼ିଜି ଅଭୟ ସମସ୍ତ ଜିଲ୍ଲା ପୁଲିସକୁ ୧୦ ଦିନିଆ ସ୍ପେଶାଲ ଡ଼୍ରାଇଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ଠାରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୁଲିସ ପକ୍ଷରୁ ୧୦ ଦିନିଆ ସ୍ପେଶାଲ ଡ଼୍ରାଇଭ ଆରମ୍ଭ କରାଯାଇଛି । ବୁଧବାର ସନ୍ଧ୍ୟାରେ ମାସ୍କ ଓ ହେଲମେଟ୍ ଧରପଗଡ଼ ଅଭିଯାନ ଆରମ୍ଭ ହୋଇଛି । ସ୍ଥାନୀୟ ପୌରାଂଚଳ ବିଜୁ ପଟ୍ଟନାୟକ ଛକ ଠାରେ ଏହି ଡ଼୍ରାଇଭକୁ ଆରମ୍ଭ କରାଯାଇ ମୋଟର ସାଇକେଲ ଚାଳନା ସମୟରେ ହେଲମେଟ ପିନ୍ଧିନଥିବା ୨୮ଜଣଙ୍କ ଠାରୁ ୧୪ ହଜାର ଯଙ୍କା ଏବଂ ବିନା ମାସ୍କରେ ବୁଲୁଥିବା ୨୧ଜଣ ଅମାନିଆଙ୍କ ଠାରୁ ୧୦ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବୁଧବାର ସକାଳେ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପୁଲିସ ପେଟ୍ରୋଲିଂ କରାଯିବା ସହ ଡ଼ାକବାଜି ଯନ୍ତ୍ର ସହାୟତାରେ କୋଭିଡ଼ କଟକଣାକୁ ପାଳନ କରିବାକୁ ପରାମର୍ଶ ଦିଆଯିବା ସହ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଏଥି ସହ ସ୍ଥାନୀୟ ଥାନା ଅଂଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କୁ ପଂଚସୂତ୍ରୀ ନିୟମ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । କୋଭିଡ଼ କଟକଣାକୁ ଅବମାନନା କରୁଥିବା ବ୍ୟକ୍ତି ବା ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଥିଲା । ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରତ୍ୟହ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଯାଂଚ କଡ଼ାକଡ଼ି କରାଯିବ ବୋଲି ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଉକ୍ତ ସ୍ପେଶାଲ ଡ଼୍ରାଇଭ କାର୍ଯ୍ୟକ୍ରମରେ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ, ଏସ.ଆଇ. ବାସୁଦେବ ଭୋଇ, ରାଘବ ପ୍ରଧାନ, ଶରତଚନ୍ଦ୍ର ରାୟ, ଗୋପାଳକୃଷ୍ଣ ଆଗୁ ପାତ୍ର, ଏଏସଆଇ ରାଜନ ବିଷୋୟୀ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଲ ବସନ୍ତ ଉପାଧ୍ୟୟ, ମନୋଜ ଗଉଡ଼, ସଦାନନ୍ଦ ବେହେରା ଓ ପୁଲିସ ଫୋର୍ସ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ