ହିଞ୍ଜିଳି ବିଧାନସଭା ଆସନ : ତ୍ରିମୂଖୀ ଲଢେଇ ସମ୍ବାବନା ରାମକୃଷ୍ଣ ପରିବର୍ତେ ଶମ୍ଭୁ ହେଲେ କଂଗ୍ରେସରୁ ପ୍ରାର୍ଥୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଆସନ୍ତା ଏପ୍ରିଲ ୨୮ ତାରିଖରେ ଗଂଜାମ ଜିଲ୍ଲାର ୨ ଟି ଲୋକସଭା କ୍ଷେତ୍ର ମଧ୍ୟରୁ ଆସିକା ଲୋକସଭା ଅନ୍ତର୍ଗତ ଏହା ଅଧିନରେ ଯାଉଥିବା ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ମଙ୍ଗଳବାର ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ । ହିଞ୍ଜିଳି ବିଧାନସଭା ଆସନରୁ ବିଜୁ ଜନତା ଦଳ ପକ୍ଷରୁ ନବୀନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରି ସାରିଥିବା ବେଳେ ଓ କଂଗ୍ରେସ ପକ୍ଷରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଳକ ଅନ୍ତର୍ଗତ ୫୬ ନଂ ଜୋନ ସଭାପତି ରାମକୃଷ୍ଣ ପଣ୍ଡାଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରାଯାଇଥିଲା । ଫଳରେ ଦଳର ଅନ୍ୟ ୨ ଆଶାୟୀ ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିଥିଲେ । ଆଶୟୀ ତଥା ଶୃଙ୍ଖଳାଗତ କମିଟି ସଦସ୍ୟ ନିରଂଜନ ପାଣିଗ୍ରାହୀ ନିଜ ସମର୍ଥକ ମାନଙ୍କ ସହ ଦଳରୁ ଇସ୍ତଫା ଦେଇଥିଲେ । ଏଭଳି ଅନ୍ୟତମ ଆଶୟୀ ତଥା ଆଇନଜୀବି ଶମ୍ଭୁ ପାଣିଗ୍ରାହୀ ୨୦୦୯ ଓ ୨୦୧୪ ମସିହା ନିର୍ବାଚନରେ ଟିକେଟ ପାଇବାରୁ ବଂଚିତ ଥିବାରୁ ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ହିଞ୍ଜିଳି ବିଧାନସଭା ଆସନରେ ପ୍ରାର୍ଥୀ ସକାଶେ ଦାବୀଦାର ଥିଲେ । କିନ୍ତୁ ଶମୁଙ୍କୁ ଟିକେଟରୁ ବଂଚିତ କରାଯାଇଥିବା ବେଳେ ଟିକେଟକୁ ନେଇ ପୁର୍ନବିଚାର ସଂକ୍ରାନ୍ତରେ ସେ ପିସିସି ସଭାପତିଙ୍କ ସଦୃଷ୍ଟି ଆକର୍ଶଣ କରିଥିଲେ । କିନ୍ତୁ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ବେଳେ ଦିଗପହଣ୍ଡି ଆସନରୁ ପ୍ରାର୍ଥୀ ପରିବର୍ତନ ହୋଇଥିବା ବେଳେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାଥୀ ପରିବର୍ତନ କରାଯାଇନଥିଲା । ସ୍ୱାଧିନ ପ୍ରାର୍ଥୀ ଭାବେ ଶମ୍ଭୁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେବାକୁ ମନସ୍ଥ କରିଥିବା ବେଳେ ପର ମୁହୁର୍ତରେ ଓହରି ଯାଇଥିଲେ । ସୋମବାର ଦିନ ହିଞ୍ଜିଳି ବିଧାନସଭା ଆସନ ସକାଶେ କଂଗ୍ରେସ ପ୍ରାର୍ଥୀ ଭାବେ ରାମକୃଷ୍ଣଙ୍କୁ ହଟାଯାଇ କଂଗ୍ରେସର କୋରାପୁଟ ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ତଥା ବରିଷ୍ଟ ଆଇନଜିବୀ ଓ ହିଞ୍ଜିଳିକାଟୁ ମାର୍ଚ୍ଚେଂଟ ଏସୋସିଏସନର ସଭାପତି ଶମ୍ଭୁ ପାଣିଗ୍ରାହୀଙ୍କୁ ଟିକେଟ ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି, ହିଞ୍ଜିଳି ବିଧାନସଭା ଆସନରୁ ଗତ ୨୦୦୦ ମସିହା ପରଠାରୁ ନିୟମିତ ଭାବେ ପ୍ରାର୍ଥୀ ପରିବର୍ତନ କରାଯାଉଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳି ପାରୁନାହିଁ । ମଙ୍ଗଳବାର ଦିନ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ହୋଇଥିବା ବେଳ ଶମ୍ଭୁ ପାଣିଗ୍ରାହ ଶେଷ ଦିବସରେ ହିଞ୍ଜିଳିକାଟୁରୁ ଏକ ବିରାଟ ପଟୁଆରରେ ବାହାରି ଛତ୍ରପୁରରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କହିଛନ୍ତି ।
ଅନ୍ୟ ପକ୍ଷରେ ହିଞ୍ଜିଳି ବିଧାନସଭା ଆସନରୁ ତ୍ରିମୂଖୀ ଲଢେଇ ହେଉଥିବାର ଜଣାପଡ଼ିଛି । ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ରଣାଙ୍ଗନରେ ସାମ୍ନା କରିବେ ବିଜେପିରୁ ରାଜ୍ୟ ଉପସଭାପତି ପିତାମ୍ବର ଆଚାର୍ଯ୍ୟ ଓ କଂଗ୍ରେସରୁ ଶମ୍ଭୁ ପାଣିଗ୍ରାହୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ